ପିଏମ କିଶାନ ଯୋଜନା ଲିଷ୍ଟ ରେ ଆପଣଙ୍କ ନାମ ନାହିଁ ତେବେ ଏମିତି କରନ୍ତୁ ରେଜିଷ୍ଟ୍ରେସନ, ଚାଷୀ ମାନଙ୍କର ୨୦୦୦ ଟଙ୍କା ପାଇବାର ସୁବର୍ଣ୍ଣ ସୁଯୋଗ

ପୁରା ଦେଶ କରୋନା ଭଳି ଭୟଙ୍କର ମହାମାରୀ ପାଇଁ ସରକାର ଦ୍ଵାରା ଲକଡାଉନ କରା ଯାଇଛି, ଏହାର ପ୍ରଭାବ ସମସ୍ତଙ୍କ ଉପରେ ପଡୁଅଛି କିନ୍ତୁ ସବୁଠାରୁ ଅଧିକ ଅସୁବିଧା ଗରିବ, ଚାଷୀ ଏବଂ ମଜୁରିଆ ଲୋକଙ୍କ ଉପରେ ପଡିଅଛି, ଏହି କାରଣ ପାଇଁ ମୋଦୀ ସରକାର ଏହି ଭଳି ଲୋକଙ୍କୁ ଲଗାତାର ସାହାଯ୍ୟ ପ୍ରଦାନ କରୁଛନ୍ତି । ବିତ ମନ୍ତ୍ରାଳୟ ଅନୁଯାଇ ପ୍ରଧାନ ମନ୍ତ୍ରୀ ଦ୍ଵାରା ଚାଷୀ ସମ୍ମାନ ନିଧି ଅନୁଯାଇ ୮ କୋଟି ଚାଷୀ ଭାଇମାନଙ୍କୁ ୧୬,୧୪୬ କୋଟି ଟଙ୍କା ପ୍ରଥମ କିସ୍ତ ସମସ୍ତଙ୍କ ବ୍ୟାଙ୍କ ଖାତା ରେ ପଠେଇ ଦିଆ ଯାଇଛି ।

ଏହି ଯୋଜନା ଗୁଡିକ ପାଇଁ ପ୍ରଧାନ ମନ୍ତ୍ରୀ କିଶାନ ନିଧି ଯୋଜନା ବହୁତ ମହତ୍ଵପୂର୍ଣ ଅଟେ । ଏହି ଯୋଜନା ଅନୁଯାଇ ସରକାର ଚାଷୀଙ୍କ ବ୍ୟାଙ୍କ ଖାତା ରେ ପ୍ରତି ବର୍ଷ ୬୦୦୦ ଟଙ୍କା ଜମା କରିଥାନ୍ତି । ଏହି ରାଶି ତିନି କିସ୍ତ ରେ ଚାଷୀଙ୍କ ବ୍ୟାଙ୍କ ଖାତାରେ ଗୋଟେ ବର୍ଷ ରେ ତିନି ଥର ବରାବର ବାଣ୍ଟି ଦେଇ ଜମା କରି ଦିଆଯାଏ ।

ନୂଆ ବିତ ବର୍ଷ ରେ ଯୋଡା ଯାଉଛି ଚାଷୀଙ୍କ ନାମ :

କେନ୍ଦ୍ର ସରକାର ନୂଆ ବିତ ବର୍ଷରେ ଚାଷୀଙ୍କ ନାମ ଯୋଡିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି, ନୂଆ ବିତୀୟ ବର୍ଷ ଆରମ୍ଭ ହୋଇଯାଇଛି ସେଥିପାଇଁ ନୂଆ ସୂଚୀ ଜାରି କରା ଯାଉଛି, ଯଦି ଆପଣ ଆବେଦନ କରିଥିଲେ ଏବଂ ଏହା ଜାଣିବା ପାଇଁ ଚାହାନ୍ତି ଯେ ଆପଣଙ୍କ ନାମ ବର୍ଷକୁ ୬୦୦୦ଟଙ୍କା ସୂଚୀ ରେ ଅଛି ବା ନାହିଁ ତେବେ ଏହି ୱେବସାଇଟ ରେ ଯାଇ ନିଜ ନାମ ଚେକ କରନ୍ତୁ । ଯେଉଁ ଚାଷୀଙ୍କୁ ସରକାର ତରଫରୁ ଏହି ଯୋଜନା ଲାଭ ଦିଆ ଯାଏ ତାଙ୍କ ନାମ ରାଜ୍ୟ, ଜିଲ୍ଲାବାର, ତହସିଲ, ଗାଁ ଅନୁଯାଇ ମଧ୍ୟ ଦେଖିବାକୁ ପାଇ ପାରିବେ, ଏହି ସରକାର ସବୁ ଲାଭର୍ଥୀ ପୁରା ସୂଚୀ ଅପ୍ଲୋଡ କରା ଯାଇଛି ।

ଯଦି ଆପଣ ମଧ୍ୟ ଏହି ଯୋଜନା ପାଇଁ ଆବେଦନ କରିଛନ୍ତି ତେବେ ସରକାର ଦ୍ଵାରା ଅନଲାଇନ ସୂଚୀ ରେ ନାମ ଚେକ କରି ପାରିବେ, ପିଏମ କିଶାନ ସମ୍ମାନ ନିଧି ଯୋଜନା ନୂଆ ସୂଚୀ ସରକାର ଦ୍ଵାରା ବାହାର କରା ଯାଇଛି ଯାହା ସରକାରୀ ବେପସାଇଟ pmkisan.gov.inଉପରେ ଚେକ କରନ୍ତୁ । ଚାଷୀ କଲ୍ୟାଣ ମନ୍ତ୍ରାଳୟ, ପିଏମ ଚାଷୀ ସମ୍ମାନ ନିଧି ଅନୁଯାଇ ଲାଭ ପ୍ରାପ୍ତ କରିବେ ଚାଷୀଙ୍କ ସୂଚୀ ଆସନ୍ତା ମଇ ଠାରୁ ଜାରି କରାଯିବ ।

ଲିଷ୍ଟ ଅନଲାଇନ ଦେଖିବା ସହଜ ସ୍ଟେପ :

– ୱେବସାଇଟ pmkisan.gov.in ରେ ଯାନ୍ତୁ ।

– ହୋମ ପେଜ ରେ ମେନୁ ବାର ଦେଖନ୍ତୁ ଏବଂ ଏହା ‘ଫାର୍ମର କାର୍ନର’ରେ ଯାନ୍ତୁ ।

– ଏଠାରେ‘ଲାଭାର୍ଥୀ ସୂଚୀ’ଲିଙ୍କ ଉପରେ କ୍ଲିକ କରନ୍ତୁ ।

– ଏହା ପରେ ନିଜ ରାଜ୍ୟ, ଜିଲା, ଉପ-ଜିଲା, ବ୍ଲୋକ ଏବଂ ଗାଁ ବିବରଣ ଦରଜ କରନ୍ତୁ ।

– ଏତେ ଲେଖିଲା ପରେ ଗେଟ ରିପୋର୍ଟ ଉପରେ କ୍ଲିକ କରନ୍ତୁ ଏବଂ ପୁରା ଲିଷ୍ଟ ପ୍ରାପ୍ତ କରନ୍ତୁ ।

ଆଶା କରୁଛୁ ଆମର ଏହି ଖବର ଦ୍ଵାରା ଆପଣ ଉପକୃତ ହୋଇପାରିବେ । ଆଗକୁ ମଧ୍ୟ ଏହିଭଳି ଅନେକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଏହି ଖବରକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆପଣଙ୍କ ମନ୍ତବ୍ୟ କମେଣ୍ଟ ବକ୍ଶରେ ନିଶ୍ଚୟ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *