ଦୁନିଆରେ ୯୫% ଲୋକଙ୍କ ମନରେ ଏହି ଭାବନା ଆସିଥାଏ ଯେ ପାଠ ବହୁତ ବୋରିଙ୍ଗ ଜିନିଷ ଅଟେ ଓ ଏହା ଦ୍ଵାରା କିଛି ଲାଭ ହବ ନାହିଁ । ତେବେ ଏହାର କାରଣ ଆମ ମନ ଅଟେ କାହିଁକିନା ଯେତେବେଳେ ଜଣଙ୍କୁ ପାଠ କଷ୍ଟ ଲାଗିଲା ଓ ସେ ପଠା ପଢିବା ପାଇଁ ଇଛା କଲା ନାହିଁ ସେତେବେଳେ ତା ମନରେ ଏହି କଥା ଷ୍ଟୋର ହେଲା ଯେ ପାଠ କଲେ କିଛି ଲାଭ ନାହିଁ ପାଠ ବହୁତ କଷ୍ଟକର ଅଟେ, ଏହି ଅନୁଭବସେ ଅନ୍ୟ ଲୋକଙ୍କ ସହ ଶେୟର କଲେ ଯାହା ପରେ ଅନ୍ୟ ମାନଙ୍କ ମନରେ ମଧ୍ୟ ଏହି କଥା ଷ୍ଟୋର ହେଲା ଯାହା ପରେ ୩ରୁ, ୬ ତା ପରେ ୯ ଓ ତା ପରେ ଅସଂଖ୍ଯ ଲୋକଙ୍କ ମନ ଭାବନା ଏହା ରହିଲା ।
ଘର ଲୋକମାନେ ସବୁବେଳେ ଛୁଆଙ୍କୁ କୁହନ୍ତି ତମେ ପାଠ ପଢ ନଚେତ ଜୀବନରେ କିଛି ପାଇ ପାରିବ ନାହିଁ କିନ୍ତୁ ସମୟ ଥିବା ପର୍ଯ୍ୟନ୍ତ କାହାକୁ ବୁଝି ହୁଏ ନାହିଁ ବୟସ ଗାଡି ଗଲା ପରେ ନିଜ ଭୁଲ ଦେଖା ଦେଇଥାଏ ।

କିନ୍ତୁ ଏହାର କିଛି ଲାଭ ହୋଇନଥାଏ । ଯେତେବେଳେ ଗୋଟେ ମଣିଷକୁ ଚାକିରି ପାଇଁ କଷ୍ଟ କରିବାକୁ ପଡିଥାଏ ସେତେବେଳେ ତାକୁ ଅନୁଭବ ହୋଇଥାଏ ଯେ ପାଠ ବହୁତ ସହଜ ଥିଲା ତାକୁ ଭଲରେ କରିଥିଲେ ଆଜି ଆମର ଏହି ଅବସ୍ତା ହୋଇନଥାନ୍ତା କିନ୍ତୁ ସମୟ କାହା ପାଇଁ ଅପେକ୍ଷା କରେ ନାହିଁ ।

ଯେତେବେଳେ ସମୟ ଥାଏ ଓ ସମସ୍ତେ ପାଠ ପଢିବା ପାଇଁ କହିଥାନ୍ତି ସେହି ସମୟରେ ଆମ ମନ ବିପରୀତ ଦିଶାରେ ଚାଲିଥାଏ ଯାହା ଫଳରେ ଆମକୁ ଆମ ଅନୁଯାଇ ଜବ ମିଳିନଥାଏ ଓ ପରିଶ୍ରମ କରିବା ଦ୍ଵାରା ଆମକୁ ବହୁତ କଷ୍ଟ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେମିତି ନିଜ ମନକୁ ନିଜ ଇଛା ଅନୁଯାଇ ଚଳାଇବା ଓ କେମିତି ଅନ୍ୟ ମାନଙ୍କ ନକାରାତ୍ମକ କଥା ଦ୍ଵାରା ନିଜକୁ ବଞ୍ଚାଇବା ।

ତେବେ ଗୋଟେ ସଫଳ ବିଦ୍ୟାର୍ଥୀ ନିଜ ପୂର୍ଣ ସମୟ ନିଜ ପାଠକୁ ଦେଇଥାଏ କାହିଁକିନା ସେ ଜାଣିଥାଏ ସେହି ସମୟ କଷ୍ଟ କଲେ ସେ ୪୦-୫୦ ବର୍ଷ ଆରାମସେ ଟଙ୍କା ରୋଜଗାର କରିବ କିନ୍ତୁ ଯଦି ସେହି ୪-୫ ବର୍ଷରେ ନେଗଲେଟ କଲା ତେବେ ତାକୁ ବହୁତ କଷ୍ଟ ଜୀବନ ସାରା ସହିବାକୁ ହବ ।

ତେବେ ଆପଣ ନିଜ ମନକୁ ସବୁବେଳେ ନିଜ ଲକ୍ଷ ଉପରେ ରଖନ୍ତୁ ଓ ତାକୁ ପାଇବା ପାଇଁ ଆପଣଙ୍କ ପାଖରେ କେତେ ସମୟ ଅଛି ତାହା ମଧ୍ୟ ଦେଖନ୍ତୁ ଆପଣଙ୍କୁ ସମୟ କମ ଦେଖା ଯିବ ସେଥିପାଇଁ ଅନ୍ୟ ସବୁ କଥା ଭୁଲି ନିଜ ପଠା ଉପରେ ଧ୍ୟାନ ରଖନ୍ତୁ ଓ ଯଦି ଆପଣଙ୍କ ମନରେ କିଛି ମସ୍ତି ବା ସାଙ୍ଗ ସହ କଥା ହବାକୁ ଇଛା ହାଉଛି ତେବେ ନିଜ ମନକୁ ପଚାରନ୍ତୁ ଯେ କେତେ ଟାଇମ ଖରାପ ହୋଇଯିବ ଏହା ସବୁ କରି ସେଥିପାଇଁ କଷ୍ଟ କରନ୍ତୁ ଫଳ ଅବଶ୍ୟ ପ୍ରାପ୍ତ ହବ ଜୀବନରେ କିଛି ଶଟକଟ ନଥାଏ ସେଥିପାଇଁ ଷଟକଟ ପଛରେ ଗୋଡାନ୍ତୁ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।