ପବିତ୍ର ରାକ୍ଷୀ ପୂର୍ଣ୍ଣିମା ରେ କରନ୍ତୁ ନାହିଁ ଏହି ସବୁ ଭୁଲ ? ଜାଣନ୍ତୁ ରାକ୍ଷୀ ବାନ୍ଧିବାର କିଛି ନିୟମ

ବନ୍ଧୁଗଣ ଆସନ୍ତା 30 ତାରିଖ ବୁଧବାର ଦିନ ପଡୁଅଛି ପବିତ୍ର ରକ୍ଷା ବନ୍ଧନ । ରକ୍ଷା ବନ୍ଧନ ହେଉଛି ପବିତ୍ର ସମ୍ପର୍କର ପର୍ବ, ଅତୁଟ ବନ୍ଧନର ପର୍ବ । ଗୋଟେ ପୁଅ ପାଇଁ ମା ଟି ବାର ମାସ ତେର ଓଷା କରେ । କିନ୍ତୁ ବର୍ଷକ ମଧ୍ୟରେ ଏହି ଗୋଟେ ଦିନ ଶ୍ରାବଣ ପୂର୍ଣ୍ଣିମା ଯାହାକି ଗୋଟେ ଭଉଣୀ ତା ଭାଇର ଶୁଭ ମନାସି ରକ୍ଷା ବନ୍ଧନ ପାଳନ କରନ୍ତି । ସାମାନ୍ୟା ସୂତା ଭାଇ ହାତରେ ବାନ୍ଧି ଦେଲେ ତାର ଆୟୁଷ ବଢିଥାଏ ।

ତେଣୁ ଏହା ହେଉଛି ଭାଇ ଭଉଣୀର ସମ୍ପର୍କ । ଆଜି ଆମେ ଜାଣିବା ରାକ୍ଷୀ ପିନ୍ଧିବା ସମୟରେ କେଉଁ କେଉଁ ନିୟମର ପାଳନ କରିବା ଉଚିତ । ରାକ୍ଷୀ ବାନ୍ଧିବା ପାଇଁ ପ୍ରସ୍ତୂତ ହେବା ପୂର୍ବରୁ ଭଉଣୀ ପ୍ରଥମେ ବନ୍ଦାପନା ଥାଳି ପ୍ରସ୍ତୁତ କରିବାକୁ ହେବ । କେବେ ବି ତମ୍ବା ଥାଳିର ବ୍ୟବହାର ନ କରି ପିତଳ ଥାଳିର ବ୍ଯବହାର କରିବା ଉଚିତ । ସେଥିରେ ଚନ୍ଦନ, ସିନ୍ଦୁର, କୁଙ୍କୁମ, ଅକ୍ଷତ, ଦେଶୀ ଘିଅର ଦୀପ, ଦୁବ, ଅକ୍ଷୁର୍ଣ୍ଣ ରାକ୍ଷୀ ରଖିବେ ।

ଏହା ପରେ ଭଗବାନ କୃଷ୍ଣ ଓ ଗଣେଶ ଙ୍କୁ ରାକ୍ଷୀ ବାନ୍ଧିବା ଉଚିତ । ତାପରେ ଭାଇ ଙ୍କ ହାତରେ ରାକ୍ଷୀ ବାନ୍ଧିବା ଉଚିତ । ଯେବେ ଭାଇଙ୍କ ହାତରେ ଭଉଣୀ ରାକ୍ଷୀ ବାନ୍ଧିବେ ପଶ୍ଚିମ, ଦକ୍ଷିଣ, ଐଶାନ୍ୟ ଦିଗରେ ମୁଖ ହେବ ଉଚିତ । ଯେବେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭାଇଙ୍କ ମୁଖ ଉତ୍ତର ବା ପୂର୍ବର ଦିଗକୁ ମୁଖ ରହିବା ଶ୍ରେୟସ୍କର ଅଟେ । ଯେବେ ଭଉଣୀ ରାକ୍ଷୀ ବାନ୍ଧିବ ଭାଇ ହାତରେ ନାଲି ରଙ୍ଗର ବସ୍ତ୍ର ପରିଧାନ କରିବା ଅନୁଚିତ ।

ଏହା ସହ କଳା ଓ ନୀଳ ରଙ୍ଗର ବସ୍ତ୍ର ଧାରଣ କରିବା ଅନୁଚିତ । ଅନ୍ୟ କୌଣସି ରଙ୍ଗର ବସ୍ତ୍ର ପରିଧାନ କରିବେ । ପ୍ରଥମେ ଭାଇ ମୁଣ୍ଡରେ ତିଳକ ଲଗାଇବା ପରେ କୁଙ୍କୁମ, ସିନ୍ଦୁର ଲଗାଇବେ । ତାପରେ ଅକ୍ଷତ ଦେବେ । ଅକ୍ଷତ ଦେବା ପରେ ଭାଇ ଙ୍କ ମଣିବନ୍ଧ ରେ ରାକ୍ଷୀ ବାନ୍ଧିବା ଉଚିତ । ରାକ୍ଷୀ ବାନ୍ଧିବା ପରେ ଅଳ୍ପ ଅରୁଆ ଚାଉଳ, ଦୁବ ଭାଇଙ୍କ ମୁଣ୍ଡରେ ପକାଇ ଭାଇ ପାଇଁ ଶୁଭ ମନାସି ବନ୍ଦାପନା କରିବେ ।

ଏହା ପରେ ଭାଇଙ୍କୁ ମିଠା ଖାଇବାକୁ ଦେବା ଉଚିତ । ରାକ୍ଷୀ ବାନ୍ଧିବା ପରେ ଯଦି ଭାଇ ବଡ ହୋଇଥାନ୍ତି ତେବେ ପ୍ରଣାମ କରିବେ ଓ ଭାଇ ସାନ ହୋଇଥିଲେ ଭଉଣୀ କୁ ପରାନା କରିବା ଉଚିତ । ରାକ୍ଷୀ ବାନ୍ଧିବା ପରେ ଭାଇ ଭଉଣୀ କୁ ସୁବର୍ଣ୍ଣ ଉପହାର ଦେବା ସବୁଠୁ ଭଲ ହୋଇଥାଏ । ସାମର୍ଥ୍ୟ ଅନୁଯାୟୀ ଭାଇ ଭଉଣୀ କୁ ସୁନା ବା ରୂପ ଜିନିଷ ଉପହାର ଦେଲେ ଶୁଭ ହୋଇଥାଏ । ଏହା ସହ ବସ୍ତ୍ର, କିଛି ଅର୍ଥ ରାଶି ଉପହାର ଦେଇପାରିବେ ।

ଭୁଲରେ ବି ଭଉଣୀ କୁ ଫୋଟୋ ଫ୍ରେମ, ଚପଲ, ଲହୁ ଉପକରଣ, ଦର୍ପଣ, ଧାର ଥିବା ଦ୍ରବ୍ଯ ଉପହାର ଦେବା ଅନୁଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *