ପାର୍ଟି ବା ବିବାହ ଭୋଜିରେ ଯିବା 2 ମିନିଟ ପୂର୍ବରୁ ଏହାକୁ ଲଗାନ୍ତୁ, ଏତେ ନିଖାର ଆସିବ କି ଚେହେରା ଚାନ୍ଦ ଭଳି ଚମକିବ

ପର୍ବ ପର୍ବାଣି ହେଉକି ବାହାଘର ହେଉ ସବୁ ଲୋକ ଖୁବ ସୁନ୍ଦର ଦେଖା ଯିବା ପାଇ ଚାହିଁ ଥାନ୍ତି । ତେବେ ଦେଖିବା ପାଇ ଗଲେ ଆମେ ଜାଣି ପାରିବା କି ବିବାହ ରେ କେବଳ ବାହା ହେଉଥିବା ମହିଳା କିମ୍ବା ପୁରୁଷ ନୁହେଁ ଅନ୍ୟ ମାନେ ମଧ୍ୟ ଖୁବ ସଜେଇ ହେବା ପାଇଁ ଭଲ ପାଇ ଥାନ୍ତି । ତେବେ ଆଜି ଆମେ କହିବା ପାଇ ଯାଉଛୁ କି ଆମେ କେଉଁ କେଉଁ ଜିନିଷ ଦ୍ଵାରା ଭଲ ଦେଖା ଯାଇ ପାରିବା । ଯାହା ଆମ ଘରେ ଖୁବ ସହଜରେ ମିଳିଯିବ ।

ଆମେ ଏହି ଉପାୟ କୁ କରିବା ଆଗରୁ ନିଜ ମୁହଁ କୁ ଭଲ ଭାବେ ଧୋଇ ନେବା ଏହା ପରେ ଯାଇକି ଆମେ ଏହି ଉପାୟ କୁ କରିବା । କିନ୍ତୁ ଆସନ୍ତୁ ପ୍ରଥମେ ଜାଣିବା କି ଏହାକୁ ତିଆରି କିଭଳି କରିବା ।

ଏହାକୁ ତିଆରି କରିବା ପାଇଁ ଆମେ ଏକ ଗ୍ଳାସ ପାଣି କୁ ଗରମ କରିବା ଓ ଏହା ଦେହରେ କିଛି ଅଲଶି ପକାଇବା । ପାଣି ଭଲକି ଗରମ ହୋଇ ସାରିବା ପରେ ଆପଣ ଏହି ଅଲଶି କୁ ପକାଇବେ । ଏହା ପରେ ଆପଣ ଏଥିରେ କିଛି ଚାଉଳ ପକେଇବେ । ଭଲ ଭାବେ ଏହାକୁ ଫୁଟିବା ପାଇଁ ଛାଡି ଦେବେ । ମନ ରଖିବେ କି ଆପଣ ଅରୁଆ ଚାଉଳ ନେବେ ଉସୁନା ନୁହେଁ । ଏହାକୁ ପକେଇବା ପରେ ଆପଣ ଆଞ୍ଚକୁ ସ୍ଲୋ କରି ଦିଅନ୍ତୁ । ଏହାକୁ ଭଲ ଭାବେ ସିଝିବା ପାଇଁ ଛାଡି ଦିଅନ୍ତୁ । ଆଞ୍ଚ ଅଧିକା କରିବା ଦ୍ଵାରା ଖୁବ ଶୀଘ୍ର ପାଣି ମରିଯିବ ଓ ଏହା ପାଇଁ ପୁଣି ପାଣି ଢାଳିବା କୁ ପଡିବ ।

ଏହା ସହ ଚାଉଳ ଓ ଅଲଶି ର ଗୁଣ ଏଥିରେ ଆସେନି । ତେଣୁ ଏହାକୁ ଧୀରେ ଧୀରେ ହିଁ କରିବା ପାଇଁ ପଡିବ । ଏହାକୁ କରିବା ପାଇଁ ଆପଣ ଏଥିରେ ଲୁଣ ପକେଇବେ ନି । ଦେଖିବେ ଯେତେବେଳେ ପାଣି ଅଧା ହୋଇ ଜୀବ ସେତେବେଳେ ଏହାକୁ ଏକ ଚାମଚ ରେ ଘାଣ୍ଟି କି ଦେଖିବେ ଏହା ଟିକେ ଆପଣଙ୍କୁ ନାଲୁଆ ଲାଗିବ । ଏହି ଅବସ୍ଥାରେ ଆପଣ ଏହାକୁ କାଢି ଦେବେ । ଏହା ପରେ ଆପଣ ଏହାକୁ ଛାଣିବେନି । ଏହାକୁ କିଛି ସମୟ ପାଇ ଆପଣ ଥଣ୍ଡା ହେବା ପାଇ ଛାଡି ଦେବେ । ଏହା ଥଣ୍ଡା ହୋଇ ଗଲା ପରେ ଆପଣ ଏହାକୁ ଗ୍ରାଇଣ୍ଡିଙ୍ଗ କରିବେ । ଏହା ଦେହରେ ଆଉ ଅଧିକ ପାଣି ଦେବା ଆବଶ୍ୟକ ନାହି ।

ଏହାକୁ ଭଲ ଭାବରେ ଗ୍ରାଇଣ୍ଡ କରି ନେବେ । ଦେଖବେ ଏହାର ଏକ ସ୍ମୁଥ ପେଷ୍ଟ କରି ନେବେ । ଆପଣ ଏହାକୁ ଏକ ସଫା ଜାଗାରେ ରଖିବେ । ଏହାକୁ ଆପଣ ଫ୍ରିଜ ରେ ରଖୀ ପାରିବେ । ଆପଣ ଏଥିରୁ କିଛି ନେଇକି ସେଥିରେ ଆଲୋବେରା କିଛି ମିଶେଇକି ଏହାକୁ 2 ମୀନଟ ଯାଏ ଛାଡି ଦେବେ । ଏହା ପରେ ଆପଣ ଏହାକୁ ମୁହଁ ଧୋଇକି ସଫା କାରୀ ଏହାକୁ ଲଗେଇ ଦିଅନ୍ତୁ । ଏହାକୁ 1 ଘଣ୍ଟା ପରେ ଆପଣ ଏହାକୁ ଭଲ ଭାବେ ପାଣିରେ ଧୋଇ ନେବେ ।

Leave a Reply

Your email address will not be published. Required fields are marked *