ମୟୂର ପଙ୍ଖ ଘର ର କେଉଁ ଜାଗାରେ ରଖିଲେ ଧନର ବୃଦ୍ଧି ହୋଇଥାଏ ?

ବନ୍ଧୁଗଣ ଆଜିର ଯୁଗରେ ଏମିତି କେହି ନାହାନ୍ତି ଯାହା ପାଖରେ ଟଙ୍କା ପଇସାର କେବେ ଅଭାବ ହେଉ ନ ଥିବ । ଯାହା ପାଖରେ ପର୍ଜ୍ୟାପ୍ତ ପରିମାଣର ପଇସା ରହୁଛି ସେମନଙ୍କ ଠାରେ ପଇସା କମାଇବାର ଇଚ୍ଛା ରହିଛି । ଯେତେ ଟଙ୍କା ଥିଲେ ବି ମନ ଭାରେ ନାହିଁ । ଅନେକ ସମୟରେ ଇଚ୍ଛା ଅନୁଯାୟୀ ଟଙ୍କା ମିଳି ନ ଥାଏ । ଆଉ ଯଦି ଟଙ୍କା ଆସିଥାଏ ତେବେ ତାହା ରହି ନ ଥାଏ । ଆଜି ଆମେ ଆପଣଙ୍କୁ କହିବୁ ।

ଏମିତି ଏକ ଉପାୟ ଯାହା ଦ୍ଵାରା ପଇସା ଆସିବାର ବାଟ ଖୋଲିଯିବ ଓ ତାହା ଦୀର୍ଘ ଦିନ ଯାଏଁ ରହିବ । ଏଥିପାଇଁ 3ଟି ମୟୂର ପଙ୍ଖ ର ବ୍ୟବହାର କରିବାକୁ ହେବ । ପ୍ରାଚୀନ କାଳରୁ ଏହାର ବ୍ୟବହାର କରାଯାଉଛି । ଭଗବାନ କୃଷ୍ଣଙ୍କର ମୁକୁଟରେ ମୟୂର ପଙ୍ଖ ର ବ୍ୟବହାର କରାଯାଏ । ମୟୂର ପଙ୍ଖ କୁ ବଂଶୀ ରେ ରଖିଲେ ସମ୍ପର୍କରେ ମଧୁରତା ଆସିଥାଏ । ଘରେ ନେଗେଟିଭ ଊର୍ଜା ବଢିଥିଲେ ସନ୍ଧ୍ୟା ଆଳତି ପରେ ମୟୂର ପଙ୍ଖ କୁ ଜୋର ରେ ହଲାଇବାକୁ ହେବ ।

ଏହା ଦ୍ଵାରା ଘରର ନେଗେଟିଭ ଊର୍ଜା ବାହାରିଯାଏ । ଏବେ ଆସନ୍ତୁ ଜାଣିବା ଘରର କେଉଁ ଦିଗରେ ମୟୂର ପର ରଖିଲେ ଲକ୍ଷ୍ମୀ ବାସ କରିବେ ଓ ଧନର ବୃଦ୍ଧି ହୋଇଥାଏ । କୌଣସି ଶୁଭ ଦିନରେ ମୟୂର ପର କୁ ଏମିତି ଜାଗାରେ ରଖନ୍ତୁ ଯେମିତି ସମସ୍ତଙ୍କର ଦ୍ରୁଷ୍ଟି ପଡିବ । ମୟୂର ପଙ୍ଖ ର ଏହି ଉପାୟ ଜୀବନରେ ଓ ପରିବାରରେ ସୁଖ ସମୃଦ୍ଧି ଆଣିଥାଏ । ଘରର ସବୁ ରୁମରେ ଗୋଟେ ଲେଖାଏଁ ମୟୂର ପଙ୍ଖ ରଖିଲେ ବାସ୍ତୁ ଦୋଷ ଦୂର ହୁଏ ।

ରାହୁ ବା କାଳ ସର୍ପ ଦୋଷ ଥିଲେ ମୟୂର ପର ପାଖରେ ରଖିବା ଉଚିତ । କୌଣସି ପିଲା ଅଧିକ ଜିଦିଆ ହେଉଥିଲେ ମୟୂର ପର ହଲାଇ ପବନ କରାଇଲେ ବା ଫ୍ୟାନ ରେ ଲଗାଇଲେ ଜିଦି କମିଥାଏ । ନବଜାତ ଶିଶୁର ନଜର ଦୋଷ ହଟାଇବା ପରେ ତାର ବିଛଣାରେ ମୟୂର ପର ରଖିଲେ ଏହା ଦୂର ହୁଏ । ଘରେ ପଇସା ଅଭାବ ହେଉଛି ବା ଅଯଥା ଖର୍ଚ୍ଚ ହେଉଛି ଘରର ଦକ୍ଷିଣ-ପୂର୍ବ କୋଣରେ ମୟୂର ପର ରଖିବା ଉଚିତ ।

ମୟୂର ପର ରଖିଲେ ଘରେ ସାପ ପଶି ନ ଥାଏ । ଆଲମାରି ରେ ମୟୂର ପର ରଖିଲେ ଧନ ବୃଦ୍ଧି ହୁଏ ଓ ଖର୍ଚ୍ଚ କମ ହୁଏ । ଘରର ଠାକୁର ଙ୍କ ଘରେ ବା ଉତ୍ତର-ପୂର୍ବ କୋଣରେ ମୟୂର ପର ରଖିଲେ ଭାଗ୍ୟ ଚମକି ଥାଏ । ଓ ଧନ ଆଗମନର ରାସ୍ତା ଖୋଲିଯିବ । ମୟୂର ପଙ୍ଖ ବିଚଣା ତଳେ ରଖିଲେ ଶୋଇବା ଦ୍ଵାରା ପଜେଟିଭ ଉଜର୍ଜା ଆସିଥାଏ । ଓ ଜୀବନରେ ସଫଳତା ଆସିଥାଏ । ଘରର ମୁଖ୍ୟଦ୍ଵାରରେ ଗଣେଶଙ୍କ ମୂର୍ତ୍ତି ସହ 3ଟି ମୟୂର ପର ଲଗାଇଲେ ବାସ୍ତୁ ଦୋଷ ଦୂର ହୋଇଥାଏ କାହାର ନଜର ପଡିବ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *