Success Story: ପିତା ଥିଲେ କୁଲି ତଥାପି ମାନିଲେ ନାହିଁ ହାର, ସ୍କୁଟର ଉପରେ ଇଟିଲି-ଦୋସା ବିକ୍ରି କରି ଛିଡା କରିଦେଲେ ୧୦୦ କୋଟିର କମ୍ପାନୀ, ସାରା ଦୁନିଆ ପାଇଁ ବନିଲେ ଉଦାହରଣ

ଗୋଟିଏ ଅସଲ ବିଜନେସମ୍ୟାନ ସେ ହିଁ ହୋଇଥାଏ ଯିଏ ଛୋଟ ମୋଟ ଜିନିଷ ଓ କମ ସଂଶାଧନକୁ ନେଇ କୋଟି କୋଟି ଟଙ୍କାର ବିଜନେସ ଛିଡା କରିଦିଏ । ଯେତେବେଳେ ଆପଣଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ଅଛି ତେବେ ସେଥିରେ ବ୍ୟବସାୟ କରିବା କୌଣସି ବଡ କଥା ନୁହେଁ ।

ଅସଲ ପ୍ରତିଭା ତ ସେତେବେଳେ ଦେଖାଯାଏ ଯେତେବେଳେ ଆପଣ କମଜୋର ଆର୍ଥିକ ସ୍ଥିତି ଓ ବିସମ ପରିସ୍ଥିତିରେ ବି ନିଜର ବିଜନେସକୁ କେଉଁ ସ୍ଥାନକୁ ନେଇ ଯାଉଛନ୍ତି । ବର୍ତ୍ତମାନ ଇଟିଲି ଦୋସାକୁ ବିକ୍ରି କରି ୧୦୦ କୋଟି ଟଙ୍କାର କମ୍ପାନୀ ଛିଡା କରିଥିବା ଏହି କୁଲିର ପୁଅ ପିସି ମୁସ୍ତଫାଙ୍କୁ ହିଁ ଦେଖି ଦିଅନ୍ତୁ । ୱାୟନାଡର ଗୋଟିଏ ଗାଁ ଚେନ୍‍ନାଲୋରେଡେ ଜନ୍ମ ମୁସ୍ତଫାଙ୍କ ପିତା ଜଣେ କୁଲି ଥିଲେ । ତାଙ୍କ ଘରର ଆର୍ଥିକ ସ୍ଥିତି ଠିକ ନ ଥିବା କାରଣରୁ ମୁସ୍ତଫାଙ୍କ ଲେଖା ପଢାଲେଖାରେ ବି ବହୁତ ଅସୁବିଧା ହେଲା ।

ସେ ସ୍କୁଲରୁ ଘରକୁ ଆସି ପିତାଙ୍କ କଫି ଜମିରେ ତାଙ୍କୁ ସାହାର୍ଯ୍ୟ ମଧ୍ୟ କରୁଥିଲେ । ଏହିଭଳି ସ୍ଥିତି କାରଣରୁ ସେ ନିଜ ପଢାରେ ଧ୍ୟାନ ଦେଇ ପାରିଲେ ନାହିଁ । ଏହି କାରଣରୁ ଷଷ୍ଠ କ୍ଳାସରେ ସେ ଫେଲ ହୋଇଗଲେ । ଏମିତିରେ ସେ ନିଜର ଏହି ଅସଫଳତା କାରଣରୁ ନିରାଶ ହୋଇଗଲେ ଓ ସେ ଚିନ୍ତା କରିଲେ କି ସେ ନିଜେ ପରିଶ୍ରମ କରି ନିଜର ସ୍ଥିତି ଠିକ କରିବେ । ଯାହାର ଫଳ ସ୍ୱରୂପ ସେ ୧୦ ମ କ୍ଳାସରେ ପ୍ରଥମ ଆସିଲେ । ଏହି ସଫଳତାରେ ତାଙ୍କୁ ଅନୁଭବ କରାଇଲା କି ଜୀବନରେ ଶିକ୍ଷା କେତେ ଜରୁରୀ ଅଟେ ।

ପରିଶ୍ରମ ଦମରେ ସେ ନ୍ୟାସନାଲ ଇଂସ୍‍ଟୀଟ୍ୟୁଟ ଅଫ ଟେକ୍‍ନୋଲଜୀରେ କମ୍ପିଉଟର ସାଇନ୍ସ ଏଡ୍ମିସନ ନେଲେ । ତାଙ୍କର ପରିଶ୍ରମ ସେତେବେଳେ ରଙ୍ଗ ଆଣିଲା ଓ ଯେତେବେଳେ ଆମେରିକାରେ ଏକ ଭାରତୀୟ ସାର୍ଟଅପ ମୈନହୈଟ୍ଟନ ଏସୋସିଏଟ୍ସରେ ତାଙ୍କୁ ଜବ ମିଳିଗଲା । ଚାକିରି ମିଳିବା ପରେ ତାଙ୍କର ଲାଇଫ ବଦଳି ଗଲା, କିନ୍ତୁ ସେଠି ତାଙ୍କୁ ଶାନ୍ତି ମିଳିଲା ନାହିଁ । ତାଙ୍କ ମନ ଭିତରେ ଭିତରେ କିଛି ବଡ କରିବାକୁ ଚାହୁଁ ଥିଲେ । ଏହି କାରଣରୁ ସେ କେତେକ ସେକ୍ଟରରେ କାମ ବି କରିଲେ ।

ଇଚ୍ଛା ମୁତାବିକ କାମ ନ ମିଳିବା କାରଣରୁ ସେ ୨୦୦୩ରେ ଭାରତକୁ ଫେରିଗଲେ । ତାଙ୍କର ଏହି ନିଷ୍ପତି ଉପରେ ବହୁତ ଲୋକମାନେ କଡା ମନ୍ତବ୍ୟ ଦେଲେ, କିନ୍ତୁ ମୁସ୍ତଫାଙ୍କୁ ନିଜର ପ୍ରତିଭା ଉପରେ ବିଶ୍ଵାସ ଥିଲା । ସେ ସବୁବେଳେ କିଛି ନୂଆ କରିବାକୁ ଚାହୁଁଥିଲେ । ଏମିତିରେ ତାଙ୍କ ମୁଣ୍ଡରେ ରେଡୀ ଟୂ ଈଟ ଫୂଡ ଆଇଟମ୍ସ ବିକ୍ରି କରିବାର ଆଇଡିଆ ଆସିଲା । ପ୍ରଥମ ଦିନ ସେ ୫୦୦୦ କିଲୋ ଚାଉଳରୁ ୧୫୦୦୦ କିଲୋଗ୍ରାମ ଇଟିଳି ମିଶ୍ରଣ ତିଆରି କରିଥିଲେ ।

ସେ ମାତ୍ର ୫୦୦୦୦ ଟଙ୍କା ନିବେଶ କରି ୨୦୦୫ରେ ‘ଆଈଡୀ ଫ୍ରେଶ’ କମ୍ପାନୀ ଆରମ୍ଭ କରିଲେ । କିନ୍ତୁ ଏହି କମ୍ପାନୀ ଧିକାରୀ ରୂପରେ ୨୦୧୦ରେ ଆରମ୍ଭ ହୋଇଛି ବୋଲି କୁହାଯାଏ । କହିଦେଉଛୁ କି କୋଟି କୋଟି ଟଙ୍କାର ଟର୍ନଓଭର କରୁଥିବା ‘ଆଈଡୀ ଫ୍ରେଶ’ କମ୍ପାନୀ ବର୍ତ୍ତମାନ ‘ରେଡୀ ଟୂ ଈଟ’ ଫୁଡ ଆଇଟମ୍ସ ବିକ୍ରି କରୁଛି । ଏହି କମ୍ପାନୀରେ ଇଟିଲି, ଦୋସା ଓ ଅନ୍ୟ ସମସ୍ତ ଜିନଷ ଯାହାକୁ ଖୋଲିବା ମାତ୍ରେ ହିଁ ଆପଣ ସବୁ ତିଆରି କରି ପାରିବେ ତାହା ବହୁତ ମଳ ଓ ଦୋକାନାରେ ମିଳୁଛି ।

ଗୋଟିଏ ଜମାନା ଥିଲା ଯେତେବେଳେ ମୁସ୍ତଫାଙ୍କ କମ୍ପାନୀ ଗୋଟିଏ ଦିନରେ କେବଳ ୧୦୦ ପ୍ୟାକେଟ ବିକ୍ରି କରି ପାରୁଥିଲା । କିନ୍ତୁ ବର୍ତ୍ତମାନ ସେ ଗୋଟିଏ ଦିନରେ ୫୦୦୦୦ରୁ ବି ଅଧିକ ପ୍ୟାକେଟ ବିକ୍ରି କରୁଛନ୍ତି । ଏହି କମ୍ପାନୀ ମାଧ୍ୟମରେ ମୁସ୍ତଫା ୬୫୦ ଜଣ ଲୋକଙ୍କୁ ରୋଜଗାର ବି ଦେଇଛନ୍ତି । ତାଙ୍କର କମ୍ପାନୀ ଗ୍ରାମୀଣଙ୍କୁ ରୋଜଗାର ଦେବାରେ ଅଧିକ ଫୋକସ କରିଥାଏ ।

୨୦୧୫ – ୨୦୧୬ରେ ପିସି ମୁସ୍ତଫାଙ୍କ କମ୍ପାନୀ ବର୍ଷକୁ ଟର୍ନଓଭର ୧୦୦ କୋଟି ଥିଲା । ସେ ବର୍ଷ ୨୦୧୭ – ୨୦୧୮ରେ ଏହା ବଢି ୧୮୨ କୋଟି ଏବଂ ୨୦୧୯ – ୨୦୨୦ରେ ୩୫୦ – ୪୦୦ କୋଟି ପହଞ୍ଚି ସାରିଛି । ବର୍ତ୍ତମାନ ୪୮ ବର୍ଷୀୟ ମୁସ୍ତଫା ଭାରତର ପରେ ଦୁବାଇରେ ନିଜର କମ୍ପାନୀକୁ ଫେମସ କରିବା ପାଇଁ ପ୍ଳାନ କରୁଛନ୍ତି ।

Leave a Reply

Your email address will not be published. Required fields are marked *