Babushan ଓ Prakruti ଙ୍କ ସମ୍ପର୍କକୁ ନେଇ କଣ କହିଲେ Ollywoodର ବରିଷ୍ଠ କଳାକର Pradyumna Lenka, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଦୀର୍ଘ ୩ ଦିନ ହେବେ ଓଲିଉଡ ହିରୋ ବାବୁସାନ ଓ ପ୍ରକୃତିଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜାରି ରହିଛି । ବିଭିନ୍ନ ଆରୋପ ପ୍ରତ୍ୟାରୋପ ମଧ୍ୟ ଲାଗି ରହିଛି । ଏହା ଭିତରେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ଯଦି ଫିଲ୍ମ ଇଣ୍ଡଷ୍ଟ୍ରିରେ ହିରୋ ଓ ହିରୋଇନ ଏମିତି ଭାବେ ଗଣମାଧ୍ୟମର ଶିରୋନାମା ପାଲଟିବେ ତେବେ ସେମାନେ କାହାକୁ ଆଦର୍ଶ ବୋଲି ମାନିବେ । ଅନେକ ବରିଷ୍ଠ ଅଭିନେତା ଅଛନ୍ତି ଯେଉଁମାନେ ଏହି ଘଟଣା ସମ୍ପର୍କରେ ନିଜର ମତ ରଖିଛନ୍ତି ।

ତେବେ ବରିଷ୍ଠ ଅଭିନେତା ତଥା ସିନେ ପ୍ରଯୋଜକ ପ୍ରଦ୍ଯୁମ୍ନ ଲେଙ୍କା କହିଛନ୍ତି ଯେ ଏମିତି ଘଟଣା ଘଟିବାର ନ ଥିଲା କାରଣ ଓଡିଆ ଇଣ୍ଡଷ୍ଟ୍ରି, ଓଡିଶାବାସୀଙ୍କୁ ଓ କଳାକାର ଓ ତାଙ୍କର ପରିବାରକୁ ଏହି ଘଟଣା ମର୍ମାହତ ହୋଇଛନ୍ତି । ଉତ୍ତମ ମହାନ୍ତି ଆଗ ଧାଡିର ନାୟକ ଥିଲେ ଯାହାଙ୍କ ସହ ପ୍ରଦ୍ଯୁମ୍ନ ଲେଙ୍କା ନିଜର ଅଭିନୟ ଆରମ୍ଭ କରିଥିଲେ । ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତିଙ୍କ ଭୂମିକା ଅଗ୍ରଗଣ୍ୟ ଓଡିଆ ଇଣ୍ଡଷ୍ଟ୍ରିରେ । ଆଜି ଇଣ୍ଡଷ୍ଟ୍ରି ଯଦି ଆଜି ଏଠାରେ ପହଞ୍ଚିଛି ତାହା କେବେଳ ଏଭଳି ବରିଷ୍ଠ କଳାକାର ମାନଙ୍କ ପାଇଁ ।

ବାବୁସାନ କେବଳ ଦୁହିଙ୍କର ପୁଅ ନୁହେଁ ବରଂ ରାଜ୍ୟବାସୀଙ୍କ ପାଖରେ ଓ ଓଡିଆ ଚଳଚିତ୍ର ପ୍ରେମୀମାନଙ୍କ ପାଖରେ ଅଛନ୍ତି । କିନ୍ତୁ ଏଭଳି ଘଟଣା ପାଇଁ ସମସ୍ତେ ଦୁଖିତ । ଓଡିଆ ଜଗତ ଯେଉଁ ସ୍ଥିତିରେ ଅଛି ଆଜିକା ଡେଟରେ ଉଠିବାକୁ ହେଲେ ବାବୁସାନ ମହାନ୍ତି ଦରକାର । ବାବୁସାନ ହେଉଛନ୍ତି ଇଣ୍ଡଷ୍ଟ୍ରିର ଜଣେ ନାମିଦାମି ନାୟକ ଯାହାଙ୍କ ଜରିଆରେ ଓଡିଆ ଫିଲ୍ମ ଆଗକୁ ବଢିପାରିବ । ବାବୁସାନ ହେଉଛନ୍ତି ସମସ୍ତଙ୍କର ଆଦର୍ଶ ଯିଏ ବର୍ଷକୁ ୬ଟି ଚଳଚ୍ଚିତ୍ର କରିଲେ ଇଣ୍ଡଷ୍ଟ୍ରି ଆଗକୁ ଖୁବ ନାଁ କମାଇବ ବୋଲି ପ୍ରଦ୍ଯୁମ୍ନ ଲେଙ୍କା ମତ ଦେଇଛନ୍ତି ।

ପ୍ରତେକ କଳାକାରଙ୍କ ବ୍ୟକ୍ତିଗତ ଜୀବନ କେବଳ ତାଙ୍କର ନୁହେଁ ବରଂ ସମସ୍ତଙ୍କ ସହ ଯୋଡି ହୋଇ ରହିଛି । ବାବୁସାନ ଭଲ ପରିବାରରୁ ଆସିବା ସହ ଭଲ କାମ ମଧ୍ୟ କରିଛନ୍ତି ତା ହେଲେ ସେ କଣ ପାଇଁ ଏମିତି କମ କରି ବଦନାମ କରୁଛନ୍ତି । ପ୍ରଦ୍ଯୁମ୍ନ ଲେଙ୍କା ଆଗକୁ କହିଛନ୍ତି ପ୍ରକୃତି ଓ ବାବୁସାନଙ୍କ ପରିବାର ବହୁତ ସଂସ୍କାରୀ ପରିବାର । ପ୍ରକୃତି ଏହି ଘଟଣାରୁ ଦୂରେଇ ଗଲେ ସବୁ କିଛି ସମାଧାନ ହୋଇପାରିବ ।

କାରଣ ବାବୁସାନ ହେଉଛନ୍ତି ବିବାହିତା ଆଉ ତାଙ୍କର ଗୋଟେ ପୁଅ ବି ଅଛି । ଯଦି ପରିବାର ଓ ସ୍ତ୍ରୀ ଚାହୁଁ ନାହି ତେବେ ପ୍ରକୃତି ବାବୁସାନଙ୍କ ଠାରୁ ଦୂରେଇ ଯିବା ଉଚିତ । ତୃପ୍ତି ମଧ୍ୟ ବହୁତ ଭଲ ପିଲା ତାଙ୍କ ସଂସ୍କାର ମଧ୍ୟ ବହୁତ ଭଲ । ବନ୍ଧୁତା ଯଦି ପରିବାରକୁ ଅସୁବିଧାରେ ପକାଉଛି ବା ପରିବାର ଅପଦସ୍ତ ହେବ ତେବେ ଏମିତି ବନ୍ଧୁତା ଠାରୁ ଦୂରେଇ ରହିବା ଉଚିତ ।

ବାବୁସାନ ଓ ପ୍ରକୃତି ଉଭୟ ବୁଝିବା ଦରକାର କାହାର ଭୁଲ ବା କାହାର ଠିକ ରହିଛି । ଇଣ୍ଡଷ୍ଟ୍ରିର ମୂଳ ଆଉ ଦର୍ଶକ ମାନଙ୍କ ପାଇଁ ଦୁହେଁ ନିଜର ଭୁଲ ବୁଝିବା ଦରକାର । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *