ମନ୍ଦିର ଗୁଡିକ ରେ ଏହି କାରଣ ପାଇଁ ଭୋଗ ଲଗାନ୍ତି ନଡିଆ ଓ ଲେମ୍ବୁ- ଆପଣ ଜାଣି ନଥିବେ

ଆଦିକାଳ ଠାରୁ ଦୁନିଆ ରେ ପ୍ରାୟତଃ ସବୁ ଧର୍ମ ରେ ବଳି ପ୍ରଥା ଚାଲି ଆସିଛି, ଏହା ଆମେ ସମସ୍ତେ ଜାଣିଛୁ ଯେ ଭଗବାନ ଭାବନାରେ ଲୋଭ କରନ୍ତି ଅନ୍ୟ କୌଣସି ଜିନିଷରେ ନୁହଁ, ତାଙ୍କୁ ନିସ୍ଵାର୍ଥ ପ୍ରେମ ଦରକାର କୌଣସି ବଳି ନୁହଁ । ଆଜି ପର୍ଯ୍ୟନ୍ତ କୌଣସି ଲୋକ କୌଣସି ଠାକୁରଙ୍କୁ କୌଣସି ଜିନିଷ ଉପଭୋଗ କରିବାର ଦେଖି ନାହାନ୍ତି । ଭାରତରେ ବହୁତ ଏମିତି ଜାଗା ଅଛି ଯେଉଁଠି ଜୀବ ଜନ୍ତୁ ବଳି ଦିଆ ଯାଇଥାଏ ।

ସମସ୍ତେ ଜାଣିଛନ୍ତି ଯେ ବଳି ଦିଆ ଯାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ବଳି କଣ ପାଇଁ ଦିଆ ଯାଏ ? ଏମିତି କିଛି ନାହିଁ ଯେ ବଳି ଦ୍ଵାରା ଠାକୁର ପ୍ରସନ୍ନ ହୁଅନ୍ତି ନାହିଁ ।

ଏହାର ମୂଳ କାରଣ ତନ୍ତ୍ର ରେ ଲୁଚି ରହିଛି, ଏହି ପ୍ରଥା ବୁଝିବା ପାଇଁ ଆଗ ଆମକୁ ତନ୍ତ୍ରଶାସ୍ତ୍ର ବିଷୟରେ ଜାଣିବାକୁ ହବ କାହିଁକିନା ବଳି ଆରମ୍ଭ ତନ୍ତ୍ର ରେ ହୋଇଥିଲା । ସବୁ ଦେବୀ ଦେବତା ଅଲଗା ଅଲଗା ଧ୍ୱନି ବିକଶିତ କରା ଯାଇଥିଲା, ଏହା ସହ କିଛି ବିଶେଷ ବିଧି ବିଧାନ ଯୋଡା ଯାଇଥିଲା । ଏହାକୁ ପରିପୁର୍ଣ୍ଣ କରିବା ପାଇଁ କିଛି ପ୍ରୟୋଗ କରା ଗଲା, ତନ୍ତ୍ର ଅନୁଯାଇ ଗୋଟେ ଊର୍ଜା କୁ ଅନ୍ୟ ଊର୍ଜା ରେ ପରିବର୍ତନ କରା ଯାଇ ପାରିବ ଓ ଏହା ଦ୍ଵାରା ମନ ଅନୁଯାଇ କାମ ମଧ୍ୟ କରେଇ ପାରିବେ ।

ଊର୍ଜା ଆପଣଙ୍କୁ କାହା ଦ୍ଵାରା ବି ପ୍ରାପ୍ତ ହୋଇପାରେ, ତେବେ ଏହା ଗୋଟେ ଲେମ୍ବୁ ହେଉ ବା ଜୀବିତ ଜନ୍ତୁ । ଏହାର ବଳି ଦେଇ ଏହାର ଜୀବନ ଊର୍ଜା ମୁକ୍ତ କରି ଦିଆ ଯାଏ ଓ ଏହା ପରେ ସେହି ଊର୍ଜା ନିୟନ୍ତ୍ରଣ କରି ଏହା ଦ୍ଵାରା ମନ ଇଛା କାମ କରେଇ ପାରନ୍ତି । ମା କାଳୀ ତଥା ଭୈରବଙ୍କ ମନ୍ଦିର ରେ ବଳି ଏହାର ବଡ ଉଦାହରଣ ଅଟେ, ଏଠାରେ ଜୀବ ଊର୍ଜା ମୁକ୍ତ କରି ଊର୍ଜା ନିୟନ୍ତ୍ରିତ କରା ଯାଇଥାଏ ଓ ଏହି ଊର୍ଜା ଦ୍ଵାରା ତାନ୍ତ୍ରିକ ଶକ୍ତି ପ୍ରାପ୍ତ କରା ଯାଇଥାଏ ।

କିନ୍ତୁ ଏହାର ସବୁଠାରୁ ବଡ ବାଧା ଏହା ଯେ ଯେଉଁ ପର୍ଯ୍ୟନ୍ତ ଆପଣ ବଳି ଦଉଥିବେ ଆପଣଙ୍କ ଊର୍ଜା ବଢୁଥିବ କିନ୍ତୁ ଯେବେ ଠାରୁ ଆପଣ ବଳି ଦବା ବନ୍ଦ କରିବେ ଆପଣଙ୍କୁ ଊର୍ଜା ପ୍ରାପ୍ତ ହବ ନାହିଁ ଓ ଆପଣ ଦୁର୍ବଳ ହବା ଆରମ୍ଭ ହୋଇଯିବେ ଆପଣଙ୍କ ସମ୍ପୂର୍ଣ ଶକ୍ତି ସମାପ୍ତ ହୋଇଯିବ ।

Leave a Reply

Your email address will not be published. Required fields are marked *