ରାସ୍ତା ମଝିରେ ତହସିଲଦାର ଓ ଓକିଲ ହେଲେ ମୁହାଁମୁହିଁ ! ଆଉ ତା ପରେ…. ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ । ଏହି ଭିଡିଓରେ ଆପଣ ମାନେ ଦେଖି ପାରିବେ ଜଣେ ଓକିଲ ଆଉ ତହସିଲଦାର ଙ୍କ ମଧ୍ୟରେ ଭୀଷଣ ଝଗଡା ହେଉଛି । ଓକିଲ ମହାଶୟ ଜଣକ କହୁଛନ୍ତି କି ଏଟା ହେଉଛି ଅନାଥ ଜାଗା ଆପଣ କେମିତି ଏହାକୁ ଭାଙ୍ଗି ପାରିବେ । ଉତ୍ତରରେ ତହସିଲଦାର କହୁଛନ୍ତି ପ୍ରମାଣ କର । ଓକିଲ ଜଣକ ଆଙ୍ଗୁଠି ଦେଖାଇ ତହସିଲଦାର ଙ୍କ ସହ ବଡ ପାଟିରେ ଝଗଡା କରିବାର ନଜର ଆସୁଛନ୍ତି । ଓକିଲ କହୁଛନ୍ତି ଗତ ୨୭ ତାରିଖ ଦିନ ନୋଟିସ ଜାରି କରି ପଳେଈ ଆସିଛ ଭାଙ୍ଗିବା ପାଇଁ । ରିଜନେବଲ ଟାଇମ ଦେବାକୁ ବାଧ୍ୟ ବୋଲି ଓକିଲ କହୁଛନ୍ତି ।

ମିନିମମ ୭ ଦିନ ସମୟ ଦେବା କଥା କୌଣସି ଜାଗା ଭାଙ୍ଗିବା ପୂର୍ବ ରୁ ବୋଲି ଓକିଲ ତହସିଲଦାର ଙ୍କୁ ପାଠ ପଢାଉଛନ୍ତି । ଷ୍ଟେ ଅର୍ଡର ଦେଖାଇବା ପାଇଁ ତହସିଲଦାର ଓକିଲ ଙ୍କୁ କହୁଛନ୍ତି । ତହସିଲଦାର କହୁଛନ୍ତି ଏମିତି ପାଟି ତୁଣ୍ଡ ଶୁଣିକି ମୁଁ ବୁଢା ହୋଇ ଗଲିଣି ଯାଇକି କୋର୍ଟ ରେ ପାଟି ତୁଣ୍ଡ କରୁ ନାହଁ । ଷ୍ଟେ ଅର୍ଡର ଦେଖାଇଲେ ଛାଡି ଦେବେ ବୋଲି ତହସିଲଦାର କହୁଛନ୍ତି ।

କୋଉ ସରକାରୀ ଅର୍ଡର ବୋଲି ଚିଲାଇ ଚିଲାଇ ତହସିଲଦାର କହୁଥିବା ବେଳେ ଓକିଲ ମଧ୍ୟ ତାଙ୍କୁ ଛାଡୁ ନାହାନ୍ତି । ଦୁହେଁ ପରସ୍ପରକୁ ଜୋର ରେ ପାଟି ତୁଣ୍ଡ କରି ଅନେକ ସମୟ ଧରି ଯୁକ୍ତି କରିବାରେ ଲାଗିଛନ୍ତି । ତହସିଲଦାର ବାରମ୍ବାର କରୁଛନ୍ତି ପ୍ରମାଣ କର ଏଟା ସରକାରୀ ଜାଗା । ଓକିଲ ପ୍ରତି ଉତ୍ତର ରେ କହୁଛନ୍ତି ୨୭ ତାରିଖ ଦିନ ସନ୍ଧ୍ୟାରେ ନୋଟିସ ଜାରି ଆସିକି ପାଲା କରୁଛ ।

ଓକିଲ ଜଣକ କାହକୁ ଫୋନ କରି ସେଟାଠାକୁ ଜଲ୍ଦି ଆସିବାକୁ ରାଗି କି କହୁଛନ୍ତି । ଓକିଲ କହୁଛନ୍ତି କୋଉ ସବ-କଲେକ୍ଟର ମୁଁ ଜାଣି ନାହି । ଉତ୍ତରରେ ତହସିଲଦାର ରାଗିକି କହୁଛତି ଆପଣ ଜାଣି ନାହାନ୍ତି ସବ-କଲେକ୍ଟର କିଏ ତେବେ ଏଠାରେ କଣ କରୁଛ ? ତମକୁ ଓକିଲ ପଦବୀ କିଏ ଦେଲା ବୋଲି ରାଗିକି ତହସିଲଦାର କହୁଛନ୍ତି ।

ଆଙ୍ଗୁଠି ଦେଖାଇ ତହସିଲଦାର ଙ୍କୁ ଚୁପ କହୁଛନ୍ତି ଓକିଲ ମାହାସ୍ୟ । ଯାହାର ପ୍ରତିବାଦ କରୁଛନ୍ତି ଜଣେ ପୋଲିକ୍ଷ କର୍ମଚାରୀ ଜଣକ । ପୋଲିସ କହୁଛନ୍ତି ତୁମେ ତୁମର ସୀମା ଟପି ଯାଉଛ । ଆହୁରି ମଧ୍ୟ ଓକିଲ କହୁଛନ୍ତି ଆପଣ ପୋଲିସ ଆମେ ଲୟର କଥାବାର୍ତ୍ତା ର ସୀମା ନାହି ତୁମର । ଏମିତି ଜଣେ ଶିକ୍ଷିତ ତହସିଲଦାର ଙ୍କ ସହ ଏମିତି ବ୍ୟବହାର କରୁଛ ବୋଲି ପୋଲିସ କହୁଛନ୍ତି । ଜବାବରେ ଓକିଲ କହୁଛନ୍ତି କି ମୋଟ କଥା ତ୍ୟହିକ ଅଛି ।

ସୂଚନା ଅନୁଯାୟୀ ଏହି ଘଟଣା ଟି ଗଞ୍ଜାମ ରେ ଦେଖିବାକୁ ମିଳିଛି । ଏପରି ଭୀଷଣ ଝଗଡା ଦେଖି ଲୋକ ମାନଙ୍କର ଗହଳି ମଧ୍ୟ ଏଠାରେ ଦେଖିବାକୁ ମିଳିଛି । ତେବେ ରାସ୍ତା ମଝିରେ ଓକିଲ ଓ ତହସିଲଦାରଙ୍କ ମଧ୍ୟରେ ଏମିତି ଭୀଷଣ ଝଗଡାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *