ପତଳା ଥିବାରୁ ଆପଣ ବି ଅଛନ୍ତି ଚିନ୍ତାରେ ? ତେବେ ଏହି ୫ ଟି ଉପାୟ ପ୍ରୟୋଗ କରନ୍ତୁ, କିଛି ଦିନରେ ଦେଖିବେ ପ୍ରଭାବ

ତେବେ ପ୍ରାୟତଃ ଲୋକ ମୋଟାପଣରୁ ଚିନ୍ତିତ ଅଛନ୍ତି, ଯାହା ପାଇଁ ସେ ବହୁତ ପ୍ରକାର ଉପାୟ ମଧ୍ୟ ପ୍ରୟୋଗ କରିଥାନ୍ତି, ତେବେ ମୋଟ କମ କରିବା ପାଇଁ ଲୋକ ବହୁତ କିଛି କରନ୍ତି ଯେମିତିକି ଜିମ ଯିବା, ରନିଙ୍ଗ କରିବା, ଘରେ ଏକ୍ସରସାଇଜ କରିବା ଏହି ସବୁ ଉପାୟ ମୋଟା ଲୋକ ଓଜନ କମ କରିବା ପାଇଁ କରନ୍ତି । ତେବେ କିଛି ଲୋକ ନିଜ ପତଳାପଣ ପାଇଁ ବହୁତ ଚିନ୍ତିତ ଅଛନ୍ତି, ଲୋକଙ୍କ ପତଳା ହବାରୁ ଲୋକ ମଜାକ ଉଡାନ୍ତି ।

ତେବେ ଏହା ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଯେମିତି ଓଜନ କମ କରିବା ପାଇଁ ସଠିକ ମାତ୍ରା ରେ ଡାଇଟ ପ୍ଳାନ ଦରକାର ଥାଏ ଠିକ ସେମିତି ଓଜନ ବଢେଇବା ପାଇଁ ମଧ୍ୟ ସଠିକ ଡାଇଟ ପ୍ଳାନ ଦରକାର ଥାଏ ।

ଏବେ ପତଳା ଲୋକଙ୍କୁ ଅଧିକ ହଇରାଣ ହବା ଦରକାର ନାହିଁ, କେବଳ କିଛି ସହଜ ଉପାୟ ଦ୍ଵାରା ଆପଣ ନିଜ ଓଜନ ବଢେଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ସହଜ ଉପାୟ ବିଷୟରେ ଯାହା ଆପଣଙ୍କ ଓଜନ ବଢେଇବାରେ ସାହାଜ୍ଯ କରିଥାଏ ।

କଦଳୀ :

କଦଳୀ ଏମିତି ଗୋଟେ ଫଳ ଯାହା ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାଏ, କଦଳୀ ସାହାଜ୍ଯ ରେ ପତଳା ଲୋକ ସହଜ ରେ ମୋଟା ହୋଇ ପାରିବେ, ଯଦି ଆପଣ ଗୋଟେ ଦିନରେ ତିନୋଟି କଦଳୀ ଖାଇବେ ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟେ ।

ଅଣ୍ଡା :

ଅଣ୍ଡାରେ ପରଯାପ୍ତ ମାତ୍ରା ରେ ପ୍ରୋଟିନ, ଫ୍ୟାଟ ଓ କେଲୋରି ଥାଏ ଯାହା ଆପଣଙ୍କ ଓଜନ ବଢେଇବାରେ ସାହାଜ୍ଯକ ହୋଇଥାଏ ।

ଘିଅ :

ଘିଅ ଏମିତି ଗୋଟେ ଜିନିଷ ଯାହା ପୁରୁଣା ସମୟରୁ ଲୋକନଙ୍କ ଓଜନ ବଢେଇବା ପାଇଁ ଉପଯୋଗ ହୋଇଥାଏ, ଘିଅ ସାହାଯ୍ୟରେ ଓଜନ ଆରାମସେ ବଢେଇ ପାରିବର କାହିଁକିନା ଏଥିରେ ଭରପୁର ମାତ୍ରା ରେ କେଲୋରି ହୋଇଥାଏ ।

କିଶମିଶ :

ଡ୍ରାଇଫୃଟ ରେ କିଶମିଶ ଏମିତି ଗୋଟେ ଫଳ ଯାହା ଦ୍ଵାରା ଆପଣ ଆରାମ ରେ ଓଜନ ବଢେଇ ପାରିବେ କେବଳ ଦିନକୁ ଗୋଟେ ମୁଠା କିଶମିଶ ଖାଇଲେ ଆପଣଙ୍କ ଓଜନ ବହୁତ ଶୀଘ୍ର ବଢିଥାଏ ।

ବାଦାମ :

ବାଦାମ ଆପଣଙ୍କ ଓଜନ ବଢେଇବାରେ ବହୁତ ସାହାଜ୍ଯକ ଅଟେ ଏହା ପାଇଁ ଆପଣଙ୍କୁ ଅଧିକ କଷ୍ଟ କରିବାକୁ ପଡିବ ନାହିଁ କେବଳ ୨-୩ଟି ବାଦାମ ରାତିରେ ପାଣିରେ ଭେଦେଇ ଦିଅନ୍ତୁ ଓ ଆର ଦିନ ସକାଳେ ଉଠି ବାଦାମ ବାଟି ଖିର ରେ ମିଶେଇ ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *