Special Story: ଏହି ପବିତ୍ର ସ୍ଥାନରୁ ତୁଳସୀ, ନଡିଆ ନ ଗଲେ, ଗଡେ ନାହିଁ କାଳିଆ ର ରଥ, ହୁଏ ନାହିଁ ପହଣ୍ଡି, ଦେଖନ୍ତୁ Video

ବନ୍ଧୁଗଣ, ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣ ମାନଙ୍କୁ ଅନେକ ଅଭିନନ୍ଦନ ତଥା ଶୁଭେଛା ଜଣାଉଛୁ । ଭକ୍ତ ଭାବରେ ବନ୍ଧା କାଳିଆ ଠାକୁର । ଭକ୍ତ ଯେତେବେଳେ ମଧ୍ୟ ମାନପ୍ରାଣ ଦେଇ ଡାକିଛି ତାର ପ୍ରାଣ ର ଠାକୁର ଙ୍କୁ ସେ ନିଜ ଭକ୍ତ ର ଡାକ ଶୁଣିଛନ୍ତି ।

କେତେବେଳେ ସେ ଭକ୍ତ ପାଇଁ ବାଇଗଣ ବାରିରେ ପଶିଛନ୍ତି ତ ଆଉ କେତେ ବେଳେ ଭକ୍ତ ଶିରମଣି ଦାଶିଆ ବାଉରୀ ହାତରୁ ନଡିଆ ଗ୍ରହଣ କରି ଭକ୍ତ ଭାବଗ୍ରାହୀ ବୋଲି ପରିଚୟ ଦେଇଛନ୍ତି । ସେହି ଭାବକୁ ନେଇ ପ୍ରତେହ ଦାଶିଆ ପିଠରୁ ତୁଳସୀ ଯାଏଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ଉଦେଶ୍ୟାରୀ । ଘୋଷଯାତ୍ରା ସମୟରେ ପିପିଲି ରୁ ତୁଳସୀ ଏବଂ ନଡିଆ ଯିବାପରେ ହିଁ ହୋଇଥାଏ ମହାପ୍ରଭୁଙ୍କ ପହଣ୍ଡିସେବା । ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ବାଳିଘାରେ ଥିବା ଭକ୍ତ “ଦାଶିଆ ବାଉରୀ” ଙ୍କ ସମ୍ବନ୍ଧରେ ଆପଣ ମାନେ ଜାଣିଥିବେ ।

ଏଠାରେ ଦାଶିଆ ଙ୍କ ସମାଧି ସ୍ଥଳ ରହିଅଛି । ଏହି ପିଠକୁ ଲାଗି ରହିଅଛି ଏକ ତୁଳସୀ ଉଦ୍ୟାନ । ରଥଚଳା ଦିନ ଏଠାରୁ ବାଊଁଶ ପାତିଆ ରେ ଚୂଳ ହୋଇ ଏଠାରୁ ମହାପ୍ରଭୁ ଙ୍କ ନିକଟକୁ ଯାଇଥାଏ । ନାମ ସଙ୍କୀର୍ତନ କରି ଏଠାକାର ଗାମବାସୀ ମାନେ ମହାପ୍ରଭୁ ଙ୍କ ନିମନ୍ତେ ତୁଳସୀ ଫୁଲ ନେଇ ଯାଇଥାନ୍ତି । ସକାଳୁ ଗ୍ରାମବାସୀ ମାନେ ଏଠାରୁ ତୁଳସୀ ଫୁଲ ତୋଳି ଏକତ୍ରିତ କରିଥାନ୍ତି ।

ଏହାପରେ ତୁଳସୀ କୁ ମାଳ କରନ୍ତି । ପଦ୍ମଫୁଲ ସମେତ ନଡିଆ ଆଦି କୁ ଏକତ୍ରିତ କରିଥାନ୍ତି । ଏ ସବୁ ନାମ ସଙ୍କୀର୍ତ୍ତନ ହୋଇ ଯାଇଥାଏ । ମାତ୍ର ବିଗତ ୨ ବର୍ଷ ହେବ କୋଭିଡ କଟକଣା ଯୋଗୁଁ ନାମ ସଙ୍କୀର୍ତ୍ତନ କରି ପାରୁ ନାହାଁନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ଏଠାକାର ଗ୍ରାମବାସୀ ଙ୍କ ଠାରୁ ସୂଚନା ମିଳିଅଛି ଯେ, ୨୭ ହାତ ମାଳ ମହାପ୍ରଭୁଙ୍କ ନିମନ୍ତେ ପ୍ରତିବର୍ଷ ରଥଯାତ୍ରା ରେ ଯାଇଥାଏ ।

ପ୍ରତିଦିନ ଏଠାରେ ମାତା ବୃନ୍ଦାବତୀ ଙ୍କ ଆରଧାନା କରାଯାଇଥାଏ । ମୁଣ୍ଡ ନୂଆଇ ମା ବୃନ୍ଦାବତୀ ଙ୍କୁ ତୁଳସୀ ଛିଣ୍ଡାଇବା ଲାଗି ଅନୁମତି ମାଗି ତୋଳା ହୋଇଥାଏ ତୁଳସୀ । ଏହାପରେ ତୁଳସୀ, ନଡିଆ ଏବଂ ଫୁଲ ଧରି ଜେନ ବଡ ଦେଉଳ କୁ ଯାଇଥାନ୍ତି ।

କୀର୍ତ୍ତନୀୟା ଙ୍କ ସହ ମିଶି ଆଶ୍ରମ ର ସେବାୟତ ଜୟ ଜଗନ୍ନାଥ ଙ୍କ ନାମ ଉଚ୍ଚାରଣ କରି ତୁଳସୀ ନଡିଆ ନେଇ ଶ୍ରୀ କ୍ଷେତ୍ର ରେ ପହଞ୍ଚିବା ପରେ, ଆରମ୍ଭ ହୋଇଥାଏ ପହଣ୍ଡି ସେବା । ରଥାରୂଢ କାଳିଆ ସାଆନ୍ତ ଙ୍କ ନିମନ୍ତେ ୨୭ ହାତର ତୁଳସୀ ମାଳ ସହିତ ମଞ୍ଜରି ମାଳ ମଧ୍ୟ ଯାଇଥାଏ ।

ଏହି ମାଳ ସ୍ଥାନ ପାଇଥାଏ ମହାପ୍ରଭୁ ଙ୍କ ମସ୍ତକ ଉପରେ । ପ୍ରଭୁ ଙ୍କର ଦୟଣା ମାଳ ହେଉ ଅଥବା ହୃଦପଦ୍ମ ଶ୍ରୀ ଜଗନ୍ନାଥ ଙ୍କ ପୂଜା ରେ ତୁଳସୀ ର ରହିଅଛି ବିଶେଷ ମହତ୍ଵ । ବୈଷ୍ଣବ ଧର୍ମ ରେ ତୁଳସୀ ମାହାତ୍ମ୍ୟ କୁ ନେଇ ରହିଛି ଅନେକ ପୌରଣିକ କଥା । ସେଇଥିପାଇଁ କାଳିଆ ସାଆନ୍ତ ଙ୍କ ପୂଜା ପାଇଁ ଲୋଡ ପଡିଥାଏ ତୁଳସୀ ଦୟଣା । ବନ୍ଧୁଗଣ ଆପଣଙ୍କୁ ଏହିବ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *