ପୁଅ ଓ ସ୍ତ୍ରୀ ସହ କେକ୍ କାଟିବେ Babushan, ଜନ୍ମ ଦିନରୁ ଆରମ୍ଭ କରିବେ ଜୀବନର ନୁଆ ଅଧ୍ୟାୟ, ରାତି ଅଧାରେ ବାହାରକୁ ଆସି କଣ କହିଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଦୀର୍ଘ ଦିନରୁ ଲାଗି ରହିଥିବା ବାବୁସାନ-ପ୍ରାକୃତି-ତୃପ୍ତି କୁ ନେଇ ବିବାଦ ପରେ ଏବେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି ତାଙ୍କର ଜନ୍ମ ଦିନ ପୁରା ପରିବାର ସହ ସେଲିବ୍ରେଟ କରିବାର ନିଜେ କହିଛନ୍ତି । ଆଜ୍ଞା ହଁ ଦର୍ଶକ ବନ୍ଧୁ ଆଜି ହେଉଛି ଓଲିଉଡ ଚକଲେଟ ହିରୋ ବାବୁସାନ ମହାନ୍ତିଙ୍କର ଜନ୍ମଦିନ ଉଶ୍ଚବ । ତେବେ ନିଜ ଜନ୍ମ ଦିନରେ ନିଜ ସ୍ତ୍ରୀ ଓ ପୁଅ ସହ ସେଲିବ୍ରେଟ କରିବେ ବୋଲି ସୋସିଆଲ ମିଡିଆରେ ଅଡିଓ ପୋଷ୍ଟ କରି କହିଛନ୍ତି । ତେବେ ଗତ ୨୩ ତାରିଖ ଦିନ ବାବୁସାନ-ପ୍ରକୃତି-ତୃପ୍ତି ଙ୍କୁ ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ପ୍ରେମ ସମ୍ପର୍କକୁ ନେଇ ବିବାଦ ଦେଖା ଯାଇଥିଲା ।

ସେହି ଦିନ ସନ୍ଧ୍ୟାରେ ତୃପ୍ତି ଖାରବେଳ ନଗର ଥାନାରେ ଏତାଲା ଦେଇଥିଲେ । ତାଙ୍କର ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିଲା । କେବଳ ପ୍ରକୃତି ନୁହେଁ ବାବୁସାନ କ ବିରୁଦ୍ଧରେ ମଧ୍ୟ ନିର୍ଯାତନା ଅଭିଯୋଗ କରିଥିଲେ ତୃପ୍ତି । ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନଙ୍କ ବିରୁଦ୍ଧରେ ୪୯୮-ଏ ଓ ୫୦୬ ଧାରା ଜାରି ହୋଇଛି । ଏହି ମାମଲାରେ ପୋଲିସ ପ୍ରକୃତି ମିଶ୍ର ଙ୍କୁ ପଚରାଉଚରା କରି ସାରିଛି ।

କିନ୍ତୁ ବାବୁସାନ ଙ୍କୁ ଏ ଯାଏଁ ପୋଲିସ କୌଣସି ଜେରା କରି ନାହି । ତେବେ ନିଜର ଜନ୍ମ ଦିନର ଖୁସି ରେ ବାବୁସାନ ମିଡିଆ ଆଗରେ କହିଛନ୍ତି ମୁଁ ମୋ ଜନ୍ମ ଦିନ ମୋ ବାପା ମା, ସ୍ତ୍ରୀ ଓ ପୁଅ ସହ ପ୍ଳାନ କରିବି । ଯଦି ମୋ ସ୍ତ୍ରୀ ଓ ପୁଅ ନ ଆସିବେ ତେବେ ମୁଁ ନିଜେ ତାଙ୍କ ପାଖକୁ ଯିବୀ ଆଉ ଜନ୍ମ ଦିନ ସେଲିବ୍ରେଟ କରିବି ଏଥିରେ କିଛି ଅସୁବିଧା ନାହି ।

ଆଗକୁ ବାବୁସାନ କହିଛନ୍ତି କେକ କାଟିବା ବଡ କଥା ନୁହେଁ ମୁଁ ମୋ ସ୍ତ୍ରୀ ଓ ପୁଅକୁ ଦେଖିବା ହେଉଛି ସବୁଠାରୁ ବଡ କଥା । ତେବେ ବାବୁସାନ କହିଛନ୍ତି ସବୁ କିଛି ଠିକ ଅଛି ଆପଣ ମାନେ ଚିନ୍ତା କରନ୍ତୁ ନାହି ମୁଁ ଯେତେବେଳେ ଯାହା କହିବା କଥା କହିବି । ଆଗକୁ ବାବୁସାନ ମିଡିଆ ବାଲା ଙ୍କୁ ସାନ୍ତ୍ଵନା ଦେଇ କହିଛନ୍ତି କି ଆପଣ ମାନେ ମୋ ଘର ଆଗରେ ଯେଉଁ ଭଳି ଭାବେ କଷ୍ଟ କରି ଠିଆ ହୋଇଛନ୍ତି ତାହା ମୋତେ କଷ୍ଟ ଦେଉଛି ।

ବାବୁସାନ ଓ ପ୍ରକୃତି ମିଶ୍ରଙ୍କର ଅଡିଓ କଲ ଭାଇରାଲ କୁ ନେଇ ବାବୁସାନ ପ୍ରତିକ୍ରିୟା ଦେଇଛନ୍ତି କି ଆପଣ ମାନେ ଭଲ ଭାବରେ ଶୁଣନ୍ତୁ ଜାଣି ପାରିବେ ସେଥିରେ କେତେ ସତ୍ୟତା ରହିଛି । ତେବେ ଏହି ମାମଲା ରେ ଓଡିଆ ନିର୍ଦ୍ଦେଶକ ଅଶୋକ ପତି କହିଛନ୍ତି କି ବାବୁସାନ ଓ ତୃପ୍ତି ଙ୍କ ମଧ୍ୟରେ ସବୁ କିଛି ଠିକ ହୋଇ ସାରିଛି କିଛି ଆଉ ଅସୁବିଧା ନାହି ।

ଆଉ ଦୁଇ ଦିନ ପରେ ଆପଣ ମାନେ ଗୁଡ ନିୟୁଜ ନିଶ୍ଚିନ୍ତ ଭାବେ ପାଇବେ । ବନ୍ଧୁଗଣ ଆପଣ ମାନଙ୍କର ବାବୁସାନ ମହାନ୍ତି ଦେଇଥିବା ପ୍ରତିକ୍ରିୟା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବ ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *