କାହିଁକି ଚର୍ତୁଥି ରାତିରେ ବିଛଣାକୁ ଫୁଲରେ ସଜାଯାଏ- ଜାଣନ୍ତୁ ଏହା ପଛରେ ଥିବା କାରଣ

ହେଲ୍ଲୋ ଫ୍ରେଣ୍ଡ୍ସ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଆମ ହିନ୍ଦୁ ଧର୍ମରେ ଥିବା ଏକ ପରମ୍ପରା ବିଷୟରେ କହିବୁ ଯାହା ଆପଣ ମାନେ ପାଳନ ତ କରନ୍ତି କିନ୍ତୁ ଏହା ପଛରେ ଥିବା କାରଣ ଆପଣ ଜାଣି ନ ଥିବେ । ଆଜି ଆମେ ପଣଙ୍କୁ ସେହି ପ୍ରଥା ପଛରେ ଥିବା କାରଣ ବିଷୟରେ କହିବାକୁ ଯାଉଛୁ ।  ବିବାହ ଏକ ପବିତ୍ର ବନ୍ଧନ ଏହା ତ ଆପଣ ଜାଣିଥିବେ । ଗୋଟେ ପୂ ଗୋଟେ ଝିଅ ଯେବେ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ଏହା ତାଙ୍କର ଜନ୍ମ ଜନ୍ମ ର ସମ୍ପର୍କ ହୋଇଥାଏ । ଯଦି ଦୁଇ ଜଣଙ୍କ ମଧ୍ୟରେ ସେତିକି ଭଲ ପାଇବା ଓ ସମ୍ମାନ ରୁହେ ତେବେ ମୃତ୍ୟୁ ପରେ ହିଁ ଏହି ସମ୍ପର୍କ ଶେଷ ହୁଏ ଏହା ଆଗରୁ ନୁହେଁ ।

ତେବେ ପୁଅ ହେଉ କିମ୍ବା ଝିଅ ବାହାଘରକୁ ନେଇ ବହୁତ ସ୍ବପ୍ନ ଦେଖିଥାନ୍ତି । ସେମିତି ବାହାଘରରେ ସବୁ ବିଧି ପାରମ୍ପରିକ ରୀତିରେ ହୋଇଥାଏ । ସେଥିରେ ଗୋଟେ ରୀତି ହେଉଛି ଚର୍ତୁଥି ରାତି । ଏହି ରାତିରେ ଶେଜ ଉପରେ ଫୁଲ ସଜା ଯାଇଥାଏ । ଏହାର ସ୍ୱତନ୍ତ୍ର ଅର୍ଥ ଅଛି । ଚର୍ତୁଥି ରାତିରେ ବର ବଧୂଙ୍କ ଶେଜକୁ ସମ୍ପୁର୍ଣ୍ଣ ରୁପେ ଫୁଲରେ ସଜାଯାଇଥାଏ । ଏହା ହେଉଛି ଅତି ପୁରାତନ ପରମ୍ପରା, କୁହାଯାଏ ଦୁଇ ଜଣ ନୂଆ ଲୋକ ନୂଆ ଜୀବନର ଆରମ୍ଭ କରିଥାନ୍ତି । ସବୁ କିଛି ମଙ୍ଗଳ ମନାସି ଶୋଇବା ଘରେ ଫୁଲ ସହ କିଛି ଖାଇବା ମଧ୍ୟ ରଖାଯାଏ । ହିନ୍ଦୁ ଧର୍ମରେ ଏମିତି ପ୍ରଥା ବହୁ ପୁରାତନ ଅଟେ । ଯେଉଁ ପରମ୍ପରାର ଅର୍ଥ ଭଗବାନଙ୍କୁ ଆହ୍ୱାନ କରି ଫୁଲ ଫଳର ଆୟୋଜନ କରଯାଏ । ଯାହାର ମୁଖ୍ୟ କାରଣ ଜୀବନରେ କୌଣସି ଦୁଷ୍ଟ ଶକ୍ତି ନଆସେ ।

ତେବେ ବିବାହ ପରେ ଯାହା ସବୁ ରୀତି ନୀତି ଅଛି ସେଥି ମଧ୍ୟରୁ ଏହି ଚତୁର୍ଥୀ ରାତି ହେଉଛି ମୁଖ୍ୟ , କାରଣ ଏହି ଦିନ ଦୁଇ ଜଣ ବ୍ୟକ୍ତି ଶରୀର ଓ ଆତ୍ମା ରୁ ଏକ ହୋଇ ଯାଆନ୍ତି । ନିଜର ବୈବାହିକ ଜୀବନକୁ ଆଗକୁ ବଢାଇବାର ପ୍ରଥମ ପାଦ ଆଗକୁ ବଢାନ୍ତି । ସେଥିପାଇଁ ସେମାନଙ୍କ ସୁଖୀ ଜୀବନ କେମିତି ସୁଖ ଓ ସୁଗନ୍ଧରେ ଭାରି ରହୁ ଚତୁର୍ଥୀ ଶେଜକୁ ଫୁଲରେ ସଜା ଯାଇ ଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *