ପର୍ସରେ ରଖନ୍ତୁ ଏହି ଗୋଟିଏ ଜିନିଷ ! ଧନର ବୃଦ୍ଧି ଘଟିବ ! Odia Anuchinta

ବନ୍ଧୁଗଣ ଆମେ ମାନେ ସମସ୍ତେ ଟଙ୍କା ରଖିବା ପାଇଁ ପର୍ସ ର ବ୍ୟବହାର କରିଥାଉ । ତେବେ ବର୍ତ୍ତମାନ ସମୟରେ ଯଦିଓ ଆଧୁନିକ ପ୍ରଣାଳୀରେ ଅନଲାଇନ ମାଧ୍ୟମରେ ଟଙ୍କାର ନେଣଦେଣ କରୁଛନ୍ତି । ତଥାପି ଆବଶ୍ୟକ ଅନୁଯାଇ ଟଙ୍କା ରଖିବା ପାଇଁ ପର୍ସର ମଧ୍ୟ ବ୍ୟବହାର କରିବାକୁ ପଡିଥାଏ । ତେବେ ଯେଉଁ ମାନେ ପର୍ସର ବ୍ୟବହାର କରିଥାନ୍ତି । ସେମାନଙ୍କ ପାଇଁ ପର୍ସ ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ ନିୟମ ବିଷୟରେ ଏଠାରେ କହିବାକୁ ଯାଉଛୁ । ପର୍ସରେ କଣ ସବୁ ରଖିବା ଦ୍ଵାରା ଟଙ୍କା ବୃଦ୍ଧି ହୋଇଥାଏ । ଅପର ପକ୍ଷରେ ପର୍ସରେ କଣ ସବୁ ରଖିବା ଦ୍ଵାରା ଟଙ୍କାର ଖର୍ଚ ବଢିଥାଏ ଏ ସମସ୍ତ ବିଷୟବସ୍ତୁ ଉପରେ ଆଜି ଜାଣିବା ।

1- ପର୍ସ ନିଜେ କିଣି ଆଣିବା ଭଲ ହୋଇଥାଏ । ଯଦି ଆପଣଙ୍କୁ କିଏ ପର୍ସ ଗିଫ୍ଟ ରୂପେ ପ୍ରଦାନ କରିଥାଏ । ତେବେ ତାହା ଆହୁରି ଭଲ ହୋଇଥାଏ ।

2- ବ୍ୟବହାର କରୁଥିବା ପର୍ସକୁ ପ୍ରତି ବର୍ଷକୁ ଥରେ ଲେଖାଏଁ ବଦଳାଇବାକୁ ଚେଷ୍ଟା କରନ୍ତୁ । ଏଥିସହ ମଝିରେ ମଝିରେ ପର୍ସକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖାଇ ଦିଅନ୍ତୁ । କାରଣ ଟଙ୍କା ହେଉଛି ଆମ ପାଇଁ ମା’ ଲକ୍ଷ୍ମୀ । ତେଣୁ ମା’ ଲକ୍ଷ୍ମୀ ସବୁବେଳେ ପରିଷ୍କାର ସ୍ଥାନରେ ରହିବାକୁ ହିଁ ପସନ୍ଦ କରିଥାନ୍ତି । ହେଲେ ଚିରାଫଟା ଓ ଅପରିଷ୍କାର ପର୍ସରେ ଯେଉଁ ମାନେ ଟଙ୍କା ରଖିଥାନ୍ତି । ସେମାନଙ୍କର ଟଙ୍କାର ଅଧିକ ଖର୍ଚ ହୋଇଥାଏ ।

3- ପୁରୁଣା ପର୍ସ ପରିବର୍ତ୍ତେ ଯେତେବେଳେ ନୂଆ ପର୍ସ ଆଣିବେ । ସେତେବେଳେ ପୁରୁଣା ପର୍ସକୁ ଏଣେତେଣେ ନଫୋପାଡି କୌଣସି ବି ଗଛ ମୂଳରେ ରଖି ଦେଇ ଚାଲି ଆସନ୍ତୁ ।

4- ଆପଣ ଯେତେ ମଧ୍ୟ ଆଧୁନିକ ହୋଇ ଟଙ୍କାର ଅନଲାଇନ କାରବାର କରୁଥାନ୍ତୁ । ହେଲେ ଯେତେବେଳେ ଆପଣଙ୍କୁ ଦରମା ମିଳୁଛି । ସେତେବେଳେ କିଛି ଟଙ୍କା ଉଠାଇ ନିଜ ପର୍ସରେ ରଖନ୍ତୁ । ଏଥିସହ ଘରର କୌଣସି ମହିଳା ଯେପରି ମା’ ଭଉଣୀ କିମ୍ବା ନିଜ ସ୍ତ୍ରୀ କି କିଛି କିଛି ଦିଅନ୍ତୁ । କାରଣ ଘରର ମହିଳାଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ । ଏଥିସହ ନିଜ ଟଙ୍କାରୁ କିଛି କିଛି ନେଇ ଧାର୍ମିକ ତଥା ପୂଣ୍ୟ କାର୍ଯ୍ୟରେ ଲଗାଇବାକୁ ଚେଷ୍ଟା କରନ୍ତୁ ।

5- ପର୍ସରେ କାହାର ଫୋଟ ବା ଅଦରକାରୀ କାଗଜପତ୍ର ନରଖିବା ସହ ନୋଟକୁ ଓ କଇନକୁ ଅଲଗା ଅଲଗା କରି ରଖିବା ସହ ସାଇଜ ଭାବେ ରଖନ୍ତୁ ।

6- ଘରର ମହିଳା ବା କେହି ସଦସ୍ୟ ପର୍ସରୁ ଟଙ୍କା ଚୋରୀ କରିବା ଉଚିତ ନୁହେଁ । ଯଦି ଆବଶ୍ୟକ ଥାଏ । ତେବେ ପଚାରିକି ଟଙ୍କା ନିଅନ୍ତୁ । କାରଣ ପର୍ସରୁ ଟଙ୍କା ଚୋରୀ କରିକି ନେବା ଦ୍ଵାରା ଭାଗ୍ୟ ଦୁର୍ଭାଗ୍ୟରେ ବଦଳିଯାଇଥାଏ ।

ଆଶା କରୁଛୁ ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *