ନମସ୍କାର ବନ୍ଧୁଗଣ । ଆମ ଦେଶରେ ବେରୋଜଗାର ମାନଙ୍କର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯୁବକ ଓ ଯୁବତୀ ମାନେ ପାଠ ପଢୁଛନ୍ତି ଆଉ ଡିଗ୍ରୀ ମଧ୍ୟ ହା ସ ଲ କରୁଛନ୍ତି କିନ୍ତୁ କଣ ହେବ ଚାକିରି ନାହି । ଅନ୍ୟ ପକ୍ଷ ରେ ପଦବୀ ମଧ୍ୟ ଖାଲି ପଡିଛି । କିନ୍ତୁ ଅମା ଦେଶରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ବଡ ଘୋଷଣା କରିଛନ୍ତି ବେରୋଜଗାର ମାନଙ୍କୁ । ଯାହାକୁ ନେଇ ଯୁବତୀ ଯୁବତୀ ମାନେ ଆଶ୍ଵସ୍ତ ହେବେ ବୋଲି ମୋଦୀ ଆଶା କରୁଛନ୍ତି ।
ବର୍ତ୍ତମାନର ବଡ ଖବର ହେଉଛି ୧୦ ଲକ୍ଷ ବେକାର ଯୁବକ ଙ୍କୁ ଏବେ ନିଯୁକ୍ତି ଦେବେ ମୋଦୀ ସରାକର । ଏଥିପାଇଁ ମେଗା ରୋଜଗାର ମେଳା ର ଶୁଭାରମ୍ଭ କରିବେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗାମୀ ୨୨ ତାରିଖ ଦିନ ଦିନ ୧୨ ଟା ବେଳେ ଭିଡିଓ କଂଫେରେନ୍ସ ମାଧ୍ୟମରେ ହି ନିଯୁକ୍ତି ମେଳା କୁ ଆରମ୍ଭ କରିବେ ପ୍ରଧାନ ମନ୍ତ୍ରୀ । ଏହି ଅବସର ରେ ୭୫ ହଜାର ନୂଆ ନିଯୁକ୍ତି ପତ୍ର ପ୍ରଦାନ କରାଯିବ । କେନ୍ଦ୍ର ସରକାର ଙ୍କ ବିଭିନ୍ନ ବିଭାଗରେ ଏମାନଙ୍କୁ ନିଯୁକ୍ତି ଦିଆଯିବା ସହ ନବ ନିଯୁକ୍ତ ଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିବେ ମୋଦୀ ।
ଏଥିପାଇଁ ବଡ ଧରଣର ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ମୋଦୀ ଙ୍କ ନିର୍ଦ୍ଦେଶ ରେ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଖାଲି ଥିବା ପଦବୀ ପୂରଣ ହେଉଛି । ମିସନ ମୋଡ ରେ ଖାଲି ଥିବା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋଦୀ । ଶନିବାର ଦିନ ୭୫ ହଜାର ପଦବୀ ରେ ନବ ନିଯୁକ୍ତ ଙ୍କୁ ନିଯୁକ୍ତି ପାତ୍ର ପ୍ରଦାନ କରାଯିବ । ଗୃପ-ଏ, ଗ୍ରୁପ-ବି ବା ଗେଜେଟେଡ, ଗ୍ରୁପ-ବି ବା ନାଁ ଗେଜେଟେଡ ଓ ଗ୍ରୁପ-ସି ରେ ନିଯୁକ୍ତି ଦିଆଯିବ । ଏହା ଭିତରେ କେନ୍ଦ୍ରୀୟ ସୁରକ୍ଷା ବଳ, ଆକାର ଇନ୍ସ୍ପେକ୍ଟର, ଷ୍ଟେନୋ, ପିଏ ଭଳି ପଦବୀ ରହିଛି ।
ୟୁପିଏସସି, ଏସଏସସି, ରେଲୱେ ରିକୂଟମେଣ୍ଟ, ବୋର୍ଡ ଆଦି ଜରିଆରେ ପରୀକ୍ଷା କରା ଯାଇଥିଲା । ଗତ ଜୁନ ମାସରେ କେନ୍ଦ୍ର ସରକାର ଙ୍କ ସମସ୍ତ ବିଭାଗରେ ଖାଲି ପଦବୀ ସମୀକ୍ଷା କରିଥିଲେ ମୋଦୀ । ଦେଢ ବର୍ଷ ମଧ୍ୟରେ ୧୦ ଲକ୍ଷ ବେରୋଜଗାର ଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଦେଇଥିଲେ ନିର୍ଦ୍ଦେଶ ମୋଦୀ । ତେବେ ବେରୋଜଗାର ମାନଙ୍କୁ ଏହି ଖବର ଶୁଣିବା ପରେ ନିଶ୍ଚୟ ଚାକିରି ମିଳିବ ବୋଲି ଆଶା କରା ଯାଉଛି ।
ବନ୍ଧୁଗଣ ଆପଣ ମାନଙ୍କର ମୋଦୀ ଙ୍କ ଏଭଳି ଘୋଷଣା ବାବଦରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।