ଯେଉଁ ଦମ୍ପତ୍ତି ଏହି ମାସରେ କରନ୍ତି ବିବାହ, ସାରାଜୀବନ ରୁହନ୍ତି ଖୁସିରେ- ଜାଣନ୍ତୁ ଏହା କେଉଁ ମାସ

ବିବାହ ଗୋଟେ ବଡ଼ ନିଷ୍ପତ୍ତି ହୋଇଥାଏ ଯାହା ଜୀବନକୁ ସମ୍ପୂର୍ଣ ବଦଳେଇ ଦେଇଥାଏ । ବିବାହ କେବଳ ମିଳନ ହୋଇ ନଥାଏ, ଏହା ଦୁଇଟି ହୃଦୟ ସହିତ ଦୁଇ ପରିବାରର ମିଳନ ମଧ୍ୟ ହୋଇ ଥାଏ । ଏହା ସମସ୍ତ ଝିଅ ଓ ପୁଅମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଯାହା ଅଲଗା ଦିଗକୁ ନେଇ ଯାଇଥାଏ । ସେ ସମ୍ପର୍କ ସେବେ ବିଗିଡିଯାଏ, ଯେବେ ନିଜର ହେଉ ବା ପରିବାର ଲୋକଙ୍କର ନିଷ୍ପତ୍ତି ଭୁଲ ହୋଇ ଥାଏ ।

ସବୁ କପଲମାନଙ୍କ ପାଇଁ ବିବାହ କେବଳ ଦିନେ ଦୁଇଦିନ ପାଇଁ ନୁହେଁ ସାରାଜୀବନ ପାଇଁ ହୋଇଥାଏ ।

କିନ୍ତୁ କିଛି କପଲମାନେ କୁହନ୍ତି ଯେ ବିବାହ ପରେ ତାଙ୍କ ପାର୍ଟନର ବଦଳିଯାଇଛନ୍ତି । ଜ୍ୟୋତିଷ ଭାଷା ଅନୁସାରେ ବିବାହ ପରେ ସମସ୍ୟା ଆସିବାର ମୁଖ୍ୟ କାରଣ ହେଉଛି ଭୁଲ ମାସରେ ବିବାହ କରିବା । ଆଜି ଆମେ ଆପଣଙ୍କୁ ସେଇ ମାସ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାସରେ ବିବାହ କଲେ କପଲମାନେ ସବୁଠୁ ବେସୀ ଖୁସି ରୁହନ୍ତି ।

ଜାନୁଆରୀ ଓ ଫେବୃୟାରୀ ମାସରେ ବିବାହ କରିଥିବା କପଲଙ୍କ ଜୀବନ ବହୁତ ସରଳତା ପୂର୍ଣ୍ଣ ହୋଇଥାଏ । ସେମାନେ ଦୁହେଁ ଦୁହିଁଙ୍କୁ ଅଧିକାଂଶ ସର୍ପ୍ରାଇଜ ଦେଇଥାନ୍ତି । ମାର୍ଚ୍ଚ ଓ ଅପ୍ରେଲ ମାସରେ ବିବାହ କରିଥିବା କପଲ ବହୁତ ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି । ନିଜ ନିଜର ଯତ୍ନ ନିଅନ୍ତି ଓ ସବୁ ଆବଶ୍ୟକତାର ଧ୍ୟାନ ରଖନ୍ତି  ।

ମେ ଓ ଜୁନ ରେ ବିବାହ କରିଥିବା କପଲ ନିଜ ପାର୍ଟନରଙ୍କୁ ଖୁସି ରଖିବା ପାଇଁ ସବୁ କିଛି ଉପାୟ କରିଥାଏ ହେଲେ ସ୍ଵଭାବ ଓଲଟା ହେଇଯାଏ ଓ ବହୁତ କଷ୍ଟ ଦେଇଥାଏ । ଜୁଲାଇ ଓ ଅଗଷ୍ଟ ରେ ବିବାହ କରିଥିବା କପଲ ଦୁହେଁ ଦୁହିଁଙ୍କର ବହୁତ ଅଧିକ କେୟାର କରିଥାନ୍ତି । ପାର୍ଟନର ପରିବାର ଖୁସି , ପିଲା ଓ ଆଗତ ଭବିଷ୍ୟ ପାଇଁ ନିଜକୁ ଆର୍ଥିକ ରୂପରେ ମଜବୁତ କରିବା ପାଇଁ ବେଶୀ ଚିନ୍ତା କରିଥାନ୍ତି ।

ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ବିବାହ କରିଥିବା କପଲ ଆବଶ୍ୟକ ଠୁ ଅଧିକ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି । ବୁଲିବାକୁ ଭଲ ପାଆନ୍ତି, ସବୁବେଳେ ନୂଆ ନୂଆ ଯାଗାକୁ ବୁଲିବାକୁ ଯାଆନ୍ତି । ନଭେମ୍ବର ଓ ଡିସେମ୍ବର ରେ ବିବାହ କରିଥିବା କପଲଙ୍କୁ ଲୋକେ ବହୁତ ପସନ୍ଦ କରିଥାନ୍ତି । ସମସ୍ତେ ଏମାନଙ୍କୁ ପର୍ଫେକ୍ଟ ଯୋଡ଼ି ମଧ୍ୟ କହିଥାନ୍ତି ।

Leave a Reply

Your email address will not be published. Required fields are marked *