ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା କାଲି କୁମ୍ଭ ସଙ୍କ୍ରାନ୍ତି ପଡିବାକୁ ଯାଉଛି । ଏହି କୁମ୍ଭ ସଙ୍କ୍ରାନ୍ତି ୧୩ ଫେବୃଆରି ରବିବାର ରେ ପାଳନ କରାଯିବ । ଏହି ଦିନ ସୂର୍ଯ୍ୟ ଦେବ କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏଥିଲାଗି ଏହି ପବିତ୍ର ଦିନକୁ କୁମ୍ଭ ସଙ୍କ୍ରାନ୍ତି ନାମରେ ପାଳନ କରା ଯାଇଥାଏ । ଏହି ପବିତ୍ର ଦିନ ଏମିତି କିଛି କାମ କରିବା ଉଚିତ ଯାହା ଦ୍ଵାରା ଜୀବନରେ ଚାଲିଥିବା ଦୁଖ କଷ୍ଟ ଦୂର ହୋଇଥାଏ । ଏହା ସହ କୋଟି କୋଟି ପୂଣ୍ୟ ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ସେହି କାମ ବିଷୟରେ କହିବାକୁ ଯାଉଛୁ ।
୧- ଏହି ପବିତ୍ର କୁମ୍ଭ ସଙ୍କ୍ରାନ୍ତି ଦିନ ବ୍ରଂହ ମୂହୁର୍ତ୍ତରେ ଉଠି ଘର ସଫା ସୁତୁରା କରି ସ୍ନାନ କରନ୍ତୁ । ଆପଣ ସୁଧ ନଦୀରେ ଯାଇ ସ୍ନାନ କରିଲେ ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ସ୍ନାନ ସାରିବା ପରେ ସ୍ଵଚ୍ଛ ବସ୍ତ୍ର ଧାରଣ କରି ସୂର୍ଯ୍ୟ ଦେବଙ୍କର ଉପାସନା କରି ଅର୍ଘ୍ୟ ଦିଅନ୍ତୁ । ଏହା ପରେ ସୂର୍ଯ୍ୟ ମନ୍ତ୍ର ଉଚ୍ଚାରଣ କରନ୍ତୁ । ସୂର୍ଯ୍ୟଙ୍କର ଉପାସନା କରିବା ଦ୍ଵାରା ଜୀବନରେ ସଫଳତା ମିଳିଥାଏ ।
ଏହି ଶୁଭ ଦିନରେ ବିଧି ବିଧାନରେ ପୂଜା କରିବାରେ ଘର ପରିବାରେ କୌଣସି ସଦସ୍ୟଙ୍କ ଉପରେ ଖରାପ ଶକ୍ତି ବା ପ୍ରଭାବ ପଡି ନ ଥାଏ । ଏହା ସହ ଜୀବନରେ ଥିବା ସମସ୍ତ ଦୋଷ ଦୂର ହୋଇଥାଏ । ଯେଉଁ ବ୍ୟକ୍ତି ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବଙ୍କ ସହ ଆରମ୍ଭ କରିଥାଏ ସେହି ବ୍ୟକ୍ତି ଜୀବନରେ ଅପାର ସଫଳା ମିଳିଥାଏ ।
୨- ଯେଉଁ ପ୍ରକାରରେ ଅମାବାସ୍ୟା ବା ପୂର୍ଣ୍ଣିମା ଦିନର ମହତ୍ଵ ରହିଛି ଠିକ ସେହିପରି ସଙ୍କ୍ରାନ୍ତି ଦିନ ଦାନ କରିଲେ କୋଟି ପୂଣ୍ୟ ମିଳିଥାଏ । ପ୍ରତେକ ମାସରେ ଅମାବାସ୍ୟା ଓ ପୂର୍ଣ୍ଣିମା ଆସିବା ସହ ସଙ୍କ୍ରାନ୍ତି ମଧ୍ୟ ଆସିଥାଏ । ବ୍ଯକ୍ତିର ସମ୍ବଳ ଅନୁଯାୟୀ ଯେତିକି ସମ୍ଭବ ସେତିକି ଦାନ କରିବା ଉଚିତ । ପରିବା, ବସ୍ତ୍ର, ଖାଦ୍ୟ ଜିନିଷ ଏହି ଦିନ ଆଦାନ କରିବା ଉଚିତ ।
କାରଣ ଯାହା ଆଜି ଆମେ ଅନ୍ୟ ମାନଙ୍କୁ ଦାନ କରିବା ତାହା ବିପଦ ସମୟରେ ଅନ୍ୟ କେହି ଭଗବାନଙ୍କ ଦ୍ଵାରା ସାହାଜ୍ଯ କରିବେ । ଦାନ କରିଥିବା ଫଳ ବ୍ୟକ୍ତି ନିଶ୍ଚୟ ଦିନେ ନା ଦିନେ ପାଇବେ । ଦାନ କରିବା ଦ୍ଵାରା ପୂଣ୍ୟ ମିଳିବା ସହ ମୃତ୍ୟୁ ପରେ ଉତ୍ତମ ଧାମ ପ୍ରାପ୍ତ ହୋଇଥାଏ ।
୩- ଏହି ପବିତ୍ର କୁମ୍ଭ ସଙ୍କ୍ରାନ୍ତି ଦିନ ଆମିଷ ଭୋଜନ ବା ଘରେ କରିବେ ନାହି । ଏହା ସହ ପିଆଜ ରସୁଣ ନିଷେଧ କରିବା ଉଚିତ । କାରଣ ଏହି ଦିନରେ ଘରେ ପୂଜା ପାଠ କରାଯାଏ । ଯଦି ଆମିଷ ଘରେ ରଖି ଭୋଜନ କରିବେ ତେବେ ପୂଜାର କୌଣସି ମହତ୍ଵ ରହି ନ ଥାଏ । ସୂର୍ଯ୍ୟଦେବଙ୍କୁ ବିଧି ବିଧାନ ଅନୁସାରେ ପୂଜା କରିବା ପରେ ସାତ୍ଵିକ ଭୋଜନ ଖାଇବା ଉଚିତ । ଏହା ଦ୍ଵାରା ଗୃହରେ ସୁଖ ଶାନ୍ତିର ବାତାବରଣ ରହିଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।