ପତ୍ନୀ କେମିତି ହବା ଉଚିତ- Ajira Anuchinta

ସ୍ତ୍ରୀ ଓ ପୁରୁଷ ସମ୍ପର୍କ ଏମିତି ଗୋଟେ ସମ୍ପର୍କ ହୋଇଥାଏ ଯାହା ରକ୍ତର ନହେଲେ ମଧ୍ୟ ରକ୍ତ ଠାରୁ ଅଧିକ ହୋଇଥାଏ । ଆପଣଙ୍କୁ ଏହା ଜାଣିବା ବହୁତ ଆବଶ୍ୟକ ଯେ ବହୁତ ଲୋକ ସ୍ତ୍ରୀକୁ କେବଳ ଶଯ୍ୟା ସଂଗିନୀ ଭଳି ଦେଖନ୍ତି ଏହା ପୂର୍ଣ୍ଣ ରୂପରେ ଭୁଲ ଅଟେ ସ୍ତ୍ରୀକୁ କେବେ ଶଯ୍ୟା ସଂଗିନୀ ଭାବନ୍ତୁ ନାହିଁ ସ୍ତ୍ରୀକୁ ଜୀବନସଙ୍ଗିନି ଭାବନ୍ତୁ ଦେଖିବେ ଆପଣଙ୍କ ଜୀବନ ବହୁତ ସୁଖମୟ ହବା ସହ ଆପଣଙ୍କ ସ୍ତ୍ରୀ ଆପାନଙ୍କୁ ଭଲ ପାଇବେ ଓ ସମ୍ମାନ ମଧ୍ୟ କରିବେ । ତେବେ ସମ୍ମାନ ଦେଲେ ଆପଣ ମଧ୍ୟ ସମ୍ମାନ ପାଇବେ ।

ତେବେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଦୁନିଆରେ ସବୁଠାରୁ ବଢିକି ହୋଇଥାଏ ଜୀବନରେ କୌଣସି ସମ୍ପର୍କ ସ୍ଵାମୀ ସ୍ତ୍ରୀ ଭଳି କେବେ ହୋଇ ପାରିବ ନାହିଁ । ଆଜି ଆମେ ଆପଣଙ୍କୁ ସ୍ତ୍ରୀ କେମିତି ହବା ଉଚିତ ଓ କଣ କଲେ ଖରାପ ତାହା ବିଷୟରେ କହିବାକୁ ଯାଉଛୁ ।

Image Courtesy: Google

ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେଉଁ ସ୍ତ୍ରୀ ସ୍ଵାମୀ ରାଗିଲେ ତା ଉପରେ ବାଘୁଣୀ ଭଳି ପଡିଥାଏ, ଯେତେବେଳେ ସ୍ଵାମୀକୁ ଖାଦ୍ୟ ଦିଏ ଅସୁର ଭଳି ଖାଦ୍ୟ ଦିଏ, ଯେତେବେଳେ ବିପଦ ଆସେ ଶତ୍ରୁ ଭଳି ସ୍ଵାମୀକୁ ଆଗେଇ ଦେଇ ନିଜେ ଲୁଚି ଯାଏ ଏହି ଭଳି ସ୍ତ୍ରୀକୁ ସ୍ତ୍ରୀ କୁହନ୍ତି ନାହିଁ । ତେବେ ସବୁ ସ୍ତ୍ରୀ ମାନେ କଣ ସମ୍ମାନ ହୋଇଥାନ୍ତି ଏମିତି ହୁଏ ନାହିଁ କାହିଁକିନା ସମସ୍ତେ ସମାନ ହୋଇ ନଥାନ୍ତି । ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ସ୍ତ୍ରୀ କାହାକୁ କୁହନ୍ତି ଓ ସ୍ତ୍ରୀ କିଭଳି ହବା ଉଚିତ ।

Image Courtesy: Google

ରାତିରେ ଯିଏ ବେଶ୍ୟା ଭଳି ନିଜକୁ ନିଜ ସ୍ଵାମୀ ପାଖରେ ସମର୍ପିତ କରିଥାଏ, ଭଲ ପାଇବା ବା ପ୍ପ୍ରେମ ବେଳେ ବେଶ୍ୟା ଭଳି ପ୍ରେମ କରେ, କୋପି ଦାଶି ଯେତେବେଳେ ସ୍ଵାମୀ କୌଣସି କାରଣ ପାଇଁ ଅଧିକ ରାଗି ଯାଇଥାନ୍ତି ତେବେ ଦାଶି ଭଳି ସବୁ କଥା ସହିଯିବ । ଭୋଜନେ ଜନନୀ ସମା ଏହାର ଅର୍ଥ ଭୋଜନ ଦେଲା ବେଳେ ମା ସମାନ ହୋଇ ନିଜ ସ୍ଵାମୀକୁ ପୁଅ ଭଳି ଭୋଜନ ଦେଇଥାଏ । ବିପଦ ସମୟରେ ସ୍ଵାମୀକୁ ମନ୍ତ୍ରୀ ଭଳି ଭଲ ଉପଦେଶ ଦେଇଥାଏ, ଯେମିତି ମନ୍ତ୍ରୀ ନିଜ ରାଜ୍ୟ ବଞ୍ଚେଇବା ପାଇଁ ରାଜାକୁ ଭଲ ଉପଦେଶ ଦେଇଥାଏ ଠିକ ସେମିତି ସ୍ତ୍ରୀକୁ ସ୍ଵାମୀକୁ ଶାନ୍ତ କରିବା ଉଚିତ ।

Image Courtesy: Google

ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ଏମିତି ସ୍ତ୍ରୀ ମନରେ କଷ୍ଟ ଦେଲେ ସ୍ଵାମୀ ଲକ୍ଷ୍ମୀ ଛଡା ହୋଇଥାଏ ଓ ଲକ୍ଷ୍ମୀ ଛଡା ହେଲା ପରେ ଆପଣ ମାନେ ଜାଣିଛନ୍ତି ଯେତେବେଳେ ରାମ ଭଳି ଭଗବାନ ମଧ୍ୟ ଲକ୍ଷ୍ମୀ ଛଡା ହେଲା ପରେ ଜଙ୍ଗଲରେ ବୁଲିବାକୁ ବିବଶ ହୋଇଥିଲେ ତେବେ ଆମେ ମଣିଷ ଅଟନ୍ତି । ସେଥିପାଇଁ କେବେ କୌଣସି ସତୀ ସ୍ତ୍ରୀ ମନରେ କଷ୍ଟ ଦିଅନ୍ତୁ ନାହିଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *