ଅଧିକ ଭାବୁଥିବା ବ୍ୟକ୍ତି ଏହି ପୋଷ୍ଟ ନିଶ୍ଚୟ ଦେଖନ୍ତୁ, କମ କଥା ହେଉଥିବା ବ୍ୟକ୍ତି କିପରି ହୋଇଥାନ୍ତି

ଆଜି କାଲିକା ସମୟରେ ସମସ୍ତେ ସ୍ମାର୍ଟ ହବା ଆବଶ୍ୟକ କିନ୍ତୁ ଏହାର ଅର୍ଥ ନୁହ ଯେ ଆପଣଙ୍କୁ ବହୁତ କିଛି କହିବାକୁ ହବ । ଆପଣଙ୍କ ଭିତରେ ବହୁତ ପ୍ରକାର ଭାବନା ଆସିଥାଏ ଯାହା ଆପଣଙ୍କ ବିଶେଷତା ହୋଇଥାଏ କିନ୍ତୁ ଆପଣ ମାନେ ଏହାକୁ ଜାଣି ପାରନ୍ତି ନାହିଁ ବହୁତ ଥର କମ କଥା ହାଉଥିବା ଲୋକଙ୍କୁ ଆମେ କିଛି ଜାଣି ନାହାନ୍ତି ବୋଲି କହିଥାଉ କିନ୍ତୁ ଏହା ପୂର୍ଣ ଭାବରେ ଭୁଲ ଅଟେ, ଯେଉଁ ଲୋକ କମ କଥା କୁହନ୍ତି ସେହି ଲୋକ କେମିତି ହୋଇଥାନ୍ତି ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା ।

Image Courtesy: Google

୧. ପଢିବା ଓ ଲେଖିବା :

ପ୍ରାୟତଃ ଯେଉଁ ଲୋକ ଅଧିକ କଥା କୁହନ୍ତି ନାହିଁ ସେ ନିଜ ଭାବନାରେ ବୁଡି ରୁହନ୍ତି, ତାଙ୍କ ମନରେ ବହୁତ ପ୍ରକାର କଥା ଚାଲୁଥାଏ ଯାହାର ଉତ୍ତର ସେ ଜାଣିବା ପାଇଁ ଚେଷ୍ଟା କରନ୍ତି, ତେବେ ଏହି ଭଳି ବ୍ୟକ୍ତି ପ୍ରାୟତଃ ପଢିବା ବା ଲେଖିବା ପସନ୍ଦ କରନ୍ତି, ଏହି ଭଳି ଲୋକଙ୍କୁ ଶାନ୍ତି ବହୁତ ପସନ୍ଦ ହୋଇଥାଏ, ଏହି ଭଳି ଲୋକ ଅଧିକ ଭିଡ ବା ଗହଳି ଜାଗାରେ ଯିବା ପସନ୍ଦ କରନ୍ତି ନାହିଁ । ଏହି ଭଳି ଲୋକ ପ୍ରାୟତଃ କବିତା ବା ନିଜ ମନ ଇଛା କଥା ଡାଇରି ବା ଅନ୍ୟ କିଛି ଲେଖିବା ପସନ୍ଦ କରନ୍ତି, ଏହି ଭଳି ଲୋକ ବହୁତ କମ ବ୍ୟକ୍ତିଙ୍କ ସହ ମିଶି ଥାନ୍ତି କିନ୍ତୁ ଯାହା ସହ ମିଶି ଥାନ୍ତି ତାଙ୍କ ସହ ବହୁତ କଥା ହୁଅନ୍ତି ।

Image Courtesy: Google

୨. ବୁଦ୍ଧିମାନ :

ଯେଉଁ ବ୍ୟକ୍ତି ବହୁତ କମ କଥା କୁହନ୍ତି ସେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଆପଣ ଯେଉଁ କଥା ତାଙ୍କୁ କୁହନ୍ତି ଏହାର ବିଚାର ସେ ନିଜ ମନରେ କରିଥାନ୍ତି ଓ ଭୁଲ ଠିକ ଅନୁମାନ କରିଥାନ୍ତି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହି ଭଳି ବ୍ୟକ୍ତି ବହୁତ ଅଳସୁଆ ମଧ୍ୟ ହୋଇଥାନ୍ତି ଏହି ଭଳି ଲୋକ ନିଜ ଜୀବନରେ ସବୁ କିଛି କରି ପାରନ୍ତି କିନ୍ତୁ ଇଛା କଲେ ଅଳସୁଆ ହେଲେ ତାଙ୍କୁ କିଛି ପ୍ରାପ୍ତ ହୋଇନଥାଏ ।

Image Courtesy: Google

୩. ଏହି ଭଳି ଲୋକ କୌଣସି କଥା ବଡ କରି କହିବା ପସନ୍ଦ କରନ୍ତି ନାହିଁ, ଏହି ଭଳି ଲୋକ ଯାହା ସତ ହୋଇଥାଏ ତାହା କହିଥାନ୍ତି, ତେବେ ଅନ୍ୟ ଲୋକ ବହୁତ ବଡ ବଡ କଥା କୁହନ୍ତି ବା ବହୁତ ମିଛ ମଧ୍ୟ କୁହନ୍ତି କିନ୍ତୁ କମ କଥା କହୁଥିବା ବ୍ୟକ୍ତି କେବେ କାହାକୁ କଷ୍ଟ ଦେଲା ଭଳି କଥା କୁହନ୍ତି ନାହିଁ । ଏହି ଭଳି ଲୋକ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତି ଓ କାହାକୁ କଣ କହିବା ଉଚିତ ତାହା କହିଥାନ୍ତି ।

Leave a Reply

Your email address will not be published. Required fields are marked *