ମୁଖ୍ୟ ଖବର ପ୍ରେମ ପାଇଁ ଳିଙ୍ଗ ପରିବର୍ତନ କରି ବିବାହ କଲେ ଦୁଇ ଓଡିଆ ଝିଅ

ପ୍ରେମ ଏକ ଏମିତିକା ଶବ୍ଦ ଯାହା ପରିଭାଷା ସମସ୍ତଙ୍କ ପାଇଁ ଗୋଟେ ନଥାଏ ଯେତେ ଲୋକ ସେତେ ପରିଭାଷା ହୋଇଥାଏ, ତେବେ ପ୍ରେମୀ ପ୍ରେମିକାକୁ ଏହାର ପରିଭାଷା କେବଳ ପ୍ରେମ ହିଁ ଜଣା ଥାଏ ଦୁହେଁ ଦୁହିଙ୍କୁ କେବେ କେମିତି ଭଲ ପାଇଗଲେ ତାହା ସେ ନିଜେ ବି ଜାଣି ନଥାନ୍ତି, ପ୍ରେମ ଏକ ଏମିତି ଶବ୍ଦ ଯାହା କାହାକୁ କେବେ କାହା ଠାରୁ ହବ ତାହା କେହି ଜାଣି ନାହାନ୍ତି । ଦୁନିଆରେ ପ୍ରେମ ବିନା କେହି ବଞ୍ଚି ପାରିବେ ନାହିଁ, ତେବେ ବହୁତ ବଡ ଲେଖକ କହିଥିଲେ ପ୍ରେମ ଧନୀ ଗରିବ ସୁନ୍ଦର ବିକଳାଙ୍ଗ ଏହି ଭଳି କଥା ଜିନିଷ ଦେଖିନଥାଏ ।

Image Courtesy: Google

ଆଜି ଆମେ ଆପଣଙ୍କୁ ଓଡିଶା ମାଲ୍କାଙ୍ଗୀରି ଗୋଟେ କାହାଣୀ କହିବାକୁ ଯାଉଛୁ ଯାହା ଘଟି ଅଛି । ପ୍ରେମ କାହାକୁ କାହା ସହ ବି ହୋଇପାରେ ଏହାର ଉଦାହରଣ ଏଠାରେ ଦୁଇ ଝିଅ ଦେଇଛନ୍ତି, ଏଠାରେ ଦୁଇ ଝିଅ ଉହେନ ଦୁହିଙ୍କୁ ଭଲ ପାଉଥିଲେ ଓ ଦୁହେଁ ବିବାହ କରିଛନ୍ତି ତେବେ ଜଣେ ନିଜ ଳିଙ୍ଗ ପରିବର୍ତନ କରିଛନ୍ତି ଓ ବିବାହ କରିଛନ୍ତି ।

Image Courtesy: Google

ଦୁହିଙ୍କ ପ୍ରେମ ଗତ ଦୁଇ ତିନି ବର୍ଷ ଧରି ଚାଲି ଥିଲା କିନ୍ତୁ ସାମାଜିକ ଏବଂ ଶାରୀରିକ ସମସ୍ଯା ତାଙ୍କ ପ୍ରେମ ରେ ବାଧକ ହୋଇଥିଲା, ବିଟେକ କରୁଥିବା ଝିଅ ଓ ତାଙ୍କ ପ୍ରେମିକା ଦୁହେଁ ବୈଜ୍ଞାନିକ ସାହାଜ୍ଯ ନେଇ ଦିଲ୍ଲୀ ଗୋଟେ ହସ୍ପିଟଲରେ ଳିଙ୍ଗ ପରିବର୍ତନ କରିଥିଲେ, ଯୁବତୀ ଜଣକ ୬ ଲକ୍ଷ ଟଙ୍କା ଖରଚ କରି ନିଜ ପ୍ରେମିକା ଓ ନିଜ ଶାରୀରିକ ଓ ସାମାଜିକ ସମସ୍ଯା ଦୂର କରିବା ପାଇଁ ଳିଙ୍ଗ ପରିବର୍ତନ କରିଥିଲେ । ତେବେ ସବୁ ପ୍ରକାର ସମସ୍ଯା ସାମ୍ନା କରି ମଧ୍ୟ ଦୁହେଁ ଦୁହିଙ୍କୁ ବିବାହ କରିଥିଲେ ଏହା ପରେ ଦୁହେଁ ନିଜ ନିଷ୍ପତ୍ତି ଠାରୁ ବହୁତ ଖୁସି ମଧ୍ୟ ଦେଖା ଯାଉଥିଲେ ।

Image Courtesy: Google

ଏହି ସବୁ ସମସ୍ଯା ରେ ଦୁଇ ଯୁବତୀଙ୍କ ଘର ଲୋକ ବହୁତ ସାହାଜ୍ଯ କରିଥିଲେ ଓ ସମର୍ଥନ ମଧ୍ୟ ଦେଇଥିଲେ । ଯୁବତୀ ଜଣକ ଳିଙ୍ଗ ପରିବର୍ତନ ତିନି ମାସ ପରେ ଡକ୍ଟର ମଧ୍ୟ ଯୁବତୀଙ୍କୁ ପୁରୁଷ ପ୍ରମାଣିତ କରିଥିଲେ ଯାହା ପରେ ତାଙ୍କ ଶାରୀରିକ ଜୀବନ ମଧ୍ୟ ସୁଖମୟ ହୋଇଥିଲା । ତେବେ ପ୍ରେମ କୌଣସି ଳିଙ୍ଗ ଧନୀ ଗରିବ କୌଣସି ଜିନିଷ ଦେଖିନଥାଏ ଆଜି ପର୍ଯ୍ୟନ୍ତ କେହି ଜାଣି ପାରିଲେ ନାହିଁ ଯେ ପ୍ରେମ କଣ ଦେଖି ହୋଇଥାଏ ଏହା ଏମିତି ଏକ ଅନୁଭବ ଯାହା ହୋଇଯାଏ ।

Leave a Reply

Your email address will not be published. Required fields are marked *