ମା କାଳିଜାଇଙ୍କ ପାଖକୁ ଗଲାବେଳେ, ଚିଲିକା ମଝିରେ ଆଉ ଘୁଞ୍ଚିଲାନି ଡଙ୍ଗା… ଆଉ ତା ପରେ ଯାହା ହେଲା ଦେଖନ୍ତୁ Video

ଚିଲିକା ମଝିରେ ଗତ କାଲି ଅଚଳ ହୋଇଯାଇଥିଲା ଡଙ୍ଗା । ମା କାଳିଜାଇ ଙ୍କ ନାମ ନେଇ ସମସ୍ତେ ଚିତ୍କାର କରିଲେ । ଆଉ ସମସ୍ତେ କାନ୍ଦିଲେ । ସମସ୍ତଙ୍କ ମୁହଁରେ ଗୋଟେ କଥା ଆମକୁ ବଞ୍ଚାଅ । ଡଙ୍ଗା ଚାଳକଙ୍କ ପାଖରେ ଏ ନେଇ ଖବର ପହଞ୍ଚିଥିଲା । ଆଉ ସେପଟୁ ବଞ୍ଚାଇବା ପାଇଁ ଧାଇଁ ଆସିଥିଲେ ଆଉ ଗୋଟେ ଡଙ୍ଗାଧାରୀ । ତେବେ ଏତେ ଜଳରାଶି ଭିତରେ ଡଙ୍ଗା ହାଇ ଯାଉଛି । ତା ସହ ସେଠାରୁ ଆଉ ଘୁଞ୍ଚୁ ନାହି ।

ଡଙ୍ଗାରେ ବସିଛନ୍ତି ୧୦ ଜଣ ଯାତ୍ରୀ ଆଉ କାହାରି ଦେହରେ ଲାଇଭ ଜ୍ୟାକେଟ ନାହି । ଏଭଳି ଡଙ୍ଗାଟି ଯାଉ ଯାଉ ଚିଲିକା ମଝିରେ ଅଟକି ରହିଗଲା । ଯେତେବେଳେ କୂଳରୁ ଡଙ୍ଗା ଛାଡିଥିଲା ସେତେବେଳେ କେହି ବି ଲାଇଭ ଜ୍ୟାକେଟ ପିନ୍ଧି ନ ଥିଲେ । ଆଉ ଏଭଳି ଭାବେ ଚିଲିକା ମଝିରେ ଅଚଳ ହୋଇଗଲା ଡଙ୍ଗା । ଆଉ ସେପଟେ ସମସ୍ତଙ୍କର ନିଶ୍ଵାସ ଯେମିତି ବନ୍ଦ ହୋଇଗଲା ।

ସମସ୍ତଙ୍କ ମନରେ ଭୟ କଣ ହେବ କଣ ନାହି କେମିତି ଏଠାରୁ ଉଧାର ହେବୁ ? ଆଉ ସେପଟୁ ବାହାରି ଆସିଥିଲା ଆଉ ଏକ ଡଙ୍ଗା । କିନ୍ତୁ ଚିଲିକା ମଝିରେ ଜଳର ଲହଡି ବହୁତ ଜୋରରେ ଆସୁଥାଏ ଆଉ ସହଜରେ ନିୟନ୍ତ୍ରଣ ହୋଇପାରୁ ନ ଥିଲା । ଏ ସବୁ ଦେଖି ଯାତ୍ରୀ ମାନଙ୍କ ମନରେ ଛନକା ପସିଗଲା । କାହାରି ଦେହରେ ବି ଲାଇଭ ଜ୍ୟାକେଟ ନ ଥିଲା । ଯଦି ଡଙ୍ଗା ଟି ଓଲଟି ଯାଏ ତା ହେଲେ କ୍ଷଣକ ରେ ଜୀବନ ଚାଲିଯିବ ।

ହଁ ଦର୍ଶକ ବନ୍ଧୁ କହି ରଖୁଛୁ କି ଡଙ୍ଗାଟି ଧୀରେ ଧୀରେ ଆସୁଥିଲା କିନ୍ତୁ ହଠାତ ଚିଲିକା ମଝିରେ ଏଭଳି ଅଟକିଗଲା । ଆଉ ସମସ୍ତେ ଯେମିତି ପାଗଳ ଭଳି ହୋଇଗଲା । ସମସ୍ତେ ଗୋଟେ ସମୟରେ ପୁରା ଡଋ ଗଲେ । ଡଙ୍ଗାର ମୋଟର ଅଧା ବାଟରେ ଖରାପ ହୋଇଗଲା । ଆଉ ସମସ୍ତେ ଯେମିତି ବିପଦରେ ପଡିଗଲେ । କାରଣ ଚିଲିକା ଏଭଳି ଅନେକ ଯାତ୍ରୀ ଡଙ୍ଗାରେ ବୁଡି ଜୀବନ ହାରିଛନ୍ତି ।

ସେଭଳି ଭାବେ ଏହି ୧୦ ଜଣ ଯାତ୍ରୀ ଡଙ୍ଗାରେ ଥରୁଛନ୍ତି । ସୂଚନା ଅନୁଯାୟୀ ଗତ କାଲୀ ବାଳୁଙ୍ଗାରୁ କିଛି ଯାତ୍ରୀଙ୍କୁ ନେଇ ମୋଟର ଚାଳିତ ଡଙ୍ଗା କାଳିଜାଇକୁ ବାହାରିଥିଲା । ସେଠାରୁ ମା କାଳିଯାଇଙ୍କ ଦର୍ଶନ ସାରି ବାଲୁଙ୍ଗାକୁ ଫେରୁଥିବା ବେଳେ ଚିଲିକା ମଝିରେ ହଠାତ ଡଙ୍ଗାର ମୋଟର ଖରାପ ହୋଇଯାଇଥିଲା । ଡଙ୍ଗାରେ ପାଣି ବି ପସିବାକୁ ଆରମ୍ଭ କରିଲା ଆଉ ସାହାଜ୍ଯ କରିବାକୁ ଆଉ ଗୋଟେ ଡଙ୍ଗା ଆସିଥିଲା ।

ଅନ୍ୟ ଡଙ୍ଗାରୁ ଦଉଡି ଫିଙ୍ଗା ଯାଇଥିଲେ ବି କେହି ମଧ୍ୟ ଧରିପାରୁ ନ ଥିଲେ । ତେଣୁ ୩ଟି ରାଉଣ୍ଡ ଡଙ୍ଗା ବୁଲିଥିଲା । ଶେଷରେ ତୁଳସୀପୁରର ପ୍ରଶାନ୍ତ ପଲ୍ଲୀ ନାମକ ଜଣେ ଯୁବକ ଦଉଡିକୁ ଧରି ଅଚଳ ଡଙ୍ଗାରେ ବାନ୍ଧିଥିଲେ । ଏହା ପରେ ଡଙ୍ଗାକୁ ଟାଣି କୂଳରେ ଲଗାଇଥିଲେ । ଯାହା ପରେ ଯାତ୍ରୀମାନେ ଆଶ୍ଵସ୍ତି ହୋଇଗଲେ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *