କଣ ଆପଣଙ୍କର ବି ସକାଳେ ପେଟ ସଫା ହୋଇ ନଥାଏ, ତେବେ ନିଶ୍ଚିତ ଆପଣାନ୍ତୁ ଏହି ୮ ଟି ଘରୋଇ ଉପାୟ

ପ୍ରାୟତଃ ଲୋକମାନେ ନିଜର ଖାଇବା ପିଇବା ଉପରେ ଧ୍ୟାନ ରଖନ୍ତି ନାହିଁ, ଯେଉଁଥିରେ ତାଙ୍କୁ ପେଟର ସମସ୍ୟା ହୋଇଥାଏ ଏବଂ ପେଟ ଭଲ ଭାବରେ ସଫା ହୋଇ ନଥାଏ । ଏଥି ପାଇଁ ବିଭିନ୍ନ ଗମ୍ଭୀର ସମସ୍ୟା ଜନ୍ମ ନେଇଥାଏ ଏବଂ ଲୋକମାନଙ୍କୁ ଡାକ୍ତରଙ୍କ ପାଖରେ ଯିବାକୁ ପଡିଥାଏ । ନିଜର ଖାଇବା ପିଇବା ଉପରେ ଧ୍ୟାନ ନ ଦେବା କାରଣରୁ ଲୋକମାନେ ମନ ଇଛା କିଛି ବି ଖାଇ ଦିଅନ୍ତି ଯାହା ଦ୍ଵାରା ତାଙ୍କର ପେଟ ସଫା ହୋଇ ନଥାଏ ଏବଂ ଗ୍ୟାସ ଭଳି ସମସ୍ୟା ହୋଇ ଥାଏ । ପ୍ରାୟତଃ ସମସ୍ୟା ପେଟ ସଫା ନ ହେବାରରୁ ହୋଇଥାଏ ।

ସବୁଦିନ ପେଟ ସଫା ହେବା ଜରୁରୀ ଅଟେ । ଯଦି ଆପଣ ବି ଏହି ସମସ୍ୟାରେ ପୀଡିତ ଅଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ଘରୋଇ ଉପାୟ ନେଇ ଆସିଛୁ । ଏହି ଘରୋଇ ଉପାୟ ଦ୍ଵାରା ଆପଣ ଏହି ସମସ୍ୟାରୁ ବଞ୍ଚି ପାରିବେ ।

 

ପେଟ ସଫା କରିବା ପାଇଁ ଘରୋଇ ଉପାୟ

୧. ମେଥି – ସବୁଦିନ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଳାସ ଗରମ ପାଣିରେ ମେଥିର କିଛି ଦାନା ପକାଇ ପିଇବା ଦ୍ଵାରା ଆପଣଙ୍କର ପେଟ ସଫା ହୋଇଯିବ ।

୨. ବହୁତ ପାଣି ପିଅନ୍ତୁ – ଯଦି ଆପଣ ସବୁ ଦିନ ୮ ରୁ ୧୦ ଗିଲାସ ପାଣି ପିଉଛନ୍ତି ତେବେ ଆପଣଙ୍କର ପେଟ ସଫା ହୋଇଯିବ ।

୩. ଗରମ ପାଣି ପିଅନ୍ତୁ – ଯଦି ଆପଣଙ୍କର ପେଟ ସଫା ହେଉ ନାହିଁ ତେବେ ଆପଣ ସବୁ ଦିନ ସକାଳୁ ଉଠି ଗୋଟିଏ ଗ୍ଳାସ ଗରମ ପାଣି ପିଇବା ଉଚିତ ।

୪. ସବୁଜ ପନିପରିବା – ଯଦି ଆପଣଙ୍କର ପେଟ ସଫା ହେଉ ନାହିଁ ତେବେ ଆପଣ ସବୁ ଦିନ ସବୁଜ ପନିପରିବା ଖାଇବା ଉଚିତ ।

୫. ଏଲୋବେରା –  ସକାଳୁ ଉଠି ଅଳ୍ପ ଏଲୋବେରାର ରସକୁ ଗୋଟିଏ ଗ୍ଳାସ ପାଣିରେ ମିଶାଇ ପିଇବା ଉଚିତ ।

୬. କିସମିସ – କିସମିସରେ ଫାଇବାରର ମାତ୍ରା ବହୁତ ଅଧିକ ହୋଇଥାଏ, ଏମିତିରେ ଯଦି ଆପଣ ନିଜର ପେଟ ସଫା ରଖିବା ପାଇଁ ଚାହୁଁଛନ୍ତି, ତେବେ ଏହାକୁ ନିଶ୍ଚିତ ଖାଆନ୍ତୁ ।

୭. ଦହି – ଦହି ପେଟ ସଫା ରଖିବାରେ ସାହାର୍ଯ୍ୟ କରିଥାଏ । ସେଥିପାଇଁ ସବୁଦିନ ରାତିରେ ଦହି ଖାଇବା ଉଚିତ ।

୮. କଫି କମ ପିଅନ୍ତୁ – ଯଦି ଆପଣଙ୍କର ପେଟ ସଫା ହେଉ ନାହିଁ, ତେବେ ଆପଣଙ୍କୁ କଫି ଏବଂ ଚା ପିଇବା କମ କରିବା ଉଚିତ । ଏମିତି କରିବା ଦ୍ଵାରା ଆପଣଙ୍କର ପେଟ ସଫା ହେବାକୁ ଲାଗିବ ।

୯. ଆପେଳ – ନିୟମିତ ରୂପରେ ଗୋଟିଏ ଆପେଲ ଖାଇବା ଦ୍ଵାରା ପେଟ ସଫା ରହିଥାଏ ଏବଂ ଆପଣଙ୍କୁ କୌଣସି ପ୍ରକାରର ରୋଗ ହୋଇ ନଥାଏ ।

ଆଶା କରୁଛୁ ଆପଣଙ୍କୁ ଏହି ସ୍ୱାସ୍ଥ୍ୟ ଟିପ୍ସ ନିଶ୍ଚୟ ସାହାଯ୍ୟ କରିବ। ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ ଓ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି।

Leave a Reply

Your email address will not be published. Required fields are marked *