ବନ୍ଧୁଗଣ QR code ସ୍କାନ କରି ଟଙ୍କା ଟ୍ରାନ୍ସଫର କରୁଥିଲେ ସାବଧାନ । ଚୁଟକିରେ ଖାଲି ହୋଇଯାଉଛି ଆକାଉଣ୍ଟ । ଏହି କଥା ଶୁଣିଆବ ପରେ ଆପଣ ଚିନ୍ତାରେ ପଡିବେ ନିଶ୍ଚୟ ଆଉ ଭାବୁଥିବେ QR code କୁ ସ୍କାନ କରି ଟଙ୍କା ଟ୍ରାନ୍ସଫର କରିଲେ କେମିତି ଆକାଉଣ୍ଟ ଖାଲି ହେବ ? କାରଣ ଦୋକାନ ବା ବଡ ମଲ ରେ ଲାଗିଥିବା QR code ସେହି ଦୋକାନୀଙ୍କ ସହ ଯୋଡି ହୋଇ ରହିଥାଏ । ତେବେ ଆସନ୍ତୁ ଜାଣିବା କେମିତି ଲୋକେ ଠକାମିର ଶିକାର ହେଉଛନ୍ତି ।
ଲୋକଙ୍କୁ ଠକିବା ପାଇଁ ଠକମାନେ ପ୍ରତିଦିନ ନୂଆ ନୂଆ ଉପାୟ ବାହାର କରୁଛନ୍ତି । କେତେବେଳେ ମୋବାଇଲକୁ ବିଭିନ୍ନ ପ୍ରକାରର ଲିଙ୍କ ପଠାଇ ତ ଆଉ କେବେ ଲୋଭନୀୟ ଅଫର ପଠାଇ ଆକାଉଣ୍ଟକୁ ଖାଲି କରିଦେଉଛି । ଠିକ ସେହିଭଳି ଲୋକଙ୍କୁ ଠକିବା ପାଇଁ ନୂଆ ଉପାୟ ବାହାର କରିଛନ୍ତି ଠକ ମାନେ । QR କୋଡ କୁ ସ୍କାନ କରି ଠାକୁଛନ୍ତି ଠକମାନେ । ଗତ କିଛି ଦିନ ହେବ ଏଭଳି ଘଟଣା ସାମନାକୁ ଆସିଛି ।
ବଡ ଦୋକାନରେ ବ୍ୟବହାର ହେଉଥିବା QR କୋଡ କୁ ସ୍କାନର କୁ ବଦଳାଇ ଲୋକଙ୍କୁ ଟଙ୍କା ଲୁଟ କରୁଛନ୍ତି ଠକ ମାନେ । ଅତି ଚତୁରତାର ସହ ଦୋକାନରେ ଲାଗିଥିବା QR କୋଡକୁ ବଦଳାଇ ଦେଉଛନ୍ତି । ଯାହା ଫଳରେ ଗ୍ରାହକ ମାନେ ଅସଲି QR କୋଡ ବଦଳରେ ନକଲି କୋଡକୁ ସ୍କାନ କରି ଟଙ୍କା ଟ୍ରାନ୍ସଫର କରି ଦେଉଛନ୍ତି ।
କେବଳ ଏତିକି ନୁହେଁ ଏହାପରେ ଗ୍ରାହକ ଙ୍କ ଆକାଉଣ୍ଟ ହ୍ୟାକ ହେବା ସହ ଆକାଉଣ୍ଟ ଖାଲି ହୋଇଯାଉଛି । ଏଭଳି ଅନେକ ଠକାମି ଘଟିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସାଧାରଣତ ଯେଉଁ ଦୋକାନରେ QR କୋଡ ଦୋକାନ ବାହାରେ ଲଗାଯାଇଛି ସେହି ଦୋକାନରେ ଗ୍ରାହକ ଅଧିକ ଠକାମିର ଶିକାର ହେଉଥିବା ଜଣା ପଡିଛି ।
କାରଣ ବାହାରେ ଲାଗିଥିବା QR କୋଡକୁ ଠକ ମାନେ ଅତି ଚାଳକର ସହ ପରିବର୍ତ୍ତନ କରି ଅସଲ ସ୍ଥାନରେ ନକଲି କୋଡ ଲଗାଇ ଦେଉଛନ୍ତି । ଆଉ ଏହାର ଶିକାର ହେଉଛନ୍ତି ସାଧାରଣ ଲୋକେ । ତେବେ କେମିତି ଠକାମିରୁ ବର୍ତ୍ତିବେ ଆସନ୍ତୁ ଜାଣିବା । ଏହି ଠକାମିରୁ ବଞ୍ଚିବା ପାଇଁ ଦୋକାନୀ ଓ ଗ୍ରାହକଙ୍କୁ QR କୋଡକୁ ଭଲ ଭାବେ ଯାଞ୍ଚ କରିବା ଉଚିତ ।
ସଠିକ QR କୋଡ ଯାଞ୍ଚ କରିବା ପରେ ଟଙ୍କା ଟ୍ରାନ୍ସଫର କରିବା ଦରକାର । ଦୋକାନୀ ମାନେ ମଧ୍ୟ ଧ୍ୟାନ ଦେବେ କି QR କୋଡକୁ ଦୋକାନ ବାହାରେ ନ ଲଗାଇ ଭିତରେ ଲଗାନ୍ତୁ । କାରଣ ଏପରି ନ କରିଲେ ଠକ ମାନେ ଅତି ସହଜରେ ଠକି ନେବେ । ଯାହା ଫଳରେ ଗ୍ରାହକ ଓ ଦୋକାନୀ ଠକାମିର ଶିକାର ହେବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।