ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ସାରା ଓଡିଆରେ ଓଲିଉଡ ହିରୋ ବାବୁସାନ ଓ ପ୍ରକୃତି ମିଶ୍ର ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁହିଙ୍କର ପ୍ରେମ ସମ୍ପର୍କର ବଡ ଖୁଲାସା କରିଥିଲେ ନିଜେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ମହାନ୍ତି । ଯାହାକୁ ପରେ ଗୋଟିଏ ପରେ ଗୋଟିଏ ସତ ସୋସିଆଲ ମିଡିଆରେ ସାମନା କୁ ଆସିବାରେ ଲାଗିଛି ଯାହାକୁ ନେଇ ବିବାଦ ଅଧିକ ବଢିବାରେ ଲାଗିଛି । ଏମିତିକି ଦୁଇ କଳାକାରଙ୍କର ପ୍ରେମ ସମ୍ପର୍କ କୁ ନେଇ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ତାଙ୍କର ଫ୍ୟାନ୍ସ ଓ ଓଡିଆ ଇଣ୍ଡଷ୍ଟ୍ରି ର ନିର୍ଦ୍ଦେଶକ ଓ କଳାକାର ମାନେ ନିଜର ରାଏ ଦେଉଛନ୍ତି ।
ତେବେ ଚେନ୍ନାଇ ଯିବା ପରେ ପ୍ରକୃତି ମିଶ୍ର ଘରକୁ ଫେରିଥିଲେ କିନ୍ତୁ ବାବୁସାନ ଫେରି ନ ଥିଲେ ଯାହାକୁ ନେଇ ଅପରାଜିତା ମହାନ୍ତି ପୁଅକୁ ଘରକୁ ଫେରିବା ପରେ ଗଣ ମାଧ୍ୟମ ଜରିଆରେ ନିବେଦବ କରିଥିଲେ । ଶେଷରେ ଅପେକ୍ଷାର ଫଳ ମିଳିଥିଲା ଆଉ ପୁଅ ଘରକୁ ଫେରିଥିଲା ।
ତେବେ ବାବୁସାନ ଘରକୁ ଫେରିବା ପରେ କେବଳ ଏତିକି ପ୍ରତିକ୍ରିୟା ଦେଇଥିଲେ କି ମୁଁ ମୋ ବାପା ମା ଙ୍କ ପାଖକୁ ଯିବାକୁ ଚାହୁଁଛି । ଗତ କାଲି ସେ ନିଜ ମା ଙ୍କ ସହ ବାଲକୋନୀକୁ ଆସି କହିଥିଲେ ଠିକ ସମୟ ଆସିଲେ ମୁଁ ସବୁ କଥା କହିବି । ତେବେ ବର୍ତ୍ତମାନ ବାବୁସାନଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି ।
ଯେଉଁଥିରେ ତାଙ୍କ ଘର ଆଗରେ ଧାରଣା ଦେଇଥିବା ମିଡିଆ ବାଲା ଓ ନିଜର ଫ୍ୟାନ୍ସ ମାନଙ୍କୁ ଆଶ୍ଵାସନା ଦେଇ ବାବୁସାନ କହିଛନ୍ତି କି ଆପଣ ମାନେ ଏତେ ରାତି ହେଲାଣି ଘରକୁ ଯାଇ ନାହାନ୍ତି ଘରକୁ ଯାଆନ୍ତୁ ଆପଣ ମାନେ ଏମିତି ବାହାରେ ଠିଆ ହୋଇ ହୋଇଛନ୍ତି ଯାହା ଦେଖି ମୋତେ ଖରାପ ଲାଗୁଛି ।
ଆଗକୁ ବାବୁସାନ କହିଛନ୍ତି ମୁଁ ପୁରା ମାନସିକ ଚାପ ରୁ ବାହାରି ଯାଇଛି ମୋ ପରିବାର ସହ ଅଛି ବାପା ମା ଙ୍କ ସହ ଅଛି ମୋର ଆଉ ଚିନ୍ତା କଣ । ଯେବେ ପୋଲିସ ପଚାରଉଚରା କରିବାକୁ ଡାକିବ ମୁଁ ନିଶ୍ଚିନ୍ତ ଭାବେ ଯିବୀ ଆଉ ଆପଣ ସମସ୍ତଙ୍କର ସବୁ ପ୍ରଶ୍ନ ର ଉତ୍ତର ଦେବୀ ବୋଲି ବାବୁସାନ ମିଡିଆ ବାଲା ଙ୍କୁ କହିଛନ୍ତି । ବାବୁସାନ ବାରମ୍ବାର ସେମାନଙ୍କୁ ନିଜ ଘରକୁ ଯାଇ ଖାଇ ପିଇ ରେଷ୍ଟ ନେବାକୁ କହିଛନ୍ତି ।
ଏମିତି ନିଜ ପରିବାର ସହ ରହିବାକୁ ମଧ୍ୟ କହିଛନ୍ତି । ତେବେ ମିଡିଆ ବାଲା କହିଛନ୍ତି ଆପଣ ନିଜ ପୁଅ ପାଖକୁ କେବେ ଯିବେ ? ଉତ୍ତର ରେ ବାବୁସାନ କହୁଛନ୍ତି ମୁଁ ପୁଅ ପାଖକୁ ଯିବୀ ନାହି ବରଂ ମୋ ପୁଅ ମୋ ପାଖକୁ ଫେରି ଆସିବ । ଯାହାକୁ ଶୁଣିବା ପରେ ମିଡିଆ ବାଲା ଆଉ ତାଙ୍କର ଫ୍ୟାନସ ମାନେ ବେଶ ଖୁସି ପ୍ରକାଶ କରିଛନ୍ତି ।
ଏହା ସହ ସେ ପୁରା ସୁସ୍ଥ ଅଛନ୍ତି ମଧ୍ୟ କହିଛନ୍ତି । ତେବେ ନିଜ ପୁଅକୁ ଘରକୁ ଆଣିବା ପାଇଁ ହୁଏ ତ ବାବୁସାନ କିଛି ଯୋଜନା କରୁଛନ୍ତି ଯାହା ଅନୁମାନ ହେଉଛି । ବନ୍ଧୁଗଣ ଆପଣଙ୍କର ବାବୁସାନଙ୍କର ଏଭଳି ପ୍ରତିକ୍ରିୟା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।