ପଶ୍ଚିମବଙ୍ଗରେ ଚିହ୍ନଟ ହେଲା କରୋନାର ନୂଆ ରୂପ : କେତେ ସାଂଘାତିକ କରୋନାର ନୂଆ ରୂପ

ଦେଶରେ ଚିହ୍ନଟ ହେଲା ଟ୍ରିପଲ ମ୍ୟୁଟାଂଟ୍ କରୋନା ଭାଇରସ । ଅର୍ଥାତ ଏହା କରୋନା ଭୂତାଣୁର ଏକ ନୂଆ ପ୍ରକାର । ବିଶେଷ କରି ପଶ୍ଚିମବଙ୍ଗରେ ଏହି ପ୍ରକାର ଭୂତାଣୁ ଅଧିକ ଚିହ୍ନଟ ହୋଇଛି । ଏହାର ନାମକରଣ ହୋଇଛି- ବି-୧- ୬୧୮ । ଏହା ପୂର୍ବରୁ ଭାରତରେ ଏକ ଡବଲ ମ୍ୟୁଟାଂଟ ଭୂତାଣୁ ଚିହ୍ନଟ ହୋଇଥିଲା । ଯାହାର ନାମକରଣ କରାଯାଇଥିଲା- ବି-୧- ୬୧୭ । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କଠାରେ ବିଶେଷ କରି ଏହି ପ୍ରକାର ଭୂତାଣୁ ଦେଖା ଯାଉଛି । ଏହା ଅଧିକ ସଂକ୍ରାମକ । ଅର୍ଥାତ ଦ୍ରୁତ ଗତିରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପୁଛି ।

ତେବେ ଚିହ୍ନଟ ହୋଇଥିବା ଟ୍ରିପଲ ମ୍ୟୁଟାଂଟ ଅଧିକ ସାଂଘାତିକ ବୋଲି କୁହାଯାଉଛି । କାରଣ ଏହା କରୋନା ବିରୋଧୀ ସୁରକ୍ଷା ବଳୟକୁ ଭେଦ କରିବାକୁ ସମର୍ଥ । ଅର୍ଥାତ ଶରୀରରେ ଆଂଟିବଡି ତିଆରି ହୋଇଥିଲେ ମଧ୍ୟ ଏହି ପ୍ରକାର ଭୂତାଣୁ ସଂକ୍ରମଣ ହୋଇପାରେ । ସେହିପରି କରୋନା ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଏହି ପ୍ରକାର ଭୂତାଣୁ ସଂସ୍ପର୍ଷରେ ଆସିଲେ କରୋନା ଆକ୍ରାନ୍ତ ହୋଇପାରନ୍ତି । କରୋନାର ଏହି ନୂଆ ସ୍ୱରୂପକୁ ବେଙ୍ଗଲ ଭାଇରସ ବୋଲି ମଧ୍ୟ କୁହାଯାଉଛି ।

ଏପଟେ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା ଟ୍ରିପଲ୍ ମ୍ୟୁଟାଂଟ ଭୂତାଣୁକୁ ବି-୧-୬୧୮ ନାଁ ଦେଇଛନ୍ତି ଭୂତାଣୁବିତ୍ । ଏହା ଅଧିକ ସଂକ୍ରାମକ ଏବଂ ଅଧିକ ସାଂଘାତିକ ବୋଲି କୁହାଯାଉଛି । ପଡ଼ୋଶୀ ପଶ୍ଚିମବଙ୍ଗରେ ଏହା ଚିହ୍ନଟ ହୋଇଥିବାରୁ ଓଡ଼ିଶାରେ ଏହି ଭୂତାଣୁ ସଂକ୍ରମଣ କରିବା ସମ୍ଭାବନା ଅଧିକ । କାରଣ ପ୍ରତିଦିନ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ବହୁ ଲୋକ ଯିବା ଆସିବା କରିଥାନ୍ତି ।


ନଜର ପକାନ୍ତୁ ଭୂତାଣୁର ମ୍ୟୁଟେସନ୍ କାହିଁକି ହୁଏ ଏବଂ କ’ଣ ଏହି ଟ୍ରିପଲ୍ ମ୍ୟୁଟାଂଟ –

ତିନିଟି ଭିନ୍ନ ଭିନ୍ନ କୋଭିଡ୍ ଷ୍ଟ୍ରେନ୍ ମିଶି ଏକ ନୂଆ ଷ୍ଟ୍ରେନ୍ ସୃଷ୍ଟି ହେବା

ଅର୍ଥାତ ୩ଟି ପ୍ରଜାତି ମିଶି ନୂଆ ପ୍ରଜାତିର ଭୂତାଣୁ ସୃଷ୍ଟି ହେବା

ଭୂତାଣୁ ସବୁବେଳେ ରୂପ ବଦଳାଉଥାଏ

କିଛି ରୂପାନ୍ତର ଭୂତାଣୁକୁ ଦୁର୍ବଳ କରିଥାଏ

କିଛି ରୂପାନ୍ତର ଭୂତାଣୁକୁ ଶକ୍ତିିଶାଳୀ କରିଥାଏ

ସଂକ୍ରମଣ ଯେତେ ଅଧିକ ବ୍ୟାପେ, ଭୂତାଣୁର ରୂପାନ୍ତର ସେତିକି ଅଧିକ ହୁଏ

ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ଦିଲ୍ଲୀରେ ଚିହ୍ନଟ ହୋଇଛି ଟ୍ରିପଲ୍ ମ୍ୟୁଟାଂଟ

ଟ୍ରିପଲ୍ ମ୍ୟୁଟାଂଟ କରୋନା ଭୂତାଣୁ ହୋଇପାରେ ଅଧିକ ସଂକ୍ରମକ

ସହଜରେ ଭେଦ କରିପାରେ ଶରୀରର ସୁରକ୍ଷା ବଳୟ

ଡବଲ ମ୍ୟୁଟାଂଟ ଭୂତାଣୁ ଯୋଗୁଁ ଭାରତରେ କରୋନାର ଦ୍ୱିତୀୟ ଲହରରେ ବ୍ରେକ ଲାଗୁନାହିଁ ବୋଲି କୁହାଯାଉଥିବା ବେଳେ ଟ୍ରିପଲ୍ ମ୍ୟୁଟାଂଟ ଭୂତାଣୁ ଆହୁରି ଅଧିକ ସଂକ୍ରମକ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରୁଛନ୍ତି ବିଶେଷଜ୍ଞ । ଶରୀରରେ ଆଂଟିବଡି ତିଆରି ହୋଇଥିଲେ ମଧ୍ୟ ଏହି ପ୍ରକାର ଭୂତାଣୁ ଯୋଗୁଁ ଶରୀରରେ ସଂକ୍ରମଣ ହେବା ସମ୍ଭାବନା ରହିଛି । ଏପରିକି କରୋନା ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଏହି ପ୍ରକାର ଭୂତାଣୁ ସଂସ୍ପର୍ଶରେ ଆସିଲେ ଆକ୍ରାନ୍ତ ହୋଇପାରନ୍ତି । ଯାହା ସବୁଠୁ ଅଧିକ ଚିନ୍ତାର କାରଣ ପାଲଟିଛି ।

Leave a Reply

Your email address will not be published. Required fields are marked *