ପରିଶ୍ରମ କଲେ କେହି ସଫଳ ହୋଇ ନଥାନ୍ତି, ସଫଳ ହବା ପାଇଁ ଏହି ୨ଟି କଥା ଜାଣିବା ଆବଶ୍ୟକ

ଆପଣ ମାନେ ସମସ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କ ଚତୁର ନୀତି ବିଷୟରେ ଭଲ ଭାବରେ ଜଣା ଅଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ଦ୍ଵାରା କୁହା ଯାଇ ଥିବା କିଛି କଥା ବିଷୟରେ କହିବାକୁ ଯାଉଛୁ । ଯାହା ଭବିଷ୍ୟ ରେ ଆପଣଙ୍କ ପାଇଁ ବହୁତ ଲାଭକାରୀ ହବ, ତେବେ ଆଜି ଆମେ ଚାଣକ୍ୟଙ୍କ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ଜୀବନ ଆହୁରି ସରଳ ଓ ସଫଳ ହୋଇଯିବ ।

Image Courtesy: Google

୧. ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାଇ ମଣିଷ ଜୀବନରେ ଟଙ୍କା ଏତେ ମୂଲ୍ଯବାନ ହୋଇଯାଇଛି ଯେ ଏହା ବିନ ଚଳି ହବ ନାହିଁ, ତେବେ ମଣିଷ ଟଙ୍କା ରୋଜଗାର କରିବା ପାଇଁ ନିଜ କ୍ଷମତା ଅନୁଯାଇ କାମ କରିଥାନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ୯୦% ଲୋକ ନିଜ କାର୍ଯ୍ୟରେ ସଫଳ ହୋଇ ନଥାନ୍ତି ଏହାର ଏକମାତ୍ର କାରଣ ଯୋଜନା ଅଟେ । ଆଜିକା ଲୋକଙ୍କ ପାଖରେ ନିଜ ଭବିଷ୍ୟ ପାଇଁ କୌଣସି ଯୋଜନା ନାହିଁ ସେ ଯାହା କରୁଛନ୍ତି ତାକୁ ଗଧ ଭଳି ପରିଶ୍ରମ କରି ପୂର୍ଣ କରିଥାନ୍ତି ଯାହା ଫଳ ସ୍ୱରୂପ ତାଙ୍କୁ ତାଙ୍କ କ୍ଷମତା ଅନୁଯାଇ ସଫଳତା ପ୍ରାପ୍ତ ହୋଇ ପାରେ ନାହିଁ କାହିଁକିନା ଏହି ଭଳି ଲୋକ କେବଳ ବଳ ପ୍ରୟୋଗ କରନ୍ତି ବୁଦ୍ଧି ପ୍ରୟୋଗ କଲେ ବହୁତ କିଛି ପାଇ ପାରିବେ ।

Image Courtesy: Google

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜଙ୍ଗଲରେ ସବୁ ପଶୁ ପଖି ଶିକାର କରି ନିଜ ଜୀବନ ଜ୍ଞାପନ କରନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି କେଉଁ ଶିକାରୀ କେବେ ଅସଫଳ ହୋଇନଥାଏ, ତାହା ଚିଲ ଅଟେ କାହିଁକିନା ଚିଲ ହଟାତ ନିଜ ଶିକାର ଉପରେ ହାତ ମାରି ନଥାଏ ସେ ନିଜ ଶିକାର ଉପରେ ଘଣ୍ଟା ଘଣ୍ଟା ଧରି ନଜର ରଖିଥାଏ ଓ ସଠିକ ସମୟରେ ହାତ ମାରିଥାଏ ସେଥିପାଇଁ ସେ କେବେ ଅସଫଳ ହୋଇନଥାଏ । ମଣିଷକୁ ମଧ୍ୟ ଏମିତି ଯୋଜନା ତିଆରି ରଖିବା କଥା ଓ ସଠିକ ସମୟରେ ବ୍ୟବହାର କରିବା ଉଚିତ ।

Image Courtesy: Google

୨. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ମଣିଷକୁ କେବେ ବି ଅନ୍ୟ ଲୋକଙ୍କ ଆଗରେ ନିଜ ଦୁର୍ବଳତା ଦେଖାଇବା ଉଚିତ ନୁହ କାହିଁକିନା ସମୟ ଆସିଲେ ଲୋକ ତାଙ୍କ ଦୁର୍ବଳତା ତାଙ୍କ ବିରୂଢରେ ବ୍ୟବହାର କରିଥାନ୍ତି, ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଦୁନିଆରେ ଭଗବାନ କାହାକୁ ବି ସବୁକିଛି ଦେଇ ନାହାନ୍ତି ସମସ୍ତଙ୍କ ଭିତରେ କିଛି ଅଭାବ କରିଛନ୍ତି କିନ୍ତୁ ଯେଉଁ ବ୍ୟକ୍ତି ନିଜ ଭିତରେ ଅଭାବ ଖୋଜିଥାଏ ସେ  ନିଜ ଜୀବନରେ କିଛି ଭଲ ବା ସଫଳତା ପାଇ ନଥାଏ । ତେବେ ସବୁବେଳେ ଆପଣଙ୍କ ତାକତ ବିଷୟରେ ଭାବି ଆଗକୁ ବଢିବା ପାଇଁ ଚେଷ୍ଟା କରନ୍ତୁ ଆପଣ ସଫଳ ଅବଶ୍ୟ ହୋଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *