ନମସ୍କାର ବନ୍ଧୁଗଣ । ସମଗ୍ର ବିଶ୍ଵରେ ରଥଯାତ୍ରା ଚଳିତ ବର୍ଷ ୨୦୨୨ ରେ ଖୁବ ଧୂମଧାମରେ ପାଳନ କରା ଯାଇଛି । କିନ୍ତୁ ଦୀର୍ଘ ୨ ବର୍ଷ ପରେ ରଥଯାତ୍ରା ହୋଇ ଥିବାରୁ ଅନେକ ଜାଗାରେ ଏମିତି କିଛି ଅଘଟଣ ଦେଖିବାକୁ ମିଳିଛି ଯାହା ଆଗରୁ କେବେ ହୋଇ ନ ଥିଲା । ଏମିତି କିଛି ଦୃଶ୍ୟ ଆଖି ଆଗରେ ଦେଖିବାକୁ ମିଳିଛି ଯାହା ଭକ୍ତ ମାନେ ନିଜର ଏତେ ବର୍ଷ ଜୀବନ କାଳ ମଧ୍ୟରେ ଦେଖି ନ ଥିଲେ । ରଥ ଉପରୁ ଖସି ସେବାୟତ ମାନଙ୍କ ସହ ଖସି ପଡିଲେ କାଳିଆ ସାଆନ୍ତ । ପହଣ୍ଡି ହୋଇ ମାଉସୀ ମା ଘରକୁ ଆସୁଥିବା ବେଳେ ଭାଙ୍ଗିଗଲା ସିଡି । ତଳେ ପଡିଗଲେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ।
ରଥଯାତ୍ରା ସମୟରେ ଏମିତି ଘଟିଲା ବଡ ଅଘଟଣ । ଏଭଳି ଅଘଟଣ ଯାହା ଆଗରୁ କେବେ ହୋଇ ନ ଥିଲା । ଏମିତି ଅଘଟଣ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଚାଲିଥିଲା ରଥଯାତ୍ରା । ଭଗବାନ କାଳିଆ ସାଆନ୍ତ ଭଲରେ ଭଲରେ ରଥରେ ଆସି ପହଞ୍ଚିଲେ ମାଉସୀ ଘରେ ।
କିନ୍ତୁ ଯେତେବେଳେ ମହାପ୍ରଭୁ ଜଗନ୍ନାଥ ଙ୍କୁ ପହଣ୍ଡି କରି ସେବାୟତ ମାନେ ସିଡି ରେ ଓଲହାଇ ନେଉଥିଲେ ମାଉସୀ ମା ଘରକୁ ସେହି ସମୟରେ ଭାଙ୍ଗି ଯାଇଥିଲା ରଥ ର ସିଡି । ମହାପ୍ରଭୁ ଙ୍କୁ ଧରିଥିବା ସେବାୟତ ମାନେ ମଧ୍ୟ ତଳେ ପଡି ଯାଇଥିଲେ ।
ଆପଣ ମାନେ ମଧ୍ୟ ଏହି ଭିଡିଓରେ ଦେଖି ପାରିବେ କିପରି ସିଡି ଭାଙ୍ଗିବା କାରଣରୁ ରଥରୁ ଖସି ପଡ଼ୁଛନ୍ତି ଜଗତର ନାଥ କାଳିଆ ସାଆନ୍ତ । ଏଭଳି ଅଘଟଣ ବଲାଙ୍ଗୀର ଜିଲ୍ଲା ଦେଓ ଗାଁ ବ୍ଲକ ଜରାଶିଙ୍ଘା ଗାଁ ରେ ରଥଯାତ୍ରା ସମୟରେ ଘଟିଛି । ତେବେ ଛୋଟିଆ ରଥରେ ଏତେ ଲୋକ କଣ ପାଇଁ ଚଢିଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।
କରୋନା କଟକଣା ପାଇଁ ଦୀର୍ଘ ୨ ବର୍ଷର ଅବିରତ ଅପେକ୍ଷାରେ ଭକ୍ତ ମାନଙ୍କର ଚଳିତ ବର୍ଷ ହୋଇଥିଲା ରଥଯାତ୍ରା । ପବିତ୍ର ରଥଯାତ୍ରା ରେ ଅନେକ ଗାଁରେ ଗଡିଛି ମହାପ୍ରଭୁ ଙ୍କ ରଥ । ଶଙ୍ଖ, ହୁଳହୁଳି ଓ ମୃଦଙ୍ଗ ଶବ୍ଦ ରେ ପ୍ରକମ୍ପିତ ହୋଇଛି ସବୁ ଗାଁ । କିନ୍ତୁ ବାଲାଙ୍ଗୀର ଜିଲ୍ଲା ଦେଓ ଗାଁ ବ୍ଲକ ର ଜରାଶିଙ୍ଘା ଗାଁ ରେ ଘଟିଥିବା ଏଭଳି ଅଘଟଣ ସମସ୍ତଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି ।
ଏହି ମନୁଷ୍ୟକୃତ ତ୍ରୁଟି ପାଇଁ ମହାପ୍ରଭୁ ତଳେ ପଡିଯିବାରୁ ସେଠାରେ ଉପସ୍ଥିତ ଥିବା ସବୁ ଭକ୍ତ ଗଣଙ୍କ ମନରେ ଆଘାତ ଲାଗିଥିବା ବେଳେ ଘଟଣା ସ୍ଥଳରେ ଭିଡିଓ ଟି ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି । ଏବେ ଦେଓ ଗାଁ ବ୍ଲକ ର ଅରଡା, ମୂରୁସିଂ ରେ ଗତ ୩ ଦିନ ଧରି ରଥଯାତ୍ରା ଅନୁସ୍ଥିତି ହୋଇଥିବା ବେଳେ ଦେଓ ଗାଁ, ସାଲେପଲ୍ଲୀ, କାନପୁର, ଉପର ଝର, ରାମଚନ୍ଦ୍ରପୁର, ଶିଙ୍ଘାମୁଣ୍ଡା ରେ ମଧ୍ୟ ମହାଆଡମ୍ବର ରେ ରଥ ଟଣା ଶେଷ ହୋଇଛି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।