ରକ୍ଷା ବନ୍ଧନ କେମିତି ଆରମ୍ଭ ହୋଇଥିଲା ? ରକ୍ଷା ବନ୍ଧନ ର ପର୍ବ କେବେ ଠାରୁ ଆରମ୍ଭ ହୋଇଥିଲା ? ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ରକ୍ଷା ବନ୍ଧନ ର ପର୍ବ ଖୁବ ଧୂମ ଧାମ ରେ ପାଳନ କରା ଯାଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ରକ୍ଷା ବନ୍ଧନ ର ପର୍ବ କେମିତି ଆରମ୍ଭ ହୋଇଥିଲା ଓ କେବେ ଆରମ୍ଭ ହୋଇଥିଲା । କେମିତି ଗୋଟେ ଭାଇ ଭଉଣୀ କୁ ରକ୍ଷା ସୂତ୍ର ପିନ୍ଧିବା ପରେ ତାର ସୁରକ୍ଷାର ଦାୟିତ୍ଵ ନେଇଥାଏ । ଆଜି ଆମେ ଆପଣଙ୍କୁ କହିବି ରକ୍ଷା ବନ୍ଧନ ବିଷୟରେ କିଛି ଖାସ କଥା ।

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହି କଥା ର ଆରମ୍ଭ ରାଜା ବଳୀଙ୍କ ଠାରୁ ହୋଇଥିଲା । ଯାହାଙ୍କର ଜନ୍ମ ରାକ୍ଷସ କୁଳରେ ହୋଇଥିଲା । କିନ୍ତୁ ରାଜା ବଳୀ ଙ୍କର ବ୍ୟବହାର ଅନ୍ୟ ରାକ୍ଷସଙ୍କ ଭଳି ନ ଥିଲା । କାରଣ ରାଜା ବଳୀ ଦେବଙ୍କ ଦେବା ମହାଦେବଙ୍କ ପରମ ଭକ୍ତ ଥିଲେ । ରାଜା ବଳୀ 101 ଯଜ୍ଞ ଅନୁଷ୍ଠାନ ମଧ୍ୟ କରିଥିଲେ ।

ସେହି ସମୟରେ ଦେବତା ମାନେ ଚିନ୍ତାରେ ପଡିଗଲେ ଯଦି ରାଜା ବଳୀ 1010 ଯଜ୍ଞ ଅନୁସ୍ଥାନ ପୂରଣ କରି ନେବେ ତେବେ ସ୍ଵର୍ଗ ଲୋକ ଓ ଯମରାଜ ଉଭୟ ରାଜା ବଳୀଙ୍କ ହାତକୁ ଚାଲିଯିବ । ଯାହା ଦ୍ଵାରା ଦାନବ ଗଣ ପୃଥିବୀ ରେ ଆତଙ୍କ ସୃଷ୍ଟି କରିବେ । ଏହା ପରେ ଦେବତାଙ୍କ ଅନୁରୋଧ କ୍ରମେ ଶ୍ରୀ ହଋ ବିଶୁଣୁ ବାମନ ବ୍ରାହ୍ମଣ ବେଶରେ ରାଜା ବଳୀ ଙ୍କ ଯଜ୍ଞକୁ ଯାଇଥିଲେ ସେହି ସମୟରେ ରାଜା ବଳୀ ତାଙ୍କୁ କିଛି ମାଗିବାକୁ କହିଥିଲେ ।

ଏହା ପରେ ଭଗବାନ ରାଜା ବଳୀଙ୍କୁ 3 ପାଦ ଭୂମି ଲାଗିଥିଲେ । ଏହା ପରୀ ଭଗବାନ ବିଶୁଣୁ ବିରାଟ ଅବତାର ନେଇ ଏକ ପାଦ ସ୍ଵର୍ଗରେ, ଦ୍ଵିତୀୟ ପାଦ ଧରିତ୍ରିରେ ରଖିଥିଲେ । ଶେଷରେ ତୃତୀୟ ପାଦ କେଉଁଠି ରଖିବେ ବୋଲି ଭଗବାନ ରାଜା ବଳୀ କୁ ପଚାରିବାରୁ ନିଜର ବଚନ ରକ୍ଷା କରିବାକୁ ଯାଇ ରାଜା ବଳୀ ନିଜ ମୁଣ୍ଡ ଉପରେ ରଖିବାକୁ କହିଲେ ।

ରାଜା ବଳୀଙ୍କର ଦାନଶୀଳତା ଦେଖିକି ଭଗବାନ ବିଶୁଣୁ ପ୍ରସନ୍ନ ହୋଇଥିଲେ । ଏବଂ ଭଗବାନ ବିଶୁଣୁ ରାଜା ବଳୀ ଙ୍କୁ ବର ମାଗିବାକୁ କହିଥିଲେ । ସେହି ସମୟରେ ରାଜା ବଳୀ ଭଗବାନ ବିଶୁଣୁ ଏମିତି ଏକ ବର ମାଗିଥିଲେ ଯେଉଁ କାରଣରୁ ଭଗବାନ ବିଶୁଣୁ ଙ୍କୁ ବୈକୁଣ୍ଠ ତ୍ୟାଗ କରି ପାତାଳ ଲୋକରେ ରହିବାକୁ ପଡିଲା । କିନ୍ତୁ ମା ଲକ୍ଷ୍ମୀଙ୍କୁ ଭଗବାନ ବିଶୁଣୁ ପାତାଳ ଲୋକ ରେ ରହିବା ଠିକ ନ ଲଗାଇବାରୁ ମା ଲକ୍ଷ୍ମୀ ରାଜା ବଳୀଙ୍କ ପାଖକୁ ଯାଇ ସହାୟତା ପାଇଁ ଅନୁରୋଧ କରିଥିଲେ ।

ମା ଲକ୍ଷ୍ମୀ ରାଜା ବଳୀଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧି ତାଙ୍କୁ ଭାଇ ରୂପରେ ସ୍ଵୀକାର କରିଥିଲେ ଏବଂ ଉପହାର ରେ ମା ଲକ୍ଷ୍ମୀ ଶ୍ରୀ ହଋ ବିଶୁଣୁ ଙ୍କୁ ମାଗିଥିଲେ । ସେତେବେଳେ ରାଜା ବଳୀ କହିଥିଲେ ଯେଉଁ ଝିଅ କୌଣସି ପୁରୁଷ ଙ୍କୁ ରକ୍ଷା ସୂତ୍ର ବାନ୍ଧି ମନରୁ ଭାଇ ଭାବେ ସ୍ଵୀକାର କରିବ ଭାଇ ଭଉଣୀର ରକ୍ଷା କରିବା ପାଇଁ ବନ୍ଧନରେ ବାନ୍ଧି ହେବ । ଏହି ପ୍ରକାରରେ ରକ୍ଷା ବନ୍ଧନର ଉତପତି ହୋଇଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *