ଅଗାଧୁଆ ଫୁଲ ତୋଳୁଛନ୍ତି କି ? ଫୁଲ ତୋଳିବାର କିଛି ନିୟମ ଜାଣନ୍ତୁ…

ବନ୍ଧୁଗଣ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଆମେ ମାନେ ପ୍ରତି ଦିନ ତୁଳସୀ ପତ୍ର, ଫୁଲ, ବେଲପତ୍ର ଇତ୍ୟାଦି ଅର୍ପଣ କରିଥାଉ । ଯଦି ତାହା ସ୍ବାଉକୁ ନୀତି ନିୟମ ଅନୁଯାୟୀ ନ କରିବା ତେବେ ଭଗବାନ ପ୍ରସନ୍ନ ନ ହୋଇ କୋପ ହୋଇଥାନ୍ତି । କୃପା ବଦଳରେ ଅନର୍ଥ ଘଟାଇଥାନ୍ତି । ଓ ପୂଜା ଅର୍ଚ୍ଚନା ବ୍ୟର୍ଥ ରେ ଯାଇଥାଏ । ଆଜି ଆମେ ଜାଣିବା ଫୁଲ, ତୁଳସୀ ପତ୍ର ଓ ବେଲପତ୍ର ତୋଳିବାର କିଛି ନିୟମ ବିଷୟରେ ବିସ୍ତାର ଭାବେ ।

ଅନେକ ମୁନି ଋଷି ମାନେ କହି ଯାଇଛନ୍ତି ଯେ ଫୁଲ ଗାଧୋଇବା ପୂର୍ବରୁ ତୋଳିବା ଭଲ ହୋଇଥାଏ । ଆଉ କିଛି ଋଷି କହି ଯାଇଛନ୍ତି ଫୁଲକୁ ଗାଧୋଇବା ପରେ ତୋଳିବା ଭଲ ହୋଇଥାଏ । ଅନେକ ଧର୍ମ ଶାସ୍ତ୍ର ଅଧ୍ୟୟନ ଅନୁଯାୟୀ କାହାର ଗଛରୁ ଫୁଲ ତୋଳିବା ଉଚିତ ନୁହେଁ । ଏହାକୁ ଚୋରୀ ଭାବେ ମାନାଯାଏ । ଆଉ ଚୋରୀ ହୋଇଥିବା ଫୁଲକୁ ଭଗବାନ କେବେ ବି ଗ୍ରହଣ କରନ୍ତି ନାହିଁ ।

କାହା ଅନୁମତିରେ ଫୁଲ ତୋଳିବା ଶାସ୍ତ୍ର ବିରୋଧୀ ଅଟେ । ନଚେତ ଗଛକୁ ପ୍ରଣାମ କରି ଫୁକଳ ତୋଳିବା ଉଚିତ । ଶରୀରରେ ତେଲ ଲଗାଇ ବା ଚପଲ ପିନ୍ଧି ଫୁଲ ତୋଳିବା ଅନୁଚିତ । ଅଗାଧୁଆ ରେ ଫୁଲ ତୋଳିବା ଉଚିତ କିନ୍ତୁ ତା ପୂର୍ବରୁ ଭଲ ବସ୍ତ୍ର ପିନ୍ଧିବା ସହ ହାତ, ଗୋଡ, ମୁହଁ ଧୋଇ ନେବା ଉଚିତ । ସୂର୍ଯ୍ୟପରାଗ, ଚନ୍ଦ୍ରଗ୍ରହଣ ଦିନ ଅଗାଧୁରେ ଫୁଲ ତୋଳିବାକୁ ବାରଣ କରାଯାଇଛି ।

ବାସୀ ଫୁଲ ଭଗବାନଙ୍କୁ ଅରପଣ କରାଯାଏ ନାହିଁ । ୨ଟି ଫୁଲକୁ ଗୋଟେ ଦିନ ଆଗରୁ ତୋଳିକି ରଖି ହେବ ତାହା ହେଉଛି ପଦ୍ମ ଓ ସ୍ଵର୍ଣ୍ଣଚମ୍ପା ଫୁଲ । ଏହି ଫୁଲ ମଉଳିଲେ ବି ବାସୀ ହୁଏନି । ଫୁଲରେ ପାଣି ପକାଇ ଭଗବାନଙ୍କୁ ଅର୍ପଣ କରି ହେବ । ଫୁଲ ତୋଳିବା ସମୟ ରେ ୩ଟି ମନ୍ତ୍ର ଉଚ୍ଚାରଣ କରିବାକୁ ହେବ । ଯଥା ଓମ ବରୁଣାୟ ନମଃ, ଓମ ବୋମାୟ ନମଃ ଓ ଓମ ପୃଥିବେ ନମଃ ।

ଏହି ଫୁଲ କୁ ଭଗବାନ ଶ୍ରଦ୍ଧା ସହକାରେ ଗ୍ରହ କରିଥାନ୍ତି । ତୁଳସୀ ପତ୍ରକୁ ଅଗାଧୁଆରେ, ସନ୍ଧ୍ୟା ପରେ, ସଙ୍କ୍ରାନ୍ତି, ରବିବାର ଦିନ ତୋଳିବା ବାରଣ କରାଯାଇଛି । ପୂର୍ବରୁ ତୁଳସୀ ପତ୍ର ରଖିଲେ ବାସୀ ହୁଏ ନାହିଁ । ତୁଳସୀ ତୋଳିବା ପୂର୍ବରୁ ୩ ଥର ତାଳି ମାରି ବିଶୁଣୁ ନାମ ୩ ଥର ଉଚ୍ଚାରଣ କରି ତୁଳସୀ ତୋଳିବା ଉଚିତ । କେବେ ବି ନଖରେ ତୁଳସୀ ଛିଡାଇବା ଉଚିତ ନୁହେଁ ।

ତୁଳସୀ କୁ ଚପଲ ପିନ୍ଧି ତୋଳିବା ଅନୁଚିତ । ଭଗବାନଙ୍କୁ ଅର୍ପଣ କରିବା ପୂର୍ବରୁ ପାଣି ଲଗା ତୁଳସୀ ପତ୍ର ଅର୍ପଣ କରିବା ଉଚିତ । ତୁଳସୀ ପାତ୍ର ଭଳି ବେଲପତ୍ରକୁ ଅଗାଧୁଆରେ ତୋଳିବା ବାରଣ କରାଯାଇଛି । ବେଲପତ୍ର ତୋଳିବା ସମୟରେ ଡାଳ ଭାଙ୍ଗି ବା ନଖ ଦ୍ଵାରା ତୋଳିବା ଅନୁଚିତ । ଏହା ସହ ଅଧୂଆ ବସ୍ତ୍ର ବା ଚପଲ ପିନ୍ଧି ବେଲପତ୍ର ତୋଳିବା ଅନୁଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *