ସ୍ଵଚ୍ଛ ପିଇବା ପାଣି ବି କରିପାରେ ଆପଣଙ୍କୁ କ୍ୟାନ୍ସର ର ଶିକାର, ବୈଜ୍ଞାନିକମାନେ ଖୋଜିଲେ ଅନେକ ବିଷାକ୍ତ ତତ୍ଵ

ପିଇବା ପାଣି ଯାହା ଆପଣ ଭାବୁଚନ୍ତି ସବୁଠୁ ସୁରକ୍ଷିତ, ସେହି ପାଣି ବି ଆପଣଙ୍କୁ କ୍ୟାନ୍ସର ର ଶିକାର କରିପାରେ । ବୈଜ୍ଞାନିକ କେତୋଟି ପ୍ରକାର ର ବିଷାକ୍ତ ତତ୍ଵ ପାଇଛନ୍ତି, ଯାହା ‘ଇଂଡିୟନ ଡ୍ରିଂକିଂଗ ୱାଟର ସ୍ଟୈଂଡର୍ଡ’ ଅନୁଯାଇ ସୁରକ୍ଷିତ ଅଟେ, ପରନ୍ତୁ ଆପଣ କଣ ଜାଣିଛନ୍ତି ଆପଣଙ୍କ ପିଇବା ପାଣି ଆପଣଙ୍କୁ କ୍ୟାନ୍ସର ର ଶିକାର କରିପାରେ ? ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ଲାଗିବ କି ଏକ ଲକ୍ଷରୁ ବି ଅଧିକ ଲୋକ ଦୂଷିତ ପାଣି ପି କ୍ୟାନ୍ସର ର ଶିକାର ହୁଅନ୍ତି ।

ଆପଣଙ୍କ ପିଇବା ପାଣି ସୁରକ୍ଷିତ ଅଛି କି ?

ଭାରତ ର ଅଧିକ ଜାଗା ରେ ପିବା ପାଣି ସରକାରୀ ଟ୍ୟାଙ୍କ ଦ୍ଵାରା ଆସେ ଅଥବା ୱାଟର ପମ୍ପ, ହ୍ୟାଣ୍ଡ ପମ୍ପ, ଟିଉବ ୱେଲ ଦ୍ଵାରା ସିଧା ଜମି ରୁ ବାହାର କରାଯାଏ । ସରକାରୀ ଟ୍ୟାଙ୍କ ରୁ ଆସୁଥିବା ପାଣି ଲୋକଙ୍କୁ ସୁରକ୍ଷିତ ଲାଗେ କାହିଁକି ନା ସେହି ପାଣି ଫିଲ୍ଟର ପରେ ଆସେ । କିନ୍ତୁ ଏହା ସେତେ ସୁରକ୍ଷିତ ନୁହେଁ ଯେତେ ଆପଣ ଏହାକୁ ଭାବୁଛନ୍ତି ।

ସବୁଠୁ ସୁରକ୍ଷିତ ପାଣି ରୁ ବି ବିପଦ :

ପାଣି ମାଟି ତଳୁ ଅଣା ଯାଏ ସେଥିପାଇଁ ଏହି ପାଣି ରେ ବହୁତ ତତ୍ଵ ମିଶିକି ଥାଏ । ଏହି ତତ୍ଵ ରେ କେତୋଟି ତତ୍ଵ ଆମ ପାଇଁ ଲାଭକାରି ।  Environmental Protection Agency (EPA) ଅନୁସାରେ ପାଣି ରେ ୯୦ ରୁ ବି ଅଧିକ ଏମିତି ଦୂଷିତ ପଦାର୍ଥ ଅଛି ଯାହା ଆମ ଶରୀର ପାଇଁ ହାନିକାରକ ଅଟେ । ଯଦି ଆପଣ ୱାଟର ପ୍ୟୁରିଫୟର ଲଗେଇଛନ୍ତି ତାହେଲେ ଟିକେ ସୁରକ୍ଷିତ ଅଛନ୍ତି ପରନ୍ତୁ ବୈଜ୍ଞାନିକ ଅନୁଯାଇ ୱାଟର ପ୍ୟୁରିଫୟର ରେ ଯେଉଁ କେମିକଲ ପାଣିକୁ ଶୁଦ୍ଧ କରିବା ପାଇଁ ବ୍ୟବହାର କରାଜେ ତାହା ମଧ୍ୟ ସୁରକ୍ଷିତ ନୁହେଁ ବୋଲି ବୈଜ୍ଞାନିକ କହିଛନ୍ତି ।

ପାଣି ରେ ୨୨ ତତ୍ଵ ମିଳିଛି, ଯେଉଁଥିରେ ହୁଏ କ୍ୟାନ୍ସର :

Environmental Working Group (EWG) ଦ୍ଵାରା ଏବେ ଏକ ଅଧ୍ୟୟନ କରା ହୋଇଚି, ଯାହା ଦ୍ଵାରା ଏହି କଥା ର ଜଣା ପଡିଛି କି ପିଇବା ପାଣି ରେ ଥିବା ଦୂଷିତ ପଦାର୍ଥ ଲୋକଙ୍କୁ କ୍ୟାନ୍ସର ଶିକାର କରାଏ । ଏହି ଅଧୟନରୁ ୨୨ଟି ଏଭଳି ତତ୍ଵ ମିଳିଛି ଯାହା କ୍ୟାନ୍ସର ର କାରଣ ହୋଇପାରେ । ୟୁଏସ ରେ ଏକ ଲକ୍ଷ ରୁ ବି ଅଧିକ ରୋଗୀ କ୍ୟାନ୍ସର ଶିକାର ହେଉଛନ୍ତି, ଏବଂ ଯାହାର କାରଣ ଏହି ପିଇବା ପାଣିରେ ଥିବା ଅଶୁଦ୍ଧତା ଅଟେ । ଏହା ମଧ୍ୟରୁ ଅଧିକାଂଶ କ୍ୟାନ୍ସର ରୋଗର କାରଣ ‘ଆର୍ସେନିକ’ ଅଟେ ।

ଏହା ଛଡା ଆହୁରି ବି ଏମିତି କେମିକାଲ ଅଛନ୍ତି ଯାହା ଦ୍ଵାରା କ୍ୟାବ୍ସର ବ୍ୟାପୀ ଥାଏ । ଆର୍ସେନିକ ଏକ ଏମିତିଆ ତତ୍ଵ ,ଯାହା ମାଟି ତଳେ ପ୍ରାକୃତିକ ରୂପ ରେ ମିଳିଥାଏ । ୧ ଲିଟର ପାଣି ରେ ୦.୦୧ ମିଲିଗ୍ରାମ ଆର୍ସେନିକ ର ଅନୁମତି ଦିଆ ଯାଇଛି । ଏହାଠୁ ଅଧିକା ଖରାପ ଅଟେ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *