ମାଛ ବର୍ଷା, କାନପୁର ର ରାସ୍ତାରେ ହେଲା ମାଛର ବର୍ଷା- ଲୁଟିବାରେ ବ୍ୟସ୍ତ ଲୋକମାନେ, ଦେଖନ୍ତୁ ଭିଡିଓ

ଉତ୍ତରପ୍ରଦେଶ କାନପୁରରେ ଗୋଟେ ମାମଲା ସାମ୍ନାକୁ ଆସିଛି, କାନପୁର ର ଅର୍ମାପୁର ରେ ଗୋଟେ ଟ୍ରକ ଓଲଟି ପଡିଛି ଓ ଏହି ଟ୍ରକ ରେ ମାଛ ଯାଉଥିଲା । ମାଛ ଲୁଟିବା ପାଇଁ ଲୋକ ଜାମ ଲଗାଇ ଦେଲେ ସୋଶିଅଲ ମିଡିଆ ଉପରେ ଏହି ଭିଡିଓ ଭାଇରାଲ ହୋଇଛି । କିଛି ଦିନ ତଳେ ଗୋଟେ ଭିଡିଓ ଭାୟରଲ ହୋଇଥିଲା, ଓଡ଼ିଶା ରେ କୁକୁଡା ଟ୍ରକ ହଟାତ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଏହା ପରେ ଲୋକ ସବୁ କୁକୁଡା ଲୁଟି ନେଇ ଥିଲେ, ଏମିତି ଆହୁରି ଏକ ଘଟଣା କାନପୁର ଉତ୍ତରପ୍ରଦେଶ ହୋଇଛି, କାନପୁର ଅର୍ମାପୁରେରେ ମାଛ ଭରା ଟ୍ରକ ଓଲଟି ପଡିଛି ଓ ଲୋକ ମାଛ ଲୁଟିବା ପାଇଁ ରାସ୍ତା ଜାମ କରି ମାଛ ଗୋଟଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଜୋର ସୋର ଭାୟରଲ ହେଉଛି ।

ଭିଡିଓ ରେ ଆପଣ ଦେଖି ପାରନ୍ତି କେତେକ ମାଛ ରାସ୍ତାରେ ପଡିଅଛି, ଲୋକ ମାଛ ଗୋଟେଇବା ପାଇଁ ପଲିଥିନ ଆଣୁଛନ୍ତି ରାସ୍ତା ମଝିରେ ଲୋକ ନା କେବଳ ମାଛ ଗୋଟେଇଲେ ତା ଛଡା ରାସ୍ତା ଜାମ କରି ରଖିଲେ ।

ଏହା ପରେ ପୋଲିସ ଦ୍ଵାରା ରାସ୍ତାରୁ ଲୋକଙ୍କୁ ହଟା ଗଲା ଓ ତା ପରେ ରାସ୍ତା ଜାମ ସମାପ୍ତ ହେଲା । ପୋଲିସ କର୍ମଚାରିମାନେ ବାଲଟିରେ ମାଛ ଭର୍ତି କଲେ । ଏହି ଭିଡିଓ କୁ ଟ୍ଵିଟର ୟୁଜର ଗୌରଵ ସିଂହ ସେୟର କରିଛନ୍ତି, 1.19ମିନିଟ ଏହି ଭିଡିଓ ବହୁତ ଶୀଘ୍ର ଭାୟରଲ ହୋଇଛି ।

ଟ୍ଵିଟର ୟୁଜର୍ସ ଏହି ଭିଡିଓ ଉପରେ ଅନେକ ପ୍ରକାର ରିଆକ୍ସନ ଦେଇଛନ୍ତି, ଜଣେ ୟୁଜର ଲେଖିଛନ୍ତି “ଲୁଟ ନୁହେଁ, ଆପଦା ପ୍ରବନ୍ଧ କର୍ମଚାରୀ ପୀଡିତଙ୍କୁ ବଞ୍ଚାଉଛନ୍ତି”। ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *