ପୂର୍ବ ପ୍ରେମୀ ର ପ୍ରେମ ପତ୍ର ଜଳାଇବା ବେଳେ ହେଲା କିଛି ଏମିତି କି – ହୋଇଗଲା ଲକ୍ଷ ଲକ୍ଷ ଟଙ୍କାର କ୍ଷତି

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜିକା ସମୟ ରେ ବହୁତ କମ ଲୋକ ଅଛନ୍ତି ଯିଏ ପ୍ରେମପତ୍ର ଲେଖୁଛନ୍ତି । ହେଲେ ଦୁନିଆ ରେ ଏମିତିବି କେତେ ଲୋକ ଅଛନ୍ତି, ଯିଏ ନିଜ ପ୍ରେମୀ ବା ପ୍ରେମିକ କୁ ପ୍ରେମପତ୍ର ଲେଖନ୍ତି । ପ୍ରେମପତ୍ର ଏକ ବହୁତ ଭଲ ସ୍ମୃତି ଯାହା ଆମ ପାଖ ରେ ସବୁବେଳେ ଥାଏ । ଏହି ସ୍ମୃତି କୁ ଯେତେବେଳେ ଚାହିଁଲେ ଆମେ ଦେଖିକି ଖୁସି ବା ଦୁଃଖୀ ହୋଇପାରିବା ।

ଚିଠି ବା ପ୍ରେମପତ୍ର ଆଜି କା ଦୁନିଆ ରେ ଲୁପ୍ତ ହେବାକୁ ଲାଗିଲାଣି, ଲୋକ ଫୋନର ଏତେ ଉପଯୋଗ କଲେଣି ଯେ ଆମ ପୁରୁଣା ସଂସ୍କୃତି କୁ ଭୁଲିବାକୁ ଲାଗିଲେଣି ।

ତେବେ ପ୍ରେମପତ୍ର ର ଏକ ଅଦ୍ଭୁତ ଘଟଣା ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି । ଆମେରିକା ର ନେବ୍ରାସ୍କା ରେ ରହୁଥିବା ଏକ ୧୯ ବର୍ଷର ଝିଅ ନିଜ ଆପାର୍ଟମେନ୍ଟ ରେ ବସି ନିଜ ପୂର୍ବ ପ୍ରେମୀ ର ପ୍ରେମପତ୍ର ଜଳାଉଥିଲେ, ହେଲେ ଭୁଲ ରେ ତାଙ୍କ ଦ୍ଵାରା ଏମିତି କିଛି ହେଲା ଯାହା ପାଇଁ ତାଙ୍କର ଅନେକ କ୍ଷତି ହୋଇଯାଇଥ୍ଜିଲା ।

ମିଡିଆ ରିପୋର୍ଟ ଅନୁଯାଇ, ଆରିଉନା ଚାନେଲ ଲିଲାର୍ଡ ନାମକ ଗୋଟେ ଝିଅ ଲାଇଟର ସାହାଯ୍ୟ ରେ ନିଜ ପୂର୍ବ ପ୍ରେମୀ ର ପ୍ରେମପତ୍ର ଜଳାଉଥିଲେ, ହେଲେ ସେଥିରେ ନିଆଁ ଲାଗୁନଥିଲା । ଏହା ପରେ ସେ ସେହି କାଗଜଗୁଡ଼ିକୁ ସେଠାରେ ସେହିଭଳି ପକାଇଦେଇ ଶୋଇବାକୁ ପଳେଇଲେ । କିଛି ସମୟ ପରେ ଯେତେବେଳେ ସେ ଝିଅ ଉଠିଲେ ତାଙ୍କ ନିଜ ରୁମ ର କାର୍ପେଟ ଉପରେ ନିଆଁ ଜଳୁଥିଲା, ଯାହା ପରେ ସେ ତୁରନ୍ତ ଫାୟର ବ୍ରିଗେଡ କୁ ଫୋନ କଲେ ଏବଂ ଘରେ ନିଆଁ ଲାଗିବା ର ସୂଚନା ଦେଲେ ।

ଫାୟାର ବ୍ରିଗେଡ କର୍ମଚାରୀମାନଙ୍କ ଦ୍ଵାରା ନିଆଁ ଶାନ୍ତ କରାଗଲା । ଅଧିକାରୀ ମାନଙ୍କ ଅନୁଯାଇ, ଏହି ଘଟଣା ରେ କାହାକୁ ଆଘାତ ହୋଇ ନାହିଁ, ହେଲେ ନିଆଁ ଲାଗିବାରୁ ଆପାର୍ଟମେନ୍ଟ କୁ ୪୦୦୦ ଡଲାର ମାନେ ପାଖାପାଖି ୨ ଲକ୍ଷ ୮୫ହଜାର ଟଙ୍କା ର ହାନି ହୋଇଅଛି । କୁହାଯାଉଛି କି ଅବହେଳା ପାଇଁ ଏତେ ବଡ ଦୁର୍ଘଟଣା ଘଟି ଗଲା ସେଥିପାଇଁ ମହିଳାଙ୍କ ଉପରେ ଏହି ଆରୋପ ପାଇଁ ଚାର୍ଜ କରା ହବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *