ପିସ୍ତା ବାଦାମ ବା ଆଲମଣ୍ଡ ର ଉପକାରିତା ଜାଣନ୍ତୁ । ଆଲମଣ୍ଡ ଖାଇବା ଦ୍ଵାରା ଶରୀରକୁ କେଉଁ କେଉଁ ଫାଇଦା ମିଳିଥାଏ ?

ବନ୍ଧଗଣ ପୁରାତନ ଇଜିପ୍ଟ ସଭ୍ୟତା ରୁ ବାଦାମ କୁ ଲୋକ ମାନଙ୍କର ପ୍ରିୟ ଖାଦ୍ୟ ଭାବେ ବ୍ୟବହାର କରା ଯାଉଛି । ଆଲମଣ୍ଡ ରେ ବିଭିନ୍ନ ପ୍ରକାରର ଖଣିଜ ପଦାର୍ଥ ଓ ପୋଷାକ ତତ୍ତ୍ଵ ରହିଥାଏ । ଯାହା ଆମ ଶରୀର ଆବଶ୍ୟକ କରିଥାଏ । ଏଣୁ ବାଦାମ କୁ ଏକ ସ୍ଵାସ୍ଥ୍ୟକର ସ୍ନାକ୍ସ ଭାବେ ବ୍ୟବହାର କରା ଯାଇଥାଏ । ଆଲମଣ୍ଡ ରେ ପ୍ରଚୁର ପରିମାଣରେ ଭିଟାମିନ-ବି, ମ୍ୟାଗ୍ନେସିୟମ, ପ୍ରୋଟିନ, ଆମୀନୋ ଏସିଡ ଥାଏ । ପ୍ରତିଦିନ 4ଟି ଆଲମଣ୍ଡ ଖାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ । ଆଜି ଆମେ ଜାଣିବା ଆଲମଣ୍ଡ ଖାଇବାର ଉପକାରିତା ବିଷୟରେ ବିସ୍ତାର ଭାବେ ।

1- ଓଜନ ହ୍ରାସ : ଆଲମଣ୍ଡ ଓଜନ ହ୍ରାସ କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଆଦିକ କ୍ୟାଲୋରି ରହିବା ସତ୍ବେ ପ୍ରଚୁର ପରିମାଣରେ ଫାଇଭର, ପ୍ରୋଟିନ ରହିଥାଏ । ଆଲମଣ୍ଡ ଖାଇଲେ ଜଲ୍ଦି ଭୋକ ଲାଗେନି । ତେଣୁ ଆଲମଣ୍ଡ ଖାଇବା ଦ୍ଵାରା ଅଧିକ କ୍ୟାଲୋରି ଥିବା ଖାଦ୍ୟରୁ ଦୂରେଇ ରହି ହେବ । ଏଥିରେ ଭିଟାମିନ-ଡି ରହିଥାଏ ଯାହା ମେଟାବୋଲିୟମକୁ ହେଲଥି ରଖିଥାଏ । ଯାହା ଓଜନ ହ୍ରାସ କରାଇଥାଏ ।

2- ମସ୍ତିସ୍କର କ୍ରିୟାଶୀଳତା ବୃଦ୍ଧି : ଆଲମଣ୍ଡ ରେ ଅନେକ ପ୍ରକାରର ପୋଷାକ ତତ୍ତ୍ଵ ରହିଥାଏ । ଯାହା ମସ୍ତିଷ୍କ ବିକାଶରେ ସହାୟକ ହୋଇଥାଏ । ଏହା ମସ୍ତିସ୍କରେ ଏକାଗ୍ରତା ବୃଦ୍ଧି କରିବାରେ ସାହାର୍ଯ୍ୟ କରେ । ଆଲମଣ୍ଡ ର ଏ ବୁଦ୍ଧି ଶକ୍ତି ବୃଦ୍ଧି କରିବାର କ୍ଷମତା ରହିଥାଏ । ଏହା ଛଡା ଆଲମଣ୍ଡ ମାନସିକ ଚାପ ଓ ଅନିଦ୍ରା ଦୋଷ ଦୂର କରେ । ଆଲମଣ୍ଡରେ ପ୍ରଚୁର ପରିମାଣରେ ଫସଫରସ ରହିଥାଏ ଯାହା ମସ୍ତିକରେ ବୁଦ୍ଧି ଓ ଦ୍ରୁଷ୍ଟି ଶକ୍ତି ବୃଦ୍ଧି କରିଥାଏ ।

3- ତ୍ଵଚା ସୁସ୍ଥ ରୁହେ : ଆଲମଣ୍ଡରେ ଭିଟାମିନ-ଇ ରହିଥାଏ ଯାହା ସ୍କିନ ପାଇଁ ଲାଭଦାୟକ ହୋଇହାଏ । ପ୍ରତିଦିନ 4ଟି ଆଲମଣ୍ଡ ଖାଇବା ଦ୍ଵାରା ତ୍ଵଚା ସଫ୍ଟ ରୁହେ । ଏହା ଶରୀରରେ ପ୍ରାକୃତିକ କୋଲାଜିମ ଉତ୍ପାଦନ ତ୍ବରାନିତ କରେ ।

4- ହୃଦରୋଗ ସମ୍ଭାବନା କମ କରେ : ସପ୍ତାହର 5 ଦିନ ଆଲମଣ୍ଡର ସେବନ କରିବା ଦ୍ଵାରା ହୃଦ ରୋଗର ସମ୍ଭାବନା କମ ଥାଏ । ଏଥିରେ ଥିବା ଭିଟାମିନ-ଇ ହାର୍ଟ ଆଟାକର ରିସ୍କ କୁ କମ କରିଥାଏ ।

5- ଅସ୍ଥିକୁ ଷ୍ଟ୍ରାଙ୍ଗ କରେ : ଆଲମଣ୍ଡରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ । ଯାହା ଅସ୍ଥିକୁ ମଜବୁତ କରିବା ସହ ଅଷ୍ଟିଆ ପୋରୋସିସ ରୋଗରୁ ରକ୍ଷା କରିଥାଏ । ଏହା ସହ ଦାନ୍ତ ମଧ୍ୟ ଶାକ୍ତ ରୁହେ ।

6- ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରେ : ଆଲମଣ୍ଡ ଶରୀରରେ ଥିବା ଖରାପ କୋଲେଷ୍ଟ୍ରୋଲ କୁ ହ୍ରାସ କରିଥାଏ । ପ୍ରତିଦିନ 4ଟି ଆଲମଣ୍ଡ ଖାଇବା ଦ୍ଵାରା ଶରୀରରେ ଥିବା ଖରାପ କୋଲେଷ୍ଟ୍ରୋଲ କୁ 12% ଯାଏଁ କମ କରିଥାଏ ।

7- ଗର୍ଭାବସ୍ଥା ଶିଶୁର ବିକାଶ : ଗର୍ଭବତୀ ମହିଳା ପ୍ରତେକ ଦିନ କିଛି ଆଲମଣ୍ଡ ଖାଇବା ଦ୍ଵାରା ଶିଶୁ ପାଇଁ ଲାଭଦାୟକ ହୋଇଥାଏ । ଏହା ଗର୍ଭସ୍ଥ ଶିଶୁର ବିକାଶ କରିବାରେ ସାହାର୍ଯ୍ୟ କରିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *