ଫୁଲ ତୋଳିବାର କିଛି ନିୟମ ବିଷୟରେ ଜାଣନ୍ତୁ । ଅଗାଧୁଆ ଫୁଲ ତୋଳିବା ଠିକ ନା ଭୁଲ ହୋଇଥାଏ ?

ବନ୍ଧୁଗଣ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଓ କୃପା ପାଇବାକୁ ପ୍ରତେକ ବ୍ୟକ୍ତି ଫୁଲ, ତୁଳସୀ, ବେଲପତ୍ର ଇତ୍ୟାଦି ତୋଳିଥାଉ । ଓ ଭଗବାନଙ୍କୁ ଅର୍ପଣ କରିଥାଉ । ଏହି ସବୁକୁ ନୀତି ନିୟମରେ ନ କରିଲେ ଇଶ୍ଵର ପ୍ରସନ୍ନ ହୋଇ ନ ଥାନ୍ତି । ଆମର ସବୁ ପୂଜା ଅର୍ଚ୍ଚନା ବ୍ୟର୍ଥ ଯାଇଥାଏ । ଆଜି ଆମେ ଜାଣିବା ଫୁଲ, ତୁଳସୀ, ବେଲପତ୍ର ତୋଳିବାର କିଛି ନିୟମ ବିଷୟରେ । ଏହାର ପାଳନ କରିଲେ ଈଶ୍ବରଙ୍କ କୃପା ପ୍ରାପ୍ତ ହୋଇଥାଏ ।

ଅନେକ ମୁନି ରୁଷି ମାନେ କହିଛନ୍ତି ଫୁଲ ଅଗଧୁଆ ତୋଳିବା ଉଚିତ ଓ ଅନେକ କହିଛନ୍ତି ଫୁଲ ଗାଧୋଇବା ପରେ ତୋଳିବା ଉଚିତ ହୋଇଥାଏ । ଫୁଲର ଅଭାବ କାରଣରୁ କିଛି ଲୋକ ଭୋର ସମୟରେ ଅଗାଧୁଆ ଫୁଲ ତୋଳିଥାନ୍ତି । ଶାସ୍ତ୍ର ଅନୁଯାୟୀ ଫୁଲ କେବେ ଚୋରୀ କରିବା ଆଣିବା ଉଚିତ ନୁହେଁ । ଏହା ଶାସ୍ତ୍ର ବିରୋଧୀ ଅଟେ । ଅଗାଧୁଆ ରେ ଫୁଲ ତୋଳି ହେବ କିନ୍ତୁ ଏହା ପୂର୍ବରୁ ହାତ, ପାଦ ଢୋଇବା ସହ ଧୁଆ ବସ୍ତ୍ର ପିନ୍ଧିବା ଶାସ୍ତ୍ର ରେ ବର୍ଣ୍ଣିତ ଅଛି ।

ଏହା ଛଡା ଶୁଦ୍ଧିକ୍ରିୟା, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ ସମୟରେ ଅଗାଧୁଆ ଫୁଲ ତୋଳିବା ଉଚିତ ନୁହେଁ । କାରଣ ଫୁଲ ଦିନକ ପରେ ବସି ହୋଇଯାଏ । କେବଳ 2ଟି ଫୁଲକୁ ପୂର୍ବ ଦିନ ତୋଳିକି ରଖିହେବ । ଗୋଟେ ସ୍ଵର୍ଣ୍ଣ ଚମ୍ପା ଓ ଅନ୍ୟଟି ପଦ୍ମ ଫୁଲ । ଏହି ଫୁଲ ମଉଳିଥାଏ କିନ୍ତୁ ବାସୀ ହୁଏ ନାହିଁ । ଓ ଏହା ପୂଜା ଯୋଗ୍ୟ ହୋଇଥାଏ । ଫୁଲ କୁ ପାଣି ସିଂଚନ କରି ଭଗବାନଙ୍କୁ ଅର୍ପଣ କରାଯିବା ଉଚିତ ।

ଫୁଲରେ ଧୁଳି ଲାଗିଥିଲେ ଏହାକୁ ଧୋଇ ଅର୍ପଣ କରିହେବ । ରବିବାର ଓ ସଙ୍କ୍ରାନ୍ତି ରେ ଫୁଲ ଅଗାଧୁଆ ତୋଳିବା ଉଚିତ ନୁହେଁ । ତୁଳସୀ ପତ୍ର ରବିବାର ଓ ସଙ୍କ୍ରାନ୍ତି ରେ ତୋଳିବା ଉଚିତ ନୁହେଁ । ଅଗାଧୁଆ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ । ତୁଳସୀ କୁ ନଖ ଲଗାଇ ବା ନଖରେ ଛିଣ୍ଡାଇବା ଉଚିତ ନୁହେଁ । ତୁଳସୀ କୁ ଚପଲ ଓ ଅଶୁଦ୍ଧ ବସ୍ତ୍ର ପିନ୍ଧି ତୋଳିବା ଅନୁଚିତ ।

ପାଣି ଲଗା ତୁଳସୀ କୁ ଭଗବାନଙ୍କୁ ଅର୍ପଣ କରିବା ଉଚିତ । ତୁଳସୀ ପତ୍ର ପରି ବେଲପତ୍ରକୁ ମଧ୍ୟ ଅଗାଧୁଆ ତୋଳିବାକୁ ବାରଣ କରା ଯାଇଛି । ବେଲପତ୍ର ତୋଳିବା ସମୟରେ ଡାଳ ଭାଙ୍ଗି ବା ନଖ ଲଗାଇ ତୋଳିବା ଉଚିତ ନୁହେଁ । ସନ୍ଧ୍ୟା ପରେ ବେଲପତ୍ର ତୋଳିବା ଅନୁଚିତ । କିଛି ଦିନ ପୂର୍ବରୁ ବେଲପତ୍ର ଓ ତୁଳସୀ ପତ୍ର ତୋଳିକି ରଖିହେବେ ।

କାରଣ ତୁଳସୀ ପତ୍ର ଓ ବେଲପତ୍ର କେବେ ବି ବାସୀ ହୁଏ ନାହିଁ । ଭଗବାନ ଙ୍କୁ ବେଲପତ୍ର ଅର୍ପଣ କରିବା ପୂର୍ବରୁ ଗଙ୍ଗା ଜଳ ସିଂଚନ କରି ଚନ୍ଦନ ର ଲେପ ଲଗାଇ ପାଣି ଲାଗିଥିବା ବେଲପତ୍ରକୁ ଭଗବାନ ଙ୍କୁ ଅର୍ପଣ କରିଲେ ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ । ତେବେ ଏହା ଥିଲା ତୁଳସୀ ପତ୍ର, ଫୁଲ, ବେଲପତ୍ର ତୋଳିବାର କିଛି ନିୟମମାନ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *