ରାସ୍ତା କଟା ହେବା ସମୟରେ ମିଳିଲା “ରହସ୍ୟମୟୀ” ଗୁମ୍ଫା, ଯେଉଁଠୁ ମିଳିଲା ଏକ ଶିବଲିଙ୍ଗ ଯାହା ଉପରେ ୨୪ ଘଣ୍ଟା ମନକୁ ହେଉଥିଲା ଅଭିଷେକ

ଦେରାଦୂନ ର ଚକ୍ରାଟ ତହସିଲ ର ଖାରସି ଗାଁ ର ପାହାଡ କାଟି ରାସ୍ତା କଲା ବେଳେ ରାହାଶ୍ୟମୟୀ ଗୁମ୍ଫା ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଲା ସେହି ଗୁମ୍ଫାରେ  ଗୋଟେ ଶିବଲିଙ୍ଗ ଅଛି ଯାହା ଊପରେ ୨୪ ଘଣ୍ଟା ପାଣି ମନକୁ ମନ ଟପକୁଛି । ତେବେ ଏହା ଉପରେ ଲଗାତର ପାଣି ପଡିବାରୁ ଏହା ଚାରିପଟେ ଫୁଲ ଆକୃତିର ଦେଖିବାକୁ ମିଳୁଛି ଯେମିତି କେହି ଫୁଲରେ ଏହାକୁ ପୂଜା କରୁଥିଲେ । ତେବେ ଏମିତି ଅନେକ ଜାଗା ଥାଏ ଯାହାକୁ ମନୁଷ୍ୟ କରି ନଥାଏ ଯାହା ପ୍ରକୃତିର ବରଦାନ ଅଟେ ।

ଏମିତି ହି ଏହି ଘଟଣା ଘଟିଛି,  ରାହାଶ୍ୟମୟୀ ଶିବଲିଙ୍ଗ ଯାହା ନିଜେ ନିଜେ ଅଭିଷେକ ପାଉଛନ୍ତି । ଗୁମ୍ଫାରେ ଭାଗମାନଙ୍କୁ ଦେଖିବା ସଙ୍ଗେ ସଙ୍ଗେ ଲୋକେ ପୂଜା କରିବା ଆରମ୍ବ କରିଦେଇଛନ୍ତି । ଆଖପାଖ ଗାଁ ଲୋକେ ଵ ଲିଙ୍ଗ ଦର୍ଶନ ହେତୁ ଭିଡ କରୁଛନ୍ତି  । ବହୁତ ସିଗର ପୁରତ୍ତତ୍ଵ ବିଭାଗ ଏହା ର ସର୍ଭେ କରିବେ ।

ନନ୍ଦୀ ର ଆକୃତି ବି ମିଳିଚି :

ପଥରକୁ କଟା ଯିବା ସମୟରେ ଏହା ପଛରେ ଏକ ଗୁମ୍ଫା ଦେଖବାକୁ ମିଳିଲା । ପଥର କଟୁଥିବା ଲୋକେ ଓ ସ୍ଥାନୀୟ ଲୋକ ମିଶି ଯେତେବେ ସେହି ଗୁମ୍ଫା ଦେଖିବାକୁ ଗଲେ ସେମାନେ ସେଠି ଶିବଲିଙ୍ଗ ଦେଖିଲେ ଯାହା ଊପରେ ପାଣି ଲଗାତର ପଡୁଥିଲା । ଶିବଲିଙ୍ଗ ପାଖରେ ଗୋଟେ ନନ୍ଦୀ ଆକାର ର ପଥର ମଧ୍ୟ ମିଳିଛି । ସେଠାର ଲୋକଙ୍କର କଥା ଅନୁସାରେ ଗୁମ୍ଫା ଝିଲିମିଲ ଆଲୋକରେ ଚମକୁ ଥିଲା । ଲୋକେ ଦେବଙ୍କର ଦେବ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଭିଡ କରୁଛନ୍ତି ।

କୁହାଯାଉଛି କି ଗୁମ୍ଫା ର ସର୍ବକ୍ଷଣ କରାଯିବ

ଗୁମ୍ଫା ର ଆଖପାଖ ରେ ଚାଲିଥିବା କାମ ବର୍ତ୍ତମାନ ସ୍ଥଗିତ ରଖାଯିଛି । ଏବଂ କୁହ ଯାଉଛିକି କେବେବି କେହି ପାହାଡ ଭିତରେ ଏକ ଗୁମ୍ଫା ଥିବ ବୋଲି ଭାବି ନଥିଲେ । ପୁରତତ୍ଵ ବିଭାଗ ର କର୍ମଚାରୀ ଆର କେ ପଟେଲ କହିଛନ୍ତି କି ଏହି  ଭଳିଆ କଥା ମିଡିଆ ଦ୍ଵାରା ହି ଜଣା ପଡେ । କୁହାଯାଉଛି କି ଯଦି ଗୁମ୍ଫା ପୁରତତ୍ଵ ବିଭାଗ ର ପ୍ରତୀକ ହୋଇଥାଏ ତାହେଲେ ତାକୁ ସୁରକ୍ଷିତ କରିବା ର କାମ ପୁରତତ୍ଵ  ବିଭାଗ କରିବ । ପ୍ରକୃତିର ଏହିଭଳି ଅନେକ ସୁନ୍ଦର ଦୃଶ୍ୟ ଆମ ଏଇ ନୟନ କୁ ତୃପ୍ତ କରୁଛି ।

ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *