ରଥଯାତ୍ରା ଠିକ ପୂର୍ବରୁ ରାଜା ଙ୍କୁ ହେଲା ଏଭଳି ସ୍ଵପ୍ନାଦେଶ! ଆଉ ତା ପରେ…

ବନ୍ଧୁଗଣ, ପବିତ୍ର ରଥଯାତ୍ରା ଅବସରରେ ଆପଣ ମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭେଛା । ଓଡିଶାରେ ଅବସ୍ଥିତ “ଧାନକୁଦା ପିଠ” କୁ ଗୁପ୍ତ ବୃନ୍ଦାବନ ବୋଲି କୁହା ଯାଇଥାଏ । ଏଠାରେ ପୁରୀ ରାଜା ଙ୍କୁ ଯେଉଁଭଳି ଭାବରେ ସ୍ଵପ୍ନାଦେଶ ହୋଇଥାଏ, ସେହିଭଳି ଏହି ଅଞ୍ଚଳର ଯିଏ ରାଜା ଅଛନ୍ତି ତାଙ୍କୁ ସ୍ଵପ୍ନାଦେଶ ହୋଇଥାଏ ଯେ, ରଥଯାତ୍ରା ରେ ବ୍ୟବହୃତ କାଠ କେଉଁଠାରେ ଅଛି ।

ଏହାପରେ ସେହି କାଠ କୁ ଖୋଜିବାକୁ ଚାଲି ଯାଇଥାନ୍ତି । ଏହାପରେ ସେହି କାଠ ଆସିବା ପରେ ସେଥିରେ ସାରଥି ସମେତ ଅନ୍ୟାନ୍ୟ ଦେବୀଦେବତା ଙ୍କ ନିର୍ମାଣ ହୋଇଥାଏ । ନିର୍ମାଣ କରୁଥିବା କାରିଗର ମାନେ କହିଲେ ଯେ ଗୋଟିଏ କାଠ ରେ ନିର୍ମାଣ କରିବାକୁ ପ୍ରାଏ ୨ ମାସ ସମୟ ଲାଗିଥାଏ ।

ଏହି ଅଞ୍ଚଳରେ କେବଳ ଗୋଟିଏ ରଥ ନିର୍ମାଣ ହୋଇଥାଏ । ପ୍ରାଏ ୧୫ ରୁ ୨୦ ଜଣ ଏହି ରଥଟିକୁ ନିର୍ମାଣ କରିଛନ୍ତି । ଗତବର୍ଷ ଠାରୁ ଲକଡାଉନ ସଟ ଡାଉନ ଯୋଗୁଁ ବହୁତ ଅସୁବିଧାର ସମୁଖୀନ ହେଉଥିବା ବେଳେ, ଚଳିତ ବର୍ଷ ମଧ୍ୟ ମଝିରେ ଏଠାରେ ରଥକାର୍ଯ୍ୟ ବନ୍ଧ ରହିଥିଲା ବୋଲି କହିଛନ୍ତି ଏଠାକାର ରଥ ନିର୍ମାଣ କାରିଗର । ମାତ୍ର ସ୍ୱଳ୍ପ ସମୟ ମଧ୍ୟରେ ସଂପୂର୍ଣ୍ଣ ରଥାଟି ଏଠାରେ ନିର୍ମାଣ କରାଯାଇଥିଲା ।

ନିମ୍ବ ଗଛର କାଠ ରେ ରଥର ଦେବାଦେବୀ ମାନଙ୍କୁ ନିର୍ମାଣ କରୁଥିବା କାରାଗାର କହିଥିଲେ ଏଥିରେ ଆମ୍ଭମାନଙ୍କୁ ସାକ୍ଷାତ ମହାପ୍ରଭୁ ଙ୍କ ସହିତ ସାକ୍ଷାତ କାର ହୋଇଥିଲା । ଏହି ଅନୁଭୂତି ଅତ୍ୟଧିକ ନିଆରା ଥିଲା । କାରିଗର ତାଙ୍କ ର ଏକ ଅନୁଭୂତି କୁ ସେୟାର କରିଥିଲେ ଯେ, ଯେତେବେଳେ ମୋ ପାଖକୁ ନିର୍ଦ୍ଧେଶ ଆସିଲା ଯେ ସାରଥି ନିର୍ମାଣ ହେବେ । ଏହାପରେ ନିର୍ଦ୍ଧେଶ ଆସିଥିବା ଗଛ ପାଖକୁ ଆମ୍ଭେ ମାନେ ଗଲୁ ।

ସେଟାକୁ ଗଲାପରେ ସେହି ଗଛ ପାଖରେ ସାପ ହୁଙ୍କା, ତୁଳସୀ ଗଛ, ବେଲ ଗଛ ଯାହା ବିଧିବିଧାନ ଥିଲା ପରିଲକ୍ଷିତ ହେବା କଥା ସେ ସବୁ ଲକ୍ଷଣ ସେଠାରେ ଥିଲା । ମୁଁ ଯେତେବେଳେ ଦିନେ ରାତିରେ ଶୋଇଛି ସେତେବେଳେ ଠାକୁରଙ୍କୁ ମନେ ମନେ ଡାକିଲି ଯେ, ହେ’ ପ୍ରଭୁ ମୋତେ ତ ଆପଣଙ୍କୁ ନିର୍ମାଣ କରିବାର ନିର୍ଦେଶ ହୋଇଛି ନିର୍ମାଣ କରିବାକୁ ହେବ । ମାତ୍ର କିଭଳି ନିର୍ମାଣ କରିବି ତାହା ବୁଝି ହେଉନି । ଏଣୁ ଆପଣ ଯାହା ଆଦେଶ ଦେବେ ମୁଁ ସେହି ଅନୁସାରେ କାମ କରିବି । ମାତ୍ର ମୁଣ୍ଡିଆ ମାରି ମୁଁ କାର୍ଯ୍ୟ ଆରମ୍ଭ କରିବାକୁ ଲାଗିଲି ।

ମୁଁ କେମିତି କରୁଛି ମୁଁ ଜାଣିନି କିନ୍ତୁ ସେ ତାଙ୍କରି ରୂପ ସେ ହୋଇ ହୋଇ ଯାଉଥିଲେ । କାରିଗର କହିଛନ୍ତି ମୁଁ ଅନେକ ଦିବ୍ୟ ସଙ୍କେତ ମାନ ଦେଖିଅଛି । ଜଗତର ନାଥ ଜଗନ୍ନାଥ ଙ୍କ ମହିମା ଅନେକ ଯିଏ ତାଙ୍କ ଅଲୌକିକ ଅନୁଭୂତି କୁ ଦେଖିଛି ତାର ଜୀବନ ସତରେ ଧନ୍ୟ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଅଲୌକିକ ଘଟଣା ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *