ପ୍ରତିଦିନ କାଉ ଓ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ, ହେବ ଏମିତି ଚମତ୍କାରକି ଦେଖି ଆଶ୍ଚର୍ଯ୍ୟ ରହିଯିବେ ଆପଣ

କେବଳ ଆମ ଧର୍ମରେ ନୁହେଁ ଅନେକ ଧର୍ମ ରହିଛି ଯେଉଁଥିରେ ଜୀବଜନ୍ତୁଙ୍କ ମହତ୍ୱ ରହିଛି । ଜୀବଜନ୍ତୁ ଦେବା ଦେବୀଙ୍କ ରୂପ ହୋଇଥାଏ । ପିମ୍ପୁଡ଼ି ହେଉଛି ପରିଶ୍ରମୀ ପ୍ରାଣୀ ଓ ଏମାନେ ନିଜ ପରିବାର ସହ ମିଶିକି ରୁହନ୍ତି । ଏମିତିରେ ପିମ୍ପୁଡ଼ିତ ସମସ୍ତଙ୍କ ଘରେ ଥାଆନ୍ତି ହେଲେ ସମସ୍ତେ ଏହାକୁ ଅଣଦେଖା କରନ୍ତି ଓ ପାଦରେ ଦଳି ଦିଅନ୍ତି । କିନ୍ତୁ ପିମ୍ପୁଡ଼ିଙ୍କୁ ଖାଇବାକୁ ଦେଲେ ଭାଗ୍ୟ ବଦଳିଥାଏ ।

ପିମ୍ପୁଡ଼ିଙ୍କୁ ଖାଇବାକୁ ଦେଲେ ଲାଭ

ପିମ୍ପୁଡ଼ି ଦୁଇ ପ୍ରକାରର, ଗୋଟେ ନାଲି ଓ ଆଉ ଗୋଟେ କଳା ପିମ୍ପୁଡ଼ି । ଶାସ୍ତ୍ରରେ ନାଲି ପିମ୍ପୁଡ଼ିକୁ ଅଶୁଭ ଓ କଳା ପିମ୍ପୁଡ଼ିକୁ ଶୁଭ କୁହାଯାଏ । ଯେଉଁ ବ୍ୟକ୍ତି ପିମ୍ପୁଡ଼ିଙ୍କୁ ଅଟା ଓ ଚିନି ଖାଇବାକୁ ଦିଏ ସେ ସବୁ ବନ୍ଧନରୁ ମୁକ୍ତ ହୁଏ । ପୂର୍ବ ଜନ୍ମ ଓ ଏଇ ଜନ୍ମର ପାପ କ୍ଷୟ ହେଇଯାଏ । ଏହା କଲେ ପୁଣ୍ୟ ମିଳେ ଓ ସବୁ ବାଧବିଘ୍ନ ଦୂର ହୁଏ । ଘରର ଉନ୍ନତି ହୁଏ ।

କାଉଙ୍କୁ ଖାଇବାକୁ ଦେଲେ ଲାଭ

ଯେବେ ଘର ଛାତ ଉପରେ କାଉ ଆସି ବସିଥାଏ, କିଛି ଲୋକ ତାକୁ ଅଣଦେଖା କରନ୍ତି । କିଛି ଲୋକ ଏହି କଳା କାଉକୁ ପସନ୍ଦ କରନ୍ତି ନି, ଘର ଆଖପାଖ ରେ ଦେଖିଲେ ପଥର ପକାଇ ଉଡ଼େଇ ଦିଅନ୍ତି । ଏମିତି କଲେ କୁଣ୍ଡଳୀରେ ବାସ୍ତୁ ଦୋଷ ପଡ଼ିପାରେ । କାହାକୁ ପଥର ପକାନ୍ତୁନି ।

କାଉଙ୍କୁ ଅମାବାସ୍ୟା ଓ ପୂର୍ଣ୍ଣିମା ଦିନ ଭୋଜନ ଦେଲେ ପୂର୍ବ ପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳେ । ଏହି କାର୍ଯ୍ୟରେ  ପ୍ରସନ୍ନ ହୋଇ ସୁଖ ସମୃଦ୍ଧିର ଆଶୀର୍ବାଦ ଦିଅନ୍ତି । କିଛି ଲୋକ ଏମିତି ବି ମାନନ୍ତି କାଉଙ୍କୁ ଖାଇବାକୁ ଦେଲେ  ନକାରାତ୍ମକ ଊର୍ଯା ଶେଷ ହୁଏ ଓ ଦରିଦ୍ରତା ଦୂର ହୁଏ । କାଉ କୁ ହଳଦିଆ ଚାଉଳ ଖାଇବାକୁ ଦେଲେ ଅଧିକ ଲାଭ ହୋଇଥାଏ ।

Leave a Reply

Your email address will not be published. Required fields are marked *