ରାବଣ କହିଥିବା ଅମୁଲ୍ୟ ବଚନ ଯାହାକି ଜୀବନରେ ବହୁତ ସାହାଯ୍ୟ କରିବ

ରାବଣ କହିଥିବା ଅମୁଲ୍ୟ ବଚନ ଯାହାକି ଜୀବନରେ ବହୁତ ସାହାଯ୍ୟ କରିବ

ଆପଣ ମାନେ ଜାଣିଛନ୍ତି କି ପୁରାତନ ଯୁଗରେ ଯେଉଁ ସବୁ ବାଣୀ କୁହାଯାଇଛି ଅଥବା ଯେଉଁ ବାଣୀ ଗୁଡିକୁ ଆମେ ପୁରାଣ ଆଦି ଗ୍ରନ୍ଥ ମଧ୍ୟରୁ ଜାଣିଥାଉ ସେଗୁଡିକ ବର୍ତ୍ତମାନ ସମୟରେ ବହୁତ ସୁଉପଯୋଗୀ ବୋଲି ପ୍ରମାଣିତ ହେଉ ଅଛି । ରାବଣ ରାକ୍ଷସ ହେଲେ ମଧ୍ୟ ଥିଲା ବଡ ପଣ୍ଡିତ । ଜାଣିଛନ୍ତି କି ଯେତେବେଳେ ଭାଗବନ ରାମ ସମୁଦ୍ର ମଧ୍ୟରେ ସେତୁ ନିର୍ମାଣ କଲେ ଏହାର ପୂଜା ପାଇଁ ରାବଣ ପୁରୋହିତ ଭାବରେ ଆସିଥିଲା । ଯେତେବେଳେ ରାବଣର ବଦ୍ଧ ହୋଇଥିଲା ସେ ସମୟରେ ଭାଗବନ ରାମ ଲକ୍ଷ୍ମଣଙ୍କୁ କହିଥିଲେ ଯଦି କିଛି ଜ୍ଞାନ ଆହରଣ କରିବାକୁ ଚାଂହ ତେବେ ରାବଣ ଠାରୁ ଶିଖ ।

ଏହା ଶୁଣି ଲକ୍ଷ୍ମଣ ରାବଣ ସମ୍ମୁଖରେ ଯାଇ ପହଞ୍ଚିଥିଲେ । ସେଠାରେ ରାବଣ କହିଥିଲା ଯେ ତମେ ଜ୍ଞାନ ଆହୋରଣ ର ଯୋଗ୍ୟ ନୁହେଁ । ଏହା ଶୁଣି ଲକ୍ଷ୍ମଣ ଆଶ୍ଚର୍ଯ୍ୟ ହୋଇ ରାମଙ୍କ ନିକଟକୁ ଯାଇ ରାବଣ କହିଥିବା କଥା କହିଲେ । ସେତେବେଳେ ରାମ ଉତ୍ତର ଦେଲେ ଯେ ଯଦି କାହା ଠାରୁ ଜ୍ଞାନ ଆହରଣ କରିବାକୁ ଚାଂହ ତେବେ ତାର ପାଦ ନିକଟରେ ଛିଡା ହେବ ଆବଶ୍ୟକ ।

ଏହାପରେ ଲକ୍ଷଣ ରାବଣ ନିକଟକୁ ଯାଇ ପ୍ରଣାମ କଲେ ଏହାପର ରାବଣ କିଛି ଜ୍ଞାନ କଥା କହିଥିଲେ । ସେଗୁଡିକ ହେଲା ଭଲ କାର୍ଯ୍ୟ ଯଥା ଶିଘ୍ର ସମ୍ପୂର୍ଣ୍ଣ କରିବା ଉଚିତ । ଯଦି ବିଳମ୍ବ ହୁଏ ତେବେ ବହୁତ ହଇରାଣ ହେବେ । ଦିତୀୟ କଥା ହେଉଛି ଶତ୍ରୁ କୁ କେବେବି ଦୁର୍ବଳ ଭାବିବା ଉଚିତ ନୁହେଁ । ଏହାଯୋଗୁଁ ବହୁତ ଅସୁବିଧା ହୋଇଥାଏ ।

ଏହାର ଉଦାହରଣ ରେ ସେ କହିଲେ ଯେ ମୁଁ ବାନର ଭାବି ଅଟହାସ୍ୟ କରିଥିଲି ମାତ୍ର ଦେଖ ମୋ ସାମ୍ରାଜ୍ୟ ସେମାନେ ଧ୍ୱଂସ କରିଦେଲେ ।

ତୃତୀୟ କଥା ହେଉଛି ନିଜର ଗୁପ୍ତ କଥା କେବେବି କାହା ଆଗରେ ପ୍ରକାଶ କରନ୍ତୁ ନାହିଁ । ମୋର ଗୁପ୍ତ ରହସ୍ୟ ବିଭୀଷଣ ଜାଣିଥିଲା ବୋଲି ମୁଁ ଆଜି ମୃତ୍ୟୁ ବରଣ କରୁଛି । ଚତ୍ରୁର୍ଥ କଥାଟି ହେଉଛି କେବେ ପର ସ୍ତ୍ରୀ ଉପରେ ନଜର ପକାନ୍ତୁ ନାହିଁ ।

ଯଦି କୌଣସି ସ୍ତ୍ରୀ ନିଜ ସ୍ୱାମୀକୁ ପରମେଶ୍ୱର ବୋଲି ମଣୁଥାଏ ତେବେ ଯଦି ସେହି ସ୍ତ୍ରୀ କୁ ଆପଣ ଖରାପ ଦୃଷ୍ଟିରେ ଦେଖିବେ ତେବେ ଏହା ଜଘନ୍ୟ ପାପ ରେ ଗଣାଯିବ ।

ଲେଖାଟି ଯଦି ଭଲ ଲାଗିଲା ଦୟାକରି ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ । – ଧନ୍ୟବାଦ, ଓଡିଆ ଦୁନିଆ

Leave a Reply

Your email address will not be published. Required fields are marked *