ମହା ପଞ୍ଚୁକ ବ୍ରତ ଆରମ୍ଭ କେବେ ହେବ ? ପଞ୍ଚୁକ ବ୍ରତ ପୂଜା କରିବାର ନୀତିନିୟମ ର ସଂପୂର୍ଣ୍ଣ ବିବରଣୀ…

ଚଳିତ ବର୍ଷ 23 ନଭେମ୍ବର ଠାରୁ ମହା ପଞ୍ଚୁକ ବ୍ରତ ଆରମ୍ଭ ହେବାକୁ ଯାଉଛି । ଏହି ଦିନ ଦେବତ୍ଥାନ ଏକାଦଶୀ ମଧ୍ୟ କୁହାଯାଏ । ଏହି ଏକାଦଶୀ ଶ୍ରୀହରି ନିଦ୍ରା ଭଙ୍ଗ କରନ୍ତି ଓ ଏହି ଦିନ ନିଦ୍ରା ଭଙ୍ଗ ହେଉଥିବା କାରଣରୁ ଏହି ଏକାଦଶିର ନାଁ ରହିଛି ଦେବତ୍ଥାନ ଏକାଦଶୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଠାରୁ ପୂର୍ଣ୍ଣିମା ଯାଏଁ ଯେଉଁ ବ୍ରତ ରହିଥାଏ ତାହାକୁ ଭୀଷ୍ମ ପଞ୍ଚୁକ ବା ପଞ୍ଚୁକ ବ୍ରତ କୁହାଯାଏ ।

ମହା ପଞ୍ଚୁକ ର ବିଶେଷ ମହତ୍ଵ କାର୍ତ୍ତିକ ମାସରେ ରହିଥାଏ । ଏହି 5 ଦିନରେ ପ୍ରତେକ ହିନ୍ଦୁ ଧର୍ମ ରେ ରଙ୍ଗୋଲି ରେ ମୁରୁଜ ପକାଇ ଯାଇଥାଏ । ଓ ପଞ୍ଚୁକ ବ୍ରତ ପାଳନ କରା ଯାଇଥାଏ । ଏହି ବ୍ରତ ର ମାହାତ୍ମ୍ଯ ବିଷୟରେ ଅନେକ ପୁରାଣ ରେ ଉଲେଖ ରହିଛି । ଆଜି ଆମେ ଜାଣିବା ଚଳିତ ବର୍ଷ ପଞ୍ଚୁକ ବ୍ରତ କେବେ ପଡୁଅଛି ଓ ଏହାର ପୂଜା ବିଧି ବିଷୟରେ ସଂପୂର୍ଣ୍ଣ ବିବରଣୀ ।

ଏକାଦଶୀ ଦିନ ପ୍ରାତଃ କାଳରୁ ଶଯ୍ୟା ତ୍ୟାଗ କରି ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ । ଏହା ପରେ ମା ବୃନ୍ଦାବତୀଙ୍କୁ ପୂଜା ଅର୍ଚ୍ଚନା କରିବା ଉଚିତ । ଏହା ପରେ ଶ୍ରୀହଋଙ୍କୁ ନିଦ୍ରା ରୁ ଜାଗୃତ କରାଇବା ଉଚିତ । ଏହା ପରେ ଭଗବାନଙ୍କୁ ସ୍ନାନ କରାଇ ପାଞ୍ଚଟି ଦ୍ରବ୍ୟରେ ଲାଗି କରାଇବା ଉଚିତ । ତାହା ହେଉଛି ପଦ୍ମ ଫୁଲ, ତୁଳସୀ ପତ୍ର, ସୁଗନ୍ଧିତ ଚନ୍ଦନ, ଅଗସ୍ତି ଓ ମାଳତୀ ଫୁଲ ।

ସନ୍ଧ୍ଯା ସମୟରେ ଘିଅର ଦୀପ ଜଳାଇବା ଉଚିତ । ବିଶେଷ ଭାବେ ବ୍ରହ୍ମଚର୍ଯ୍ୟା ବ୍ରତ ପାଳନ କରିଲେ ପୂଣ୍ୟ ପ୍ରାପ୍ତ ହୋଇଥାଏ । ପଞ୍ଚୁକ 5 ଦିନରେ 5ଟି ବିଶେଷ କାର୍ଯ୍ୟ କରିବା ଉଚିତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ପ୍ରାତଃ କାଳରେ ସ୍ନାନ କରିବା ଦ୍ଵାରା ସବୁ ପାପ ଦୂର ହେବ ସହ ଅଶେଷ ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ଏହି ପଞ୍ଚୁକରେ ତୁଳସୀ ପୂଜନ କରିବା ନିହାତି ଆବଶ୍ୟକ ।

ଅଁଳା ଗଛର ପୂଜା କରିବାର ମଧ୍ୟ ବିଧି ରହିଛି । ଏହି ମାସରେ ଅଁଳା ଗଛର ପୂଜା ନ କରିଥିଲେ ଏହି ପଞ୍ଚୁକ ରେ ପୂଜା କରିବା ଉଚିତ । ଚତୁର୍ଥ କାମ ହେଲା ପ୍ରଭୁ ଶ୍ରୀ ହରିଙ୍କର ପୂଜା କରିବା । କାର୍ତ୍ତିକ ବ୍ରତ ନ କରିଥିଲେ ଏହି ପଞ୍ଚୁକ ପାଞ୍ଚ ଦିନ ପ୍ରଭୁ ଶ୍ରୀହଋ ଙ୍କୁ ବିଶେଷ ଭାବେ ପୂଜା କରିଲେ ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ପଞ୍ଚମ କାମ ହେଲା ପଞ୍ଚୁକ ପାଞ୍ଚ ଦିନରେ ଦୀପ ଦାନ ନିହାତି କରିବା ଉଚିତ ।

ଏହି ଦିନରେ 5ଟି ଜାଗାରେ ଦୀପ ଜାଳିବା ଉଚିତ ହୋଇଥାଏ । ବୃନ୍ଦାବତୀ, ଅଁଳା ଗଛରେ, ପ୍ରଭୁ ଶ୍ରୀହଋଙ୍କ ଠାରେ, ଗୁହାଳ ରେ ଓ ଓସ୍ତ ଗଛ ମୂଳରେ ଦୀପ ଦାନ କରିବା ଉଚିତ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *