ସବୁ ପୁଅମାନେ ଚଉଠି ରାତି ପୂର୍ବରୁ ଭାବିଥାନ୍ତି ଏହି ସବୁ କଥା

ପୁଅମାନେ ଚଉଠି ରାତି ପୂର୍ବରୁ ଭାବିଥାନ୍ତି ଏହି ସବୁ କଥା

ଏ କଥା କହିବାକୁ ପଡ଼ିବନି କାରଣ ଚଉଠି ରାତିକୁ ନେଇ ସବୁ ପୁଅମାନେ ଅନେକ ସ୍ବପ୍ନ ଦେଖିଥାନ୍ତି । ବିଶେଷ କରି କେମିତି ଏହି ରାତିକୁ ଅଧିକରୁ ଅଧିକ ରୋମାଣ୍ଟିକ ହୋଇପାରିବ ସେହି ବିଷୟରେ ଚିନ୍ତା କରନ୍ତି । ଏହା ସହିତ ଜୀବନସାଥୀଙ୍କ ବିଷୟରେ ପୁଅ ମାନଙ୍କ ମନରେ ଅନେକ ଭାବନା ଆସିଥାଏ । ଜାଣିବା ସେହି ସବୁ ଭାବନା ଗୁଡିକ କଣ?

କଣ ଉପହାର ଦେବା ଉଚିତ?

ପ୍ରଥମ ରାତିରେ କଣ ଉପହାର ଦେଲେ ଜୀବନସାଥୀଙ୍କୁ ଭଲ ଲାଗିବ ଓ ସେ ପ୍ରଥମ ରାତିରେ ହିଁ ଆପଣଙ୍କ ଉପରେ ଖୁସି ରହିବେ । କାରଣ ଉପହାର ଦେବା ବାହାନାରେ ଆପଣ ତାଙ୍କ ଅତି ନିକଟତର ହୋଇପାରିବେ ।

ମୋ ପୂର୍ବରୁ ଆଉ କାହା ସହିତ ସମ୍ପର୍କ ଥିଲା କି?

ହୁଏତ ଆଜିକାଲି ଏ ଚିନ୍ତାଧାରାରୁ କଛି ଜଣଙ୍କ ମନ ପରିବର୍ତ୍ତନ ହେଲାଣି । କିନ୍ତୁ ଆଜି ବି ଅନେକ ପୁଅ ଚିନ୍ତା କରନ୍ତି । ଜୀବନସାଥୀଙ୍କ ମୋ ପୂର୍ବରୁ ଏହି ଚଉଠି ରାତି ଭଳି ସମ୍ପର୍କ ଆଉ କାହା ସହିତ ଥିଲା କି?

ବିବାହ ପରେ କିଛି ବର୍ଷ ପର୍ଯ୍ୟନ୍ତ ସନ୍ତାନ କଥା ଚିନ୍ତା ନକରିବା ?

ଅନେକ ପୁଅ ନିଜ ବିବାହର କିଛି ବର୍ଷ ପର୍ଯ୍ୟନ୍ତ ସନ୍ତାନ ଚାହାଁନ୍ତି ନାହିଁ । କାରଣ ନିଜ ବୈବାହିକ ଜୀବନକୁ ଜୀବନସାଥିଙ୍କ ସହିତ ଆନନ୍ଦରେ ବିତାଇବାକୁ ଚାହାଁନ୍ତି ।

ଚଉଠି ରାତିରେ ଜୀବନସାଥୀଙ୍କୁ ବୈବାହିକ ଜୀବନର ସୁଖ ଦେଇପାରିବି କି ?

ଏ ବିଷୟ ସବୁଠାରୁ ବିଶେଷ ଅଟେ । କାରଣ ସବୁ ପୁଅଙ୍କ ମନରେ ଏ ପ୍ରଶ୍ନ ଆସେ, ଚଉଠି ରାତିରେ ମୋ ଜୀବନସାଥୀଙ୍କୁ ବୈବାହିକ ଜୀବନର ଆନନ୍ଦ ଦେଇପାରିବି ତ ।

ଚଉଠି ରାତିରେ ଶୋଇବା ଘରକୁ କେମିତି ସଜେଇବା?

ଏହି ରାତି ସାରା ଜୀବନ ମନେ ରହିବ । ତେଣୁ ବିଶେଷ ଭାବେ ସଜେଇବାରେ ଧ୍ୟାନ ଦେବା ନିହାତି ଆବଶ୍ୟକ । ଯେମିତି ଜୀବନସାଥିଙ୍କୁ ବିଶେଷ ଭାବେ ସବୁ କିଛି ଭଲ ଲାଗିବ ।

ପରଫ୍ୟୁମ୍‌ କେମିତି ହେବା ଆବଶ୍ୟକ?

ଚଉଠି ରାତିରେ ବ୍ୟବହାର କରୁଥିବା ପରଫ୍ୟୁମ୍‌ ଉଭୟଙ୍କ ପସନ୍ଦର ହେବା ଆବଶ୍ୟକ । କାରଣ ଚଉଠି ରାତିରେ ପରଫ୍ୟୁମ୍‌ ବିଶେଷ ଭାବେ ପ୍ରଭାବ ପକାଇଥାଏ ।

ବିଶେଷ କଥା: ଜୀବନରେ ଏହି ଚଉଠି ରାତି ଥରେ ଆସେ ସେଥିପାଇଁ ଅନେକ ଏହାକୁ ଭିଡ଼ିଓ କିମ୍ବା କ୍ୟାମେରାରେ ରଖିବାକୁ ଚେଷ୍ଟା କରନ୍ତି । ଏମିତି କରିବା ସମ୍ପୂର୍ଣ ଭୁଲ । କାରଣ ଏହି ରାତିରେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *