ପ୍ରଧାନମନ୍ତ୍ରୀଙ୍କର ବିତ ମନ୍ତ୍ରୀଙ୍କ ସହ ଆଜି ମହତ୍ଵପୂର୍ଣ ବୈଠକ, ଚାଷୀ ଏବଂ କାରୋବାରିମାନଙ୍କ ପାଇଁ ନିଆଯିବ ବଡ ନିଷ୍ପତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୨ଟାରେ ବିତ ମନ୍ତ୍ରୀ ନିର୍ମଳା ସିତାରମଣ ସହ ବୈଠକ କରିବେ, ଏହି ବୈଠକରେ ଅର୍ଥବ୍ୟବସ୍ଥା ଉପରେ ରାହତ ପ୍ଯାକେଜ ଉପରେ ବିଚାର କରା ଯାଇଛି, ସିଏନବିସି ଶବ୍ଦ ସୂତ୍ର ଅନୁଯାଇ ମିଳିଥିବା ସୂଚନା ଅନୁଯାଇ ପିଏମ ମୋଦୀ ବୈଠକରେ କରୋନା ଦ୍ଵାରା ଲଢିବା ପାଇଁ ଉପାୟ ଉପରେ ଚର୍ଚା କରାଯାଇଛି, ଏହା ସହ ଅନ୍ୟ ଆର୍ଥିକ ପ୍ଯାକେଜ ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ତେବେ ଆପଣମାନଙ୍କୁ ସମସ୍ତଙ୍କୁ ଏହା ଜଣାଅଛି ଯେ କରୋନା ସଂକ୍ରମଣ ପାଇଁ ଲଢିବା ପାଇଁ ଦେଶରେ ୩ ମଇ ପର୍ଯ୍ୟନ୍ତ ଲକଡାଉନ କରା ଯାଇଛି, ଲକଡାଉନ ପାଇଁ ବହୁତ ଲୋକଙ୍କ ଅବସ୍ତା ଢିଲା ହୋଇଯାଇଛି, ଶୁକ୍ରବାର ଦିନ ୧୨ଟା ରେ ହୋଇଥିବା ଏହି ବୈଠକ ରେ ବହୁତ ମହତ୍ଵପୂର୍ଣ କଥା ଉପରେ ନିଷ୍ପତ୍ତି କରାଯାଇଛି ।

ଆଜିର ଏହି ବୈଠକରେ ବିତ ମନ୍ତ୍ରାଳୟ ଅଧିକାରୀ ମଧ୍ୟ ଶମିଳିତ ହୋଇଥିଲେ, ଏହି ବୈଠକରେ ଏମଏସଏମଇ ପାଇଁ ମଧ୍ୟ ରାହତ ଚର୍ଚା କରାଯାଇଛି, ଏହା ସହ ପ୍ରଧାନ ମନ୍ତ୍ରୀ ଚାଷୀଙ୍କ ଆମଦନି ଏବଂ କୃଷି ସଙ୍କଟ ଉପରେ ମଧ୍ୟ ଚର୍ଚା କରିଛନ୍ତି। କୁହା ଯାଉଛି ଯେ ଏହି ରାହତ ପ୍ଯାକେଜ ରେ ଅନ୍ୟ ଅସୁବିଧା ବିଷୟରେ ମଧ୍ୟ ଚର୍ଚା ହୋଇଛି । ରାହତ ପ୍ଯାକେଜ ରେ ଏମଏସଏମଇ, ଏକ୍ସପୋର୍ଟ୍ସ, ଏବିଏଶନ, କଂଷ୍ଟ୍ରକସନ ସହିତ ଅନ୍ୟ ସେକଟର ରାହତ ମିଳିବ ଯେଉଁଥିରେ ଅତ୍ୟଧିକ ଲୋକ କାମ କରନ୍ତି ।

ତେବେ କେନ୍ଦ୍ରୀୟ ସରକାର ଏମଏସଏମଇ କୁ ୨୦ ହଜାର କୋଟି ରାହତ ପ୍ଯାକେଜ ଦବା ଉପରେ ତିଆରି କରୁଛନ୍ତି, କରୋନା ସଂକ୍ରମଣ ପାଇଁ ହୋଇଥିବା ଲକଡାଉନ ପାଇଁ ଏହାର ଅବସ୍ତା ଖରାପ ଚାଲିଛି । ସରକାର ଲକଡାଉନ ଦ୍ଵାରା ପ୍ରଭାବିତ ମଜୁରି ଲୋକଙ୍କୁ ସାହାଯ୍ୟ ପାଇଁ ୧.୭ ଲକ୍ଷ ଟଙ୍କା ପ୍ଯାକେଜ ଘୋଷଣା କରିଥିଲେ, ଏହି ପ୍ଯାକେଜ ଅନୁଯାଇ ଚାଷୀ, ଡେଲି ମଜୁରିଆ ଲୋକ, ଏସଏମଇ ସେକତର ବଡ ସାହାଜ୍ଯ ପ୍ରାପ୍ତ କରିଛନ୍ତି । ଫାଇନେନ୍ସ ମିନିଷ୍ଟର ନିର୍ମଲା ସୀତାରମଣ ଅନୁଯାଇ ଉଜ୍ଵଲା ଯୋଜନା ଅନୁଯାଇ ୮ କୋଟି ମହିଳାଙ୍କୁ ୩ ମାସ ଗ୍ଯାସ ସିଲେଣ୍ଡର ଫ୍ରି ରେ ଦିଆ ଯିବ, ଏହା ମହିଳାଙ୍କ ପାଇଁ ବହୁତ ବଡ ଲାଭକାରୀ ସୂଚନା ଥିଲା ।

୩ ମାସ ପର୍ଯ୍ୟନ୍ତ ମହିଳା ଜନଧନ ଏକାଉଣ୍ଟ ରେ ୫୦୦ ଟଙ୍କା ପ୍ରତି ମାସ ଦିଆ ଯିବ, ଏହା ସହ ଗରିବ ବୁଢା ଲୋକଙ୍କୁ ୧୦୦୦ ଟଙ୍କା ପ୍ରତି ମାସ ସାହାଜ୍ଯ କରା ଯିବ । ଏହା ସହ ମାନରେଗା ମଜୁରି ୧୮୨ ଟଙ୍କା ଠାରୁ ବଢେଇ ୨୦୨ ଟଙ୍କା କରି ଦିଆ ଯାଇଛି, ମନରେଗା କିସ୍ତ ୫ କୋଟି ପରିବାରକୁ ଲାଭ ଦେଉଅଛି । ଏପ୍ରିଲ ମାସ ରେ ଚାଷୀମାନଙ୍କ ଖାତା ରେ ୨୦୦୦ ଟଙ୍କା କିସ୍ତ ଦିଆ ଯାଇଛି, ସରକାର ଦ୍ଵାରା ତିନି ମାସ ପର୍ଯ୍ୟନ୍ତ ପ୍ରତି ମାସ ଗୋଟେ କେଜି ଡାଲି ମିଳିବ, ଏହା ସହ ପ୍ରତିମାସ ୫ କେଜି ଗହମ ବା ଚାଉଳ ଫ୍ରି ଦିଆ ଯିବ ।

Leave a Reply

Your email address will not be published. Required fields are marked *