ପୂଜା କରିବା ସମୟରେ ଯଦି ପଚା ନଡିଆ ବାହାରେ ତେବେ ଏହାର ଅର୍ଥ କଣ ହୋଇଥାଏ ? Ajira Anuchinta

ମଣିଷ ଜୀବନରେ ସୁଖ ସମୃଦ୍ଧି ପାଇବା ନିମନ୍ତେ କିଛି ଅନୁଚିନ୍ତା ବିଷୟରେ ଜାଣିବା ନିହାତି ଜରୁରୀ ଅଟେ । 1- ପ୍ରତିଦିନ ଆପଣ ମାନେ ନିଜ ଘରେ ଓ ଘର ବାହାରେ ଝାଡୁ କରୁଥିବେ । କିନ୍ତୁ ମନେ ରଖିବେ ଶନିବାର ଓ ରବିବାରରେ ପ୍ରଥମେ ପାଣି ଢାଳି ବାହାର ପଟେ ଝାଡୁ କରିବା ଉଚିତ । ତା ପରେ ଘରେ ଝାଡୁ କରିବା ଉଚିତ । ଏହା ଦ୍ଵାରା ଖରାପ ଲୋକଙ୍କର ଅଶୁଭ ଦ୍ରୁଷ୍ଟି ଯାହା ଥାଏ ତାହା ଦୂର ହୋଇଥାଏ ।

2- ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦାନ କରିବା ଉଚିତ । ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ତାଜା ଜଳ ଦେବା ହୋଇଥିବା ଦରକାର । ପୂର୍ବ ଦିଗକୁ ମୁଖ କରି ଥାବା ପାତ୍ରରେ ଅର୍ଘ୍ୟ ଦେଲେ ଶୁଭ ଫଳ ମିୟଳିଥାଏ । ପାଣି ଦେବା ସମୟରେ ପାଣି ଯେମିତି ଭୂମିରେ ନ ପଡି ଗଛ ମୂଳରେ ପଡିବା ଦ୍ଵାରା ଶୁଭ ଫଳ ମିଳିଥାଏ ।

3- ଗୋଟେ ଝିଅ ପାଇଁ ପୁଅ ଓ ପୁଅ ପାଇଁ ଝିଅ ସୃଷ୍ଟି ହୋଇଥାଏ । ବର୍ଷକ ମଧ୍ୟରେ ଚୈତ୍ର, ଅଶ୍ଵିନ, ଶ୍ରାବଣ, ଭାଦ୍ରବ, କାର୍ତ୍ତିକ, ପୌଷ ମାସରେ ଝିଅ ମାନଙ୍କର ବିବାହ କରିଲେ ଝିଅ ଦୁଃଖରେ ସାରା ଜୀବନ ରହିଥାଏ ।

4- ସ୍ତ୍ରୀ ସ୍ବାମୀଙ୍କର ମଙ୍ଗଳ କାମନା କରି ସିନ୍ଦୁର ପିନ୍ଧିବା ଦ୍ଵାରା ସ୍ଵାମୀ ଛଡା ସେହି ଘରେ ଅନ୍ୟ କେହି ନ ରହିବା ଅନୁଚିତ । ଯେବେ ସିନ୍ଦୁର ପିନ୍ଧିବେ ତେବେ ମୁଣ୍ଡରେ ଓଢଣା ଦେଇ ପିନ୍ଧିବା ଉଚିତ । ଅନ୍ୟ ଘରକୁ କୌଣସି ସ୍ତ୍ରୀ ଆସି ସିନ୍ଦୁର ମାଗନ୍ତି ତେବେ ଦେବା ଅନୁଚିତ ।

5- ପୂଜା କରିବା ସମୟରେ କେବେ ବି ତଳେ ବସିକି ଠାକୁର ପୂଜା କରିବା ଅନୁଚିତ । ଏହା ଦ୍ଵାରା ମଣିଷ ଦୁଃଖ ପାଇଥାଏ । ପଥର ଉପରେ ବସି ପୂଜା କରିଲେ ରୋଗ ବୃଦ୍ଧି, କାଠ ଉପରେ ବସିଲେ ଦୁର୍ଭାଗ୍ୟ ମାଡି ବସିବ । ଏଣୁ କୁଶ ଆସନ ରେ ବସି ପୂଜା କରିବା ଉଚିତ ।

6- ଆପଣ ମାନେ ଜଗନ୍ନାଥ ମନ୍ଦିର ଯାଉଛନ୍ତି 3 ଥର ପରିକ୍ରମା କରନ୍ତୁ । ଶିବ ମନ୍ଦିର ଯାଉଛନ୍ତି ଅର୍ଦ୍ଧ ପରିକ୍ରମା କରନ୍ତୁ । ଦ୍ଵିତୀୟା ଚନ୍ଦ୍ର ଆକାର ସେତିକି ଆକାରର ପରିକ୍ରମା କରିବା ଉଚିତ । ଏହା ଦ୍ଵାରା ଶୁଭ ଫଳ ମିଳିଥାଏ ।

7- ଉଈ ହୁଙ୍କା ରୁ କିଛି ମାଟି ଆଣି ଘରର ଦକ୍ଷିଣ ଦିଗରେ ରଖିକି ଚନ୍ଦନ ଗଛ ଲଗାନ୍ତୁ । ଏହା ଦ୍ଵାରା ଚନ୍ଦନ ଗଛ ଦିନକୁ ଦିନ ଯେତେ ବଢିବ ଶତ୍ରୁ ମାନେ ପରାଜିତ ହେବାରେ ଲାଗିବ ।

8- ମନ୍ଦିରରେ ଭୋଗ କରିବା ପରେ ନଡିଆ ବାଡେଇଥାନ୍ତି । ଅନେକ ସମୟରେ ନଡିଆ ପଚା ପଡିଥାଏ ଆଉ ପୂଜକ କୁହନ୍ତି ଭାଗ୍ୟ ଭଲ ହୋଇଥାଏ । କିନ୍ତୁ ନଡିଆ ପଚା ପଡିଲେ ପୂଜା ସମୟରେ ଭଲ ନୁହେଁ । ଆଉ ଗୋଟେ ନଡିଆ ଆଣି ଭାଙ୍ଗିବା ଅପେକ୍ଷା ଗୋଟା ଗୁଆ ମୁଣ୍ଡରେ ଛୁଇଁ ଭଗବାନଙ୍କୁ ଅର୍ପଣ କରନ୍ତୁ । କାରଣ ଗୁଆ ହେଉଛି ଦ୍ଵିତୀୟ ନାରିକେଳ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *