ସୁଶାନ୍ତ ସିଂହ ରାଜପୁତ ଗୋଟିଏ ଏମିତି ନାଁ ଅଟେ ଯାହା ଆଜି ପ୍ରତ୍ୟକଙ୍କ ମୁହଁରେ ଅଛି । କାରଣ ସେ ବଲୀଉଡର ଏମିତି ଜଣେ ଅଭିନେତା ଥିଲେ ଯିଏ ମୃ-ତ୍ୟୁ ପରେ ବି ଆଜି ବି କୋଟି କୋଟି ଫ୍ୟାନମାନଙ୍କ ହୃଦୟରେ ରାଜ କରୁଛନ୍ତି । ସୁଶାନ୍ତ ସିଂହ ରାଜପୁତ ନିଜର ପ୍ରତିଭା ଓ ପରିଶ୍ରମ ବଳରେ ବହୁତ ଅଳ୍ପ ଦିନ ମଧ୍ୟରେ ବଲୀଉଡର ସବୁଠୁ ଚର୍ଚିତ ଷ୍ଟାର ହୋଇଯାଇଥିଲେ ।
କିନ୍ତୁ ସବୁଠୁ ଦୁଃଖର କଥା ଏହା ଅଟେ କି ବଲୀଉଡର ଏହି ଷ୍ଟାର ଅଳ୍ପ ଦିନ ପାଇଁ ହିଁ ବଲୀଉଡରେ ରାଜ କରିଲେ । ସୁଶାନ୍ତ ସିଂହ ରାଜପୁତ ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି କିନ୍ତୁ ଆଜି ବି ତାଙ୍କର କୋଟି କୋଟି ଫ୍ୟାନ ଆଜି ବି ତାଙ୍କୁ ମନେ ରଖିଛନ୍ତି ଓ ତାଙ୍କର ଅଭିନୟକୁ ଆଜି ବି ଲୋକମାନେ ପ୍ରଶଂସା କରୁଛନ୍ତି । ଗତ ବର୍ଷ ଏହି ଦିନରେ ଅର୍ଥାତ ୧୪ ଜୁନ ୨୦୨୦ରେ ସୁଶାନ୍ତଙ୍କ ମୃ-ତ୍ୟୁ ଖବର ସାମ୍ନାକୁ ଆସିଥିଲା । ଏମିତିରେ ଆଜି ତାଙ୍କର ବର୍ଷିକା ଅଟେ । କହିଦେଉଛୁ କି ମୁମ୍ବାଇ ସ୍ଥିତ ଘରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତ ଦେହ ମିଳିଥିଲା ।
କହିବାକୁ ଗଲେ ଗତ ବର୍ଷ ଆସିଥିବା ଏହି ଘଟଣା ଆଜି ପୁଣି ସମସ୍ତଙ୍କୁ ମନେ ପଡି ଯାଉଛି । ଆଜି ବି ତାଙ୍କର ଘର ଲୋକମାନେ ଓ ତାଙ୍କର କିଛି ଫ୍ୟାନମାନେ ବିଶ୍ଵାସ ବି କରି ପାରୁ ନାହାନ୍ତି କି ସୁଶାନ୍ତଙ୍କ ମୃ-ତ୍ୟୁକୁ ବର୍ଷେ ହୋଇ ଯାଇଛି । କିନ୍ତୁ ଏବେ ବି ଲୋକମାନେ ତାଙ୍କୁ ପୂର୍ବ ଭଳି ମନେ ରଖିଛନ୍ତି ଓ ଏହାକୁ ଦେଖି ଲାଗୁଛି କି ସୁଶାନ୍ତ ଆଜି ବି ସମସ୍ତଙ୍କ ହୃଦୟରେ ଜୀବିତ ଅଛନ୍ତି । ସୁଶାନ୍ତଙ୍କ ଅଭିନୀତ ସବୁ ଫିଲ୍ମକୁ ଆଜି ବି ଯେତେବେଳେ ଦର୍ଶକମାନେ ଦେଖନ୍ତି ତେବେ ତାଙ୍କ ଆଖିରୁ ଲୁହ ଚାଲି ଆସେ ।
ସୁଶାନ୍ତ ନିଜର ଭିନ୍ନ ପ୍ରକାରର ଫିଲ୍ମ ଓ ସେଥିରେ ନିଜର ଅଭିନୟ ମାଧ୍ୟମରେ ସେ ସମସ୍ତଙ୍କୁ ନିଜର ଦିବାନା କରି ଦେଇଥିଲେ । କୁହାଯାଏ କି ସୁଶାନ୍ତ ସିଂହ ରାଜପୁତ ନିଜ ଅଭିନୟ ଏତେ ସୁନ୍ଦର ରୂପରେ କରୁଥିଲେ କି ଯେତେ ଥର ତାଙ୍କର କୌଣସି ବି ଫିଲ୍ମ ପାଇଁ ଅଡିସନ ନିଆଯାଉଥିଲା ତେବେ ସେ କେବେ ବି ନିଜର କୌଣସି ଅଡିସନରେ ଫେଲ ହୋଇ ନାହାନ୍ତି । କାଇ ପ ଚେ ଠାରୁ ନେଇ ଦିଲ ବିଚାରା ପର୍ଯ୍ୟନ୍ତ ସବୁ ଫିଲ୍ମରେ ସେ ନିର୍ଦେଶକମାନଙ୍କର ହୃଦୟ ଜିତିଥିଲେ ସୁଶାନ୍ତ ।
କହିଦେଉଛୁ କି ସୁଶାନ୍ତ ସମସ୍ତ ବଲୀଉଡ ବଲୀଉଡ ଅଭିନେତାଙ୍କ ଠାରୁ ଭିନ୍ନ ଅଟନ୍ତି କାରାଣ ସେ ନିଜର ପ୍ରତିଭା ବଳରେ ବଲୀଉଡର ସିଂଗଲ ଷ୍ଟାର ହୋଇଥିଲେ । ପ୍ରଥମେ ଛୋଟ ପରଦାରେ ଓ କିଛି ବର୍ଷ ପରେ ବଡ ପରଦାରେ ଏଣ୍ଟ୍ରି କରିଥିଲେ । ସିରିଏଲ ପବିତ୍ର ରିଶ୍ତା ମାଧ୍ୟମରେ ସେ ଘରେ ଘରେ ପରିଚିତ ହୋଇଥିଲେ ।
ଏହା ପରେ ସେ ବଲୀଉଡର ଫିଲ୍ମରେ ନଜର ଆସିଲେ । ସୁଶାନ୍ତ ସମସ୍ତ ଅଭିନେତାଙ୍କ ଠାରୁ ଭିନ୍ନ ଅଟନ୍ତି କାରଣ ଛୋଟ ପରଦାରରେ କିଛି ବର୍ଷ କାମ କରିବା ପରେ ସେ ବଲୀଉଡରେ ଏଣ୍ଟ୍ରି ନେବା ସଙ୍ଗେ ସଙ୍ଗେ ବଲୀଉଡର ଷ୍ଟାରମାନଙ୍କ ମଧ୍ୟରେ ସାମିଲ ହୋଇଯାଇଥିଲେ ।
ଏହିଭଳି ସଫଳତା ତାହା ବି ପୁଣି ଏତେ କମ ସମୟ ମଧ୍ୟରେ କେବଳ ସୁଶାନ୍ତ ହିଁ କରି ଦେଖାଇଥିଲେ । ଅଳ୍ପ ଦିନରେ ସୁଶାନ୍ତ ସଫଳତାର ଶୀର୍ଷରେ ପହଞ୍ଚି ଯାଇଥିଲେ । କିନ୍ତୁ ବହୁତ କମ ବୟସରେ ନିଜର ପରିବାର, ବନ୍ଧୁ ବାନ୍ଧବ ଓ କୋଟି କୋଟି ଫ୍ୟାନମାନଙ୍କୁ ଏକୁଟିଆ କରି ମୃ-ତ୍ୟୁକୁ ଆପଣାଇ ନେଲେ । ଅନ୍ୟ ପଟେ ସୁଶାନ୍ତଙ୍କ ମୃ-ତ୍ୟୁକୁ ଏକ ବର୍ଷ ପୂରିବା ସ୍ଵତେ ଆଜି ବି ତାଙ୍କର ମୃ-ତ୍ୟୁ ରହସ୍ୟ ଘେର ମଧ୍ୟରେ ରହିଛି । ସୁଶାନ୍ତଙ୍କ ଫ୍ୟାନମାନେ ଏହି ରହସ୍ୟ ବିଷୟରେ ଜାଣିବା ପାଇଁ ଆଜି ପର୍ଯ୍ୟନ୍ତ ଅପେକ୍ଷା କରି ବସିଛନ୍ତି । ଭଗବାନଙ୍କ ନିକଟରେ ଏତିକି ପାର୍ଥନା ତାଙ୍କ ଆ-ତ୍ମାକୁ ଶାନ୍ତି ମିଳୁ ।