ବାଛନ୍ତୁ ଗୋଟେ ଆକୃତି ଓ ଜାଣନ୍ତୁ ପୂର୍ବଜନ୍ମ ସହ ଜଡିତ କିଛି ସମସ୍ଯା

ବହୁତ ଥର ଜୀବନରେ ଏମିତି ବି ସମସ୍ୟା ଆସେ ଯେତେବେଳେ ସମସ୍ୟାର ସମାଧାନ ଖୋଜି ଖୋଜି ନିରାଶ ହୋଇପଡନ୍ତି । ବାରମ୍ବାର ପ୍ରୟାସ କଲାପରେ ମଧ୍ୟ ଯେବେ ସମସ୍ୟାର ସମାଧାନ ହୁଏ ନାହିଁ । ତା ହେଲେ  ମନ ନିରାଶ ଓ ହତାସ ହୋଇଯାଏ । ଆପଣ କେବେ ଭାବିଛନ୍ତି ବାରମ୍ବାର ପ୍ରୟାସ କଲାପରେ ବି ସମସ୍ୟା କମ କଣ ପାଇଁ ହୁଏନି, କେଉଁଠି ଏହି କଥା ଆପଣଙ୍କ ପୂର୍ବପୁରୁଷଙ୍କ ସମସ୍ୟାରେ ଯୋଡି ହୋଇନି ତ ।

ଏହି ଫଟୋରେ ଏହି ତିନି ଆକୃତି ଦେଖୁଛନ୍ତି ଯେଉଁ ଆକୃତିରୁ ଗୋଟେ ଆପଣ ବାଛନ୍ତୁ, ଏହା ଦ୍ଵାରା ପୂର୍ବଜନ୍ମ ସହ ଜଡିତ କଥା ବିଷୟରେ ଜଣାପଡିବ । ତା ହେଲେ ଗୋଟେ ଆକୃତି ବାଛନ୍ତୁ ଓ ଜାଣନ୍ତୁ ସେହି ବିଷୟରେ ।

ପ୍ରଥମ ଆକୃତି

ଆପଣଙ୍କ ପୂର୍ବ ଜନ୍ମରେ ଲୋକମାନେ ଆପଣଙ୍କୁ ଏକେଲା ଛାଡିଦେଇଥିଲେ । ସେଥିପାଇଁ ସେହି ଜୀବନରେ ବହୁତ ସମୟ ଆପଣ ଏକେଲା ବିତେଇଥିଲେ । ଏହାର ପରିଣାମ ତାହାର ପ୍ରଭାବ ଏହି ଜୀବନରେ ଦେଖିବାକୁ ପଡେ । ଆପଣ ଏମିତି ବ୍ୟକ୍ତି ଅଟନ୍ତି ଯିଏ ନିଜର ନୂଆ ସମ୍ପର୍କକୁ ବଞ୍ଚେଇବାପାଇଁ କିଛି ବି କରିପାରନ୍ତି ।

କେବେ କେବେ ଆପଣଙ୍କ ସାଙ୍ଗରେ ଯୋଡି ହୋଇଥିବା ବ୍ୟକ୍ତି ଭିତରେ ଭଲ କଥା ଆପଣଙ୍କୁ ଦେଖାଯାଏ ଓ ତାହାର ଏହି କାରଣ ଯୋଗୁଁ ଆପଣ ସମ୍ପର୍କ ଭାଙ୍ଗିବାକୁ ଚାହାନ୍ତିନି ଏମିତିକି ସେହି ସମ୍ପର୍କରୁ କେତେ ବି ଦୁଖ କାହିଁକି ମିଳୁ । ପୂର୍ବ ଜନ୍ମର ଆପଣଙ୍କୁ ସମ୍ପର୍କ ହରେଇବାର ଡର କାହିଁକି ନଲାଗୁ । ବହୁତ ଥର ଏହି କାରଣରୁ ମଧ୍ୟ ସମ୍ପର୍କ ଭାଙ୍ଗିଯାଏ । ଏଥିରୁ ବାହାରିବ ପାଇଁ ଗୋଟେ ରାସ୍ତା ଅଛି ଯେତେବେଳେ ଏମିତି ସମସ୍ୟା ହୁଏ ସେହି ସମସ୍ୟାର ସାହସ କରି ସାମ୍ନା କରନ୍ତୁ ଏହି କଥାକୁ ଭଲ ଭାବରେ ବୁଝନ୍ତୁ ଆପଣଙ୍କର ସବୁ ନିସ୍ପତି ଆପଣଙ୍କ ମନ ଓ ମସ୍ତିସ୍କ ଉପରେ ପ୍ରଭାବ ପଡିଥାଏ । ସେଥିପାଇଁ ସମ୍ପର୍କର ବନ୍ଧନରୁ ଭହରିବାକୁ ଚେଷ୍ଟା କରନ୍ତୁ ।

ଦ୍ଵିତୀୟ ଆକୃତି

ପୂର୍ବ ଜନ୍ମରେ ଆପଣ ବହୁତ ନିସ୍ପତି ନିଅନ୍ତି ଯାହାର ପରିଣାମ ବହୁତ ଖରାପ ହୋଇଥାଏ । ଏହି ସବୁ ନିସ୍ପତି କାରଣରୁ ଆପଣ ଶାରୀରିକ, ମାନସିକ, ଆର୍ଥିକ ଅସୁବିଧାରେ ପଡ଼ିପାରନ୍ତି । ଏହି ସବୁ ପରିସ୍ଥିତିରୁ ବାହାରିବା ପାଇଁ ଆପଣ ନିଜକୁ ବୁଝନ୍ତୁ ଓ ସେଥିପାଇଁ ସମୟ ବାହାର କରିବାକୁ ପଡିବ ।

ବଡ ନିସ୍ପତି ନେବାପାଇଁ କିଛି ସମୟ ନିଅନ୍ତୁ ଓ ନିଜ ଉପରେ ଭରସା କରନ୍ତୁ । ସବୁବେଳେ ବହୁତ ଲୋକଙ୍କ କଥାରେ କାମ କରିବା ଆବଶ୍ୟକ ନୁହେଁ ନିଜ ଉପରେ ବି ଭରସା କରନ୍ତୁ । ଲୋକଙ୍କ କଥାରେ କାମ କରିବେ ତ ସମସ୍ୟାର ସମାଧାନ ହେବା ଅପେକ୍ଷା ଅସାମଞ୍ଜସ୍ୟ ସ୍ଥିତି ରହିବ ।

ତୃତୀୟ ଆକୃତି

ଆପଣ ପୂର୍ବ ଜନ୍ମରେ ବହୁତ ଲୋକଙ୍କଠୁ ଧୋକା ଖାଇଛନ୍ତି । ସେହି ଓକ ଯାହା ଉପରେ ସବୁଠୁ ଅଧିକ ଭରସା କରିଥିଲେ । ଏହିୟ କାରଣରୁ ଆପଣ କାହା ଉପରେ ଶୀଘ୍ର ବିଶ୍ଵାସ କରିପାରନ୍ତି ନାହିଁ ଓ ଏହି କଥାକୁ ଡରନ୍ତି ଓ ଏମିଟି ଅବସ୍ଥାରେ ଆପଣ ନିଜ ମନର ଶବ୍ଦ ଶୁଣନ୍ତୁ ଓ ତାହା ଉପରେ ଭରସା କରିବା ଶିଖନ୍ତୁ ।

ଆପଣଙ୍କୁ ଏମିତି ସଙ୍କେତ ମିଳିବ ଆପଣ ନିଜେ ସେହି ପୃଷ୍ଠିତୁ ବାହାରିପାରିବେ । ଲୋକଙ୍କ ଉପରେ ଭରସା କରିବା ପୂର୍ବରୁ ଦୁଇ ତିନି ମାସ ସମୟ ନିଅନ୍ତୁ ଓ ସେମାନଙ୍କୁ ଜାଣନ୍ତୁ । ଏମିତି କଲେ ଆପଣଙ୍କ ଭିତରେ ଯେଉଁ ଅବିଶ୍ଵାସର ଭାବନା ଅଛି ଧୀରେ ଧୀରେ କମିଯିବ ଯେଉଁଥିରେ ଆପଣ ଲୋକଙ୍କୁ ଚିହ୍ନିବେ ଓ ନିଜ ଉପରେ ଭରସା କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *