୩ ମାସର ଶିଶୁକୁ ସ୍ତନ୍ୟପାନ କରାଇବା ବେଳେ ମା’ ଶୋଇପଡିଲା ନିଦରେ, ତାପରେ ଯାହା ହେଲା- ପଢନ୍ତୁ ଏହି ହୃଦୟ ବିଦାରକ ଘଟଣା

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଏଭଳି ଘଟଣା ବିଷୟରେ କହିବୁ ଯାହା ଶୁଣି ଆପଣଙ୍କ ଆଖିରେ ଲୁହ ଆସିଯିବ । ସନ୍ତାନ ଟିଏ ପାଇଁ ବାପା ମା କେତେ ଯେ କଷ୍ଟ କରନ୍ତି ତାହା ଅତୁଳନୀୟ । ବିବାହ ପରେ ସବୁ ଦମ୍ପତ୍ତି ବାପା ମା ହେବାକୁ ଇଚ୍ଛା କରନ୍ତି । କିନ୍ତୁ କିଛି ଏମିତି ଲୋକ ଥାନ୍ତି ଯେଉଁମାନେ ଏହି ସୁଖରୁ ବଞ୍ଚିତ ରୁହନ୍ତି । ସନ୍ତାନ ପ୍ରାପ୍ତି ସମସ୍ତ ବାପା ମା ଙ୍କର ସ୍ଵପ୍ନ । ସନ୍ତାନଟିଏ ହେବା ପରେ ତାକୁ ନେଇ ଅନେକ ସ୍ଵପ୍ନ ଦେଖନ୍ତି ପିତାମାତା ।

ଘରେ ଗୋଟେ ଛୋଟ ଶିଉ ଟିଏ ଆସିଲେ ସମସ୍ତଙ୍କ ମନରେ ଖୁସି ଆସେ । କିନ୍ତୁ ଏତେ କଷ୍ଟ କରି ଜନ୍ମ ଦେଇଥିବା ଶିଶୁଟି ଯଦି ମୃତ୍ୟୁ ବାରାଁ କରେ ତେବେ ସେ ବାପା ମା ପାଗଳ ଭଳି ହୋଇଯାନ୍ତି । ତେବେ ସେହିଭଳି ଏକ ଦୁଃଖଦ ଘଟଣା ଘଟିଛି ଆଗ୍ରାରେ । ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟେ ୩ ମାସର ଶିଶୁର ହୋଇଛି ମୃତ୍ୟୁ । ଯାହା ଫଳରେ ସାରା ପରିବରେ ଏବେ ଶୋକର ଛାୟା । ଏହି ଶିଶୁର ମୃତ୍ୟୁ ହେବା ପଛରେ କାରଣ ଜାଣି ଆପଣ ବି ହୋଇଯିବେ ଆଚମ୍ବିତ ।

ସୂଚନା ଅନୁସାରେ ଆଗ୍ରାର ମାଲୌନୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତେବେ ଘଟଣା ଟି ହେଲା ସେହି ଗାଁର ସରିତା ନାମକ ଜଣେ ମହିଳା ନିଜର ୩ ମାସର ଛୋଟ ଛୁଆକୁ ରାତିରେ ସ୍ତନ୍ୟପାନ କରାଇବା ବେଳେ ନିଦରେ ଶୋଇପଡିଥିଲେ । ତାଙ୍କୁ କେତେବେଳେ ଏତେ ନିଦ ହୋଇଯାଇଛି ସେ ଜାଣି ନାହାନ୍ତି । ନିଦରେ କଡ ଲେଉଟାଇ ସେ ଭୁଳବଶତଃ ନିଜ ଶିଶୁ ଉପରେ ଶୋଇପଡିଥିଲେ । କିଛି ସମୟ ପରେ ତାଙ୍କ ଏନଆଇଡ଼ି ଭାଙ୍ଗିବାରୁ ସେ ଦେଖିଲେ କି ଶିଶୁଟି ନିସ୍ତେଜ ହୋଇ ଶୋଇଛି ।

ଏହା ଦେଖି ସେ ସମସ୍ତ ଘରଲୋକଙ୍କୁ ଡାକିଲେ ଓ ସେମାନେ ମଧ୍ୟ କିଛି ବୁଝି ନପାରି ତୁରନ୍ତ ତାକୁ ନିକଟରେ ଥିବା ସିଏଚସିକୁ ନେଇଯାଇଥିଲେ । ସେଠି ଡାକ୍ତର ଦେଖିବା ପରେ କହିଥିଲେ କି ଶିଶୁଟିର ମୃତ୍ୟୁ ହୋଇସାରିଛି । ଏହା ଶୁଣି ସମସ୍ତ ଘରଲୋକ ସ୍ତବ୍ଦ ହୋଇଯାଇଥିଲେ । ନିଜ ଶିଶୁର ହତ୍ୟା କରିଛି ଭାବି ସରିତା ମଧ୍ୟ କାନ୍ଦି କାନ୍ଦି ବେହୋସ ହୋଇଗଲେ । ଏହି ଘଟଣା ଯିଏ ବି ଶୁଣିଲେ ସବୁ ସ୍ତବ୍ଦ ହୋଇଯାଉଥିଲେ । ଟିକିଏ ଅସାବଧନତା ପାଇଁ ଏତେ ବଡ ଦୁର୍ଘଟଣା ହୋଇଯାଇଛି ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *