ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭ ଟି ଗୁରୁତ୍ବପୂର୍ଣ୍ଣ ଘୋଷଣା- ଜାଣନ୍ତୁ କ’ଣ ସବୁ ନୂଆ ଅଛି ଆପଣଙ୍କ ପାଇଁ

ବନ୍ଧୁଗଣ ଆପଣମାନେ ଜାଣି ଖୁସି ହେବେ ଯେ ଆମ ପ୍ରଧାନ ମନ୍ତ୍ରୀଙ୍କ ତରଫରୁ ସାରା ଦେଶବାସୀଙ୍କ ପାଇଁ କରିଛନ୍ତି ବଡ ଘୋଷଣା । ଗତ ୧୫ ଅଗଷ୍ଟ ସ୍ଵାଧୀନତା ଦିବସରେ ସେ ଏହି ସବୁ ଘୋଷଣା କରିଥିଲେ । ୭୩ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ୯୨ ମିନିଟର ଦୀର୍ଘ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କରିଛନ୍ତି ଅନେକ ବଡ ଘୋଷଣା । ଦେଶକୁ ବିକାଶର ପଥରେ ଆଗେଇନେବାକୁ ଦେଶବାସୀଙ୍କୁ କହିଛନ୍ତି । ତେବେ ସେ ଧାରା ୩୭୦ ଠୁ ନେଇ ଦେଶର ବିକାଶ ପାଇଁ ଅନେକ ପ୍ରସ୍ତାବ ଦେଇଛନ୍ତି । ସବୁ କ୍ଷେତ୍ରରେ କଣ ସବୁ ବିକାଶ ହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବର୍ଣ୍ଣନା କରିଛନ୍ତି ଶ୍ରୀ ନରେନ୍ଦ୍ର ମୋଦୀ ।

ଭାରତର ସମସ୍ତ ସେନା ବାହିନୀ ଯେମିତିକି ପଦାତିକ ସେନା, ନୌସେନା ଏବଂ ବାୟୁସେନା ମଧ୍ୟରେ ସମନ୍ଵୟ ରକ୍ଷା କରିବା ପାଇଁ  ‘ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ’ ପଦବୀ ସୃଷ୍ଟି କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଜଳ ଜୀବନ ମିଶନରେ ସାଢେ ୩ଲକ୍ଷ କୋଟି ବ୍ୟୟ ହେବ ବୋଲି କହିଛନ୍ତି ମୋଦି । ଜଳ ସଂରକ୍ଷଣ ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଜନସଂଖ୍ୟା ବୃଦ୍ଧି କୁ ଅଟକାଇବା ପାଇଁ ଚିନ୍ତା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ, ଏବଂ କହିଛନ୍ତି ଯିଏ ପରିବାରକୁ ସୀମିତ ରଖୁଛନ୍ତି ସେମାନେ ହିଁ ହେଉଛନ୍ତି ଅସଲ ଦେଶଭକ୍ତ ।

 

ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ମୋଦି ।

ଦେଶରୁ ଗରିବୀ ହଟେଇବା ପାଇଁ ମୋଦି ଆଜିର ଯୁବ ପିଢୀଙ୍କୁ ଦେଇଛନ୍ତି ଆହ୍ବାନ ।

ପ୍ଲାଷ୍ଟିକ ମୁକ୍ତ ଭାରତ କରିବାକୁ ଦେଶବାସୀଙ୍କ ସହଯୋଗ ଦରକାର କହିଛନ୍ତି ପ୍ରଧାନମନ୍ତ୍ରୀ। ।

ଦେଶର ଆର୍ଥିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଲାଗି ଭିତ୍ତିଭୂମି ବିକାଶରେ ଏକ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମୋଦି ଘୋଷଣା କରିଛନ୍ତି।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *