ରଜରେ ଭୁଲରେ ବି କରନ୍ତୁ ଏହି ୫ ଟି କାମ, ନଚେତ ହେବ ସର୍ବନାଶ-Raja Festival 2021

ପୁରା ଓଡିଶାରେ ରଜ ପର୍ବକୁ ବହୁତ ଧୁମଧାମରେ ପାଳନ କରାଯାଏ । ଏହି ବର୍ଷ ରଜ ସଂକ୍ରାନ୍ତି ଜୁନ ୧୪ରେ ପଡୁଛି । ଆମ ଓଡିଶାରେ ରଜ ସଂକ୍ରାନ୍ତିକୁ ଏକ ମହତ୍ଵ ପୂର୍ଣ ପର୍ବ ଓ ବଡ ସଂକ୍ରାନ୍ତି ରୂପରେ ପାଳନ କରା ଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ବୃଷ ରାଶକୁ ତ୍ୟାଗ କରି ଯେଉଁ ଦିନ ମିଥୁନ ରାଶିକୁ ପ୍ରବେଶ କରିଥିଲେ ଓ ଏମିତିରେ ଏହି ୫ ଦିନକୁ ରଜ ପର୍ବ ପାଳନ କରାଯାଏ ।

ମୃଗଶିରା ନକ୍ଷତ୍ରରେ ସୂର୍ଯ୍ୟ ଅବସ୍ଥିତି କାରଣରୁ ଏହି ୫ ଦିନକୁ ରଜ ସଂକ୍ରାନ୍ତି କୁହାଯାଏ । କିନ୍ତୁ ଏମିତି କିଛି କାମ ଅଛି ଯାହାକୁ ଭୁଲରେ ବି ରଜରେ କରିବା ଉଚିତ ନୁହେଁ । ରଜ ସଂକ୍ରାନ୍ତିର ୫ ଦିନ ପର୍ଯ୍ୟନ୍ତ କୌଣସି ବି କୁଆଁରୀ ଝିଅ ଭୁଲରେ ବି ଖାଲି ପାଦରେ ଭୂମିରେ ଚାଳନ୍ତୁ ନାହିଁ । ସେଥିପାଇଁ ତ କୁଆଁରୀ ଝିଅମାନଙ୍କ ପାଇଁ ଦୋଳିର ବ୍ୟବସ୍ଥା କରାଯାଇଥାଏ । ଏହି ସମୟରେ ଆପଣ ସବୁବେଳେ ଚପଲ ପିନ୍ଧି ରୁହନ୍ତୁ ।

କୃଷକମାନେ ଏହି ରଜ ସଂକ୍ରାନ୍ତିର ୫ ଦିନ ପର୍ଯ୍ୟନ୍ତ ଭୂ ମାତାଙ୍କୁ ବିଶ୍ରାମ ଦିଅନ୍ତୁ । ଅର୍ଥାତ ଆପଣ ଚାଷ ଜମିରେ ରଜ ସଂକ୍ରାନ୍ତି ଦିନ ଗୁଡିକରେ ଚାଷ ଜମିରେ ମାଟି ଖୋଲିବା କାର୍ଯ୍ୟ କରନ୍ତୁ ନାହିଁ । କାରଣ ଏହି ୫ ଦିନ ମାତା ଧରିତ୍ରି ରଜସ୍ଵଳ ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ଏହି ୫ ଦିନ ମାତା ଧାରିତ୍ରିଙ୍କୁ ଆରାମ ଦେବା ଉଚିତ ।

ମହିଳାମାନେ ଏହି ୫ ଦିନ ଅର୍ଥାତ ରଜ ସଂକ୍ରାନ୍ତି ଦିନ ଗୁଡିକରେ ଚୁଲି ଜଳାନ୍ତୁ ନାହିଁ । କାରଣ ଏହି ସମୟରେ ମାତା ଧରିତ୍ରିଙ୍କୁ ବିଶ୍ରାମ ଦିଆଯାଏ । ସେଥିପାଇଁ ରଜ ପୂର୍ବ ଦିନ ଅର୍ଥାତ ପହଳି ରଜରେ ପିଠାପଣା ବିଶେଷ କରି ପୋଡ ପିଠା ତିଆରି କରି ରଖନ୍ତୁ । ଯାହାକି ଖରାପ ହୁଏ ନାହିଁ ଓ ଅଧିକ ଦିନ ପର୍ଯ୍ୟନ୍ତ ଏହା ରହିଥାଏ । ଶାସ୍ତ୍ରରେ ବି ରଜ ସଂକ୍ରାନ୍ତି ଦିନ ଚୁଲି ନ ଲଗାଇବା ପାଇଁ କୁହାଯାଇଛି ।

ରଜ ସଂକ୍ରାନ୍ତିରେ ଭୁଲରେ ବି ପିଆଜ ରସୁଣ ଓ ମାଛ ମାଂସ ସେବନ କରନ୍ତୁ ନାହିଁ । କାରଣ ରଜର ସବୁ ଦିନ ବହୁତ ପବିତ୍ର ହୋଇଥାଏ । ଏମିତିରେ ଏହି ସବୁ କାମ କେବେ ବି କରିବା ଉଚିତ ନୁହେଁ । ପଞ୍ଚମ କାମ ହେଉଛି ରଜ ସଂକ୍ରାନ୍ତି ଦିନ ଗୁଡିକରେ ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ । ଏହା ସହିତ ଏହି ଦିନ ଗୁଡିକରେ କାହା ଉପରେ ବି ରାଗ ରୁଷା କରନ୍ତୁ ନାହିଁ । କାହାକୁ ଥଟ୍ଟା କରନ୍ତୁ ନାହିଁ । ସମସ୍ତଙ୍କ ସହ କଥାବାର୍ତ୍ତା ଓ ଭଲ ବ୍ୟବହାର କରନ୍ତୁ ।

ଶେଷ କାମଟି ହେଉଛି ଯଦି ରଜ ସଂକ୍ରାନ୍ତି ଦିନରେ ଘରେ ଯଦି କୌଣସି ଭିକାରି କିମ୍ବା ବୁଦ୍ଧ ବ୍ୟକ୍ତି ଆସୁଛନ୍ତି ତେବେ କେବେ ବି ତାଙ୍କୁ ଖାଲି ହାତରେ ଫେରାନ୍ତୁ ନାହିଁ । ନିଜ ସାମର୍ଥ୍ୟ ଅନୁସାରେ ଆପଣ କିଛି ନା କିଛି ତାଙ୍କୁ ଅବଶ୍ୟ ଦାନ କରନ୍ତୁ । କାରଣ ଏହି ସୁବ ଦିନ ଗୁଡିକରେ କାହାକୁ ବି ଘରୁ ଖାଲି ହାତରେ ଫେରାଇବା ଉଚିତ ନୁହେଁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *