ଏକ ଏଭଳି ମନ୍ଦିର ଯେଉଁଠି ରାତି ଦିନ ବଢୁଛି ମହାଦେବଙ୍କ ନନ୍ଦୀଙ୍କ ମୂର୍ତ୍ତୀର ଆକାର – ଏହି ମନ୍ଦିର ସହ ଜଡିତ ଅଛି କଳିଯୁଗର ରହସ୍ୟ – ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ, ସ୍ଵାଗତ କରୁଛୁ ଆମର ଏହି ଲେଖାକୁ । ଆଜି ଆମେ ଆପଣଙ୍କୁ ଏକ ଏଭଳି ମନ୍ଦିର ବିଷୟରେ କହିବୁ ଯାହା ବିଷୟରେ ଜାଣି ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ । ଏହି ମନ୍ଦିର ଆନ୍ଧ୍ର ପ୍ରଦେଶରେ ଅବସ୍ଥିତ । ଏହା ସହ ଜଡିତ ଅଛି ଏଭଳି କିଛି ରହସ୍ୟ ଯାହା ଆପଣ ଜାଣିଲେ ବିଶ୍ବାସ କରିପାରିବେ ନାହିଁ । ଏହି ମନ୍ଦିରର ନା ୟାଗଂତି ଉସା ମହେଶ୍ୱର ମନ୍ଦିର, ଏହି ମନ୍ଦିର ଯେତିକି ଅଦ୍ଭୁତ ସେତିକି ରହସ୍ୟମୟ ମଧ୍ୟ ଅଟେ ।

ଏହା ହେଉଛି ଏକ ଶିବ ମନ୍ଦିର ଯେଉଁଠି ଏହି ମନ୍ଦିରରେ ଥିବା ନନ୍ଦୀଙ୍କର ପ୍ରତିମା ରହସ୍ୟମୟୀ ଭାବେ ଲଗାତାର ବଢି ଚାଲିଛି ଓ ଏହା ବିଶାଳକାୟ ରୂପ ନେଲାଣି । ଏହି ଆଶ୍ଚର୍ଯ୍ୟ କର ଘଟଣା ପାଇଁ  ୟାଗଂତୀ ଉମା ମହେଶ୍ୱର ମନ୍ଦିର ସାରା ଦେଶରେ ବହୁତ ଚର୍ଚ୍ଚିତ ହେଉଛି ।  ଲୋକଙ୍କ ମାନେ ଭାବୁଛନ୍ତି ଯେ କଣ ସତରେ ଜିବିତ ହେଇଉଠିଛନ୍ତି ନନ୍ଦୀ ? ନନ୍ଦୀଙ୍କୁ ନେଇ ଏମିତି ଏକ ଲୋକ କଥା ମଧ୍ୟ ଅଛି ଯେ, ଦିନେ ଏମିତି ସମୟ ଆସିବ ଯେବେ ନନ୍ଦୀ ମହାରାଜ ଜୀବିତ ହୋଇ ଉଠିବେ, ଓ ତାଙ୍କ ଜୀବିତ ହେବା କ୍ଷଣି ସଂସାରରେ ମହାପ୍ରଳୟ ଆସିବ ଏବଂ ସେହି ପ୍ରଳୟରେ କଳିଯୁଗର ଅନ୍ତ ହେବ ।

ଏହି ମନ୍ଦିର ୧୫୦୦ ଶତାର୍ଦ୍ଧୀରେ ନିର୍ମାଣ କରାଯାଇଥିଲା । ସଂଙ୍ଗମା ରାଜବଂଶ ରାଜା ହରିହର ବୁକ୍କା ଏହି ମନ୍ଦିରକୁ ନିର୍ମାଣ କରାଇଥିଲେ , କୁହାଯାଏ କି ଋଷି ଅଗସ୍ତ୍ୟ ଏହି ସ୍ଥାନରେ ଭଗବାନ ଭେଙ୍କଟେଶ୍ୱର ମନ୍ଦିର ବନାଇବାକୁ ଚାହୁଁଥିଲେ କିନ୍ତୁ ମୂର୍ତ୍ତୀ ସ୍ଥାପନା କଲା ସମୟରେ ତାଙ୍କ ଆଙ୍ଗୁଠିର ନଖ ଭାଙ୍ଗିଯାଇଥିଲା , ଏହି ଘଟଣା କାରଣ ଜାଣିବା ପାଇଁ ଅଗସ୍ତ୍ୟ ଭଗବାନ ଶିବଙ୍କୁ ସ୍ଥାପନା କରିଥିଲେ , ତାହାପରେ ଶିବଙ୍କ ଆଶିର୍ବାଦରୁ ଋଷି ଉମା ମହେଶ୍ୱର ଓ ନନ୍ଦୀଙ୍କ ସ୍ଥାପନା କରିଥିଲେ ।

ସବୁ ୨୦ ବର୍ଷରେ ୟାଗଂତି ଉମା ମହେଶ୍ୱର ମନ୍ଦିରରେ ସ୍ଥାପିତ ହୋଇଥିବା ନନ୍ଦୀଙ୍କ ମୂର୍ତ୍ତୀ ପ୍ରାୟ ଗୋଟେ ଇଞ୍ଚ ବଢିଥାଏ । ଏହି ରହସ୍ୟରୁ ଉପରେ ପୁରାତତ୍ତ୍ନ ବିଭାଗଙ୍କ ତରଫରୁ ଗବେଷଣା କରାଯାଇଥିଲା । ଏହି ଗବେଷଣାରୁ କୁହାଯାଉଛି କି ଏହି ମୂର୍ତ୍ତି ବନାଇବାରେ ଯେଉଁ ପଥରର ବ୍ୟବହାର କରାଯାଇଥିଲା ସେହି ପଥରଟି ବଢିବାରେ ଲାଗିଛି ଓ ଏହି କାରଣରୁ ମୂର୍ତ୍ତୀର ଆକାର ବଢୁଛି ।  ଏହି ୟାଗଂତି ମହେଶ୍ୱର ମନ୍ଦିରରେ ଆସୁଥିବା ଭକ୍ତ ପୂର୍ବରୁ ନନ୍ଦିଙ୍କ ପରିକ୍ରମା ସହଜରେ କରିପାରୁଥିଲେ କିନ୍ତୁ ଲଗାତାର ବଢୁଥିବା ଆକାର ପାଇଁ ଏବେ ଏଠାରେ ପରିକ୍ରମା କରିବା ସମ୍ଭବ ହୋଇପାରୁନାହିଁ, ବିଶାଳ ହୋଇଯିବା ହେତୁ ମନ୍ଦିର ପ୍ରଶାସନ ସେଠାରେ ଏକ ପିଲର୍ ହଟାଇ ଦେଇଛନ୍ତି ।

ଏହି ୟାଗଂତି ଉମା ମହେଶ୍ୱର ମନ୍ଦିର ପରିସରରେ ଏକ ଛୋଟ ପୋଖରୀ ଅଛି ଯାହାକୁ ପୁଷ୍କରିଣୀ କୁହାଯାଏ , ଏହି ପୁଷ୍କରିଣୀରେ ଲଗାତାର ନନ୍ଦୀଙ୍କ ମୁଖରୁ ଜଳ ପ୍ରବାହିତ ହୋଇଥାଏ । ବହୁତ ଚେଷ୍ଟା କରିବା ପରେ ଆଜି ପର୍ଯ୍ୟନ୍ତ କିଏ ବି ପତ୍ତା ଲଗାଇପାରିଲେ ନାହିଁ କି ଏହି ପୁଷ୍କରିଣୀରେ ପାଣି କେଉଁଠୁ ଆସୁଛି , ଏମିତି ମାନ୍ୟତା ଅଛି କି ଋଷି ଅଗସ୍ତ୍ୟ ପୁଷ୍କରିଣୀରେ ଗାଧୋଇକରି ଭଗବାନଙ୍କ ଆରାଧନା କରିଥିଲେ ।

ତେବେ ଆପଣଙ୍କୁ ଆମର ଏହି ଆର୍ଟିକ୍ଲଟି ଭଲଲାଗିଥିଲେ ଶେୟାର କରିବେ ଓ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *