କିଏ ଅଟେ ଶ୍ରେଷ୍ଠ ଅଲରାଉଣ୍ଡର- ବେନ ଷ୍ଟୋକ ନା ହାର୍ଦିକ ପାଣ୍ଡ୍ୟା ? ବ୍ରାଡ ହଗ ଦେଲେ ଏହି ମତ

ଗୋଟେ ଉତ୍ତମ କ୍ରିକେଟ ଦଳରେ ଅଲରାଉଣ୍ଡରର ଭୂମିକା ଅତି ଗୁରୁତ୍ବପୂର୍ଣ । ନିକଟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦୁଇଟି ଦଳ କିଛି ଅଲରାଉଣ୍ଡରଙ୍କୁ ନିଜ ଦଳରେ ସ୍ଥାନ ଦେଇଛନ୍ତି, ଯେଉଁମାନେ ସମଗ୍ର ଦୁନିଆରେ ନିଜର ଅବିଶ୍ଵସନୀୟ ପ୍ରତିଭାର ପ୍ରଦର୍ଶନ କରିଛନ୍ତି । ପୂର୍ବରୁ ଭାରତ କ୍ରିକେଟ ଦଳ ପାଖରେ ମଧ୍ୟ ଏମିତି କିଛି ଉତ୍ତମ ଅଲରାଉଣ୍ଡର ନଥିଲେ । ପ୍ରକୃତରେ କପିଳ ଦେବଙ୍କ ପରେ ଗୋଟେ ମଧ୍ୟ ଅବିଶ୍ଵସନୀୟ ଅଲରାଉଣ୍ଡର ନିଜ ଦଳରେ ଭାରତ ସ୍ଥାନ ଦେଇନଥିଲା ।

କିନ୍ତୁ ବିଗତ ୧୦ ବର୍ଷ ମଧ୍ୟରେ ଏହି ପ୍ରକ୍ରିୟାରେ କିଛି ପରିବର୍ତନ ଦେଖା ଦେଇଛି । ଏବ ଭାରତୀୟ ଦଳ ପକ୍ଷରେ ପ୍ରସିଦ୍ଧ ରବୀନ୍ଦ୍ର ଜାଡ଼େଜା, ହାର୍ଦିକ ପାଣ୍ଡ୍ୟା, ଆର ଅଶ୍ଵିନୀ ଓ ସିଭମ ଦୁବେଙ୍କ ପରି ଖେଳାଳି ଉପସ୍ଥିତ ଅଛନ୍ତି ।

କିଛି ବର୍ଷ ମଧ୍ୟରେ ଭାରତକୁ ଅନେକ ଅଲରାଉଣ୍ଡର ମିଲିଛନ୍ତି । ଜାଡ଼େଜା- ଅଶ୍ଵିନୀ ବରିଷ୍ଠ ହେଲେ ଏଠାରେ ପାଣ୍ଡ୍ୟାଙ୍କ ମଧ୍ୟରେ ଅନେକ ସମୟ ବାକି ରହିଛି । କ୍ରିକେଟରେ ଦ୍ରୁତ ବଲର ଓ ଅଲରାଉଣ୍ଡରର ଭୂମିକା ଗୁରୁତ୍ବପୂର୍ଣ ରହିଥିବା ବେଳେ ପାଣ୍ଡ୍ୟା ଏବେ ଶ୍ରେଷ୍ଠ ସ୍ଥାନରେ ଅଛନ୍ତି । ଯଦି ସିମ ବଳରଙ୍କ ତୁଳନା କରାଯାଏ ତେବେ ପାଣ୍ଡ୍ୟା ନିଶ୍ଚିନ୍ତ ଭାବରେ ଦୁନିଆର ଶ୍ରେଷ୍ଠ ବଲର ମାନଙ୍କ ମଧ୍ୟରୁ ଜେନ ବୋଲି ଗଣାଯିବେ ।

କିନ୍ତୁ ପ୍ରକୃତରେ ବେନ ଷ୍ଟୋକ ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ପ୍ରତିଯୋଗୀତା ଅଟେ –

ଅନ୍ୟ ପକ୍ଷରେ ଇଂଲଣ୍ଡ କ୍ରିକେଟ ଦଳର ବେନ ଷ୍ଟୋକଙ୍କ ପକ୍ଷରେ ମଧ୍ୟ ପାଣ୍ଡ୍ୟାଙ୍କ ପରି ପ୍ରତିଭା ରହିଛି । ସେ ଜେନ ଡାହାଣ ହାତୀ ବଲର ହେବା ସହ ଅନ୍ତଃ କ୍ରମରେ ମାରଣାତ୍ମକ ବଲିଙ୍ଗ କରନ୍ତି । ଯଦି ଏବେ କୌଣସି ଖେଳାଳି ଙ୍କ ସହ ଷ୍ଟୋକଙ୍କ ପ୍ରତିଯୋଗିତାର ପ୍ରଶ୍ନ ଉଠୁଛି ତେବେ ପ୍ରଥମେ ପାଣ୍ଡ୍ୟାଙ୍କ ନାମ ପ୍ରଥମେ ଆସିବା । ତେବେ ଏମାନଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବୋଲି ନିକଟରେ ଅଷ୍ଟ୍ରେଲିଆର ପୂର୍ବତନ ବଲର ବ୍ରାଡ ହଗ ମନ୍ତବ୍ୟ ଦେଇଛନ୍ତି ।

ବ୍ରାଡ ହଗଙ୍କ ମତରେ କିଏ ଶ୍ରେଷ୍ଠ ? :-

ପ୍ରକୃତରେ ବ୍ରାଡ ହଗ ଟ୍ବିଟରରେ ନିଜର ଫ୍ୟାନ୍ସ ମାନଙ୍କ ସହ ବାରତାଲାପ କରୁଥିବା ସମୟରେ ଅନେକ ପ୍ରଶ୍ନର ସମୁଖୀନ ହୋଇଥିଲେ ଶେଠୀ ମଧ୍ୟରୁ ଗୋଟେ ପ୍ରଶ୍ନ ହେଲା ବେନ ଷ୍ଟୋକ ଓ ପାଣ୍ଡ୍ୟାଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ଅଲରାଉଣ୍ଡର? ଏହି ପ୍ରଶ୍ନର ଉତ୍ତର ଦେଇ ହଗ କହିଛନ୍ତି ଯେ ଏହି କ୍ଷେତ୍ରରେ ସେ ଇଂଲଣ୍ଡର ଖେଳାଳି ଙ୍କ ସପକ୍ଷରେ ଯିବେ । ହାର୍ଦିକଙ୍କ ପକ୍ଷରେ ଅନେକ କ୍ଷମତା ରହିଛି, କିନ୍ତୁ ମୋର ବିଶ୍ଵ ଏକଦିବସୀୟ ଦଳରେ ଷ୍ଟୋକଙ୍କ ତୁଳନାରେ ପାଣ୍ଡ୍ୟାଙ୍କ ପାଖରେ ଅତ୍ୟଧିକ ଅନୁଭୂତି ନାହିଁ ।

ଦୁଇ ଖେଳାଳିଙ୍କ ମଧ୍ୟରେ ଭବିଷ୍ୟତରେ ହେବାକୁ ଥିବା ପ୍ରତିଯୋଗୀତା ରୋଚକ ହେବ :-

ସବୁଠାରୁ ବଡ କଥା ହେଉଛି ଯେ କିଛି ସମୟ ଧରି ପାଣ୍ଡ୍ୟା ନିଜର ଶାରୀରିକ ସମସ୍ଯା ଯୋଗୁଁ କ୍ରିକେଟରୁ ଦୂରରେ ଅଛନ୍ତି, କିନ୍ତୁ ଅନ୍ୟ ପକ୍ଷରେ ଷ୍ଟୋକ ନିୟମିତ ଭାବେ ଇଂଲଣ୍ଡ କ୍ରିକେଟ ଦଳରେ ଉପସ୍ଥିତ ରହି ନିଜର ପ୍ରଦର୍ଶନ ଦେଖାଇ ଆସୁଛନ୍ତି । ହଗ ଏହା ବ୍ଯତୀତ ଅନେକ ରୋଚକ ବୟାନ ଦେଇଛନ୍ତି । ସେ ଦ୍ରୁତ ବଲର ରବାଡା ଓ ବୁମରାଙ୍କ ମଧ୍ୟରୁ ଭାରତୀୟ ଦ୍ରୁତ ବଲର ବୁମରାଙ୍କୁ ଚୟନ କରିଛନ୍ତି । ସେ ଟିମ ଲାଥମଙ୍କୁ ନିଜର ପ୍ରିୟ ଟେଷ୍ଟ ଓପନର ବୋଲି ମନ୍ତବ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *