ଋଷଭ ପନ୍ଥ ଙ୍କ ଦୁ-ର୍ଘ-ଟ-ଣା କିଏ ବା କେମିତି ଭୁଲିବ । ଡିସେମ୍ବର 30 ର ସେହି କାଳ ରାତି ପୁରା କ୍ରିକେଟ ଜଗତକୁ ଚମକାଇ ଦେଇଥିଲା । ଏକ ବଡ ଘଟଣା ରୁ ଋଷଭ ବଞ୍ଚି ଯାଇଥିଲେ ବି ସେହି ରାତିକୁ କେହି କେବେ ଭୁଲିପାରିବେ ନାହି । ଆଉ ଋଷଭ ଙ୍କ ପାଇଁ ସେଦିନ ଦେବଦୂତ ସାଜିଥିବା ସେହି 4 ଅଜଣା ବ୍ୟକ୍ତି ଗୋଟେ ବଡ ଅ-ଘ-ଟ-ଣକୁ ଦୂରେଇ ଦେଇଥିଲେ ।
ଆଉ ସେଥିପାଇଁ ସେହି 4 ଜଣଙ୍କୁ ସାଧାରଣତନ୍ତ୍ର ଦିବସରେ ଉତ୍ତରାଖଣ୍ଡ ସରକାରଙ୍କ ତରଫରୁ ପୁରସ୍କୃତ କରା ଯାଇଛି । ଉତ୍ତରାଖଣ୍ଡ ସରକାରଙ୍କ ଦ୍ଵାରା ଆୟୋଜିତ ହୋଇଥିବା ସାଧାରଣତନ୍ତ୍ର ଦିବସରେ ସେହି 4 ଜଣଙ୍କୁ ମଞ୍ଚ ଉପରେ ସମ୍ମାନିତ କରାଯିଥିଲା । ହରିୟାନାର ରୋଡ ବେଚର ଡ୍ରାଇଭର ସୁଶୀଲ କୁମାର, କଣ୍ଡକ୍ଟର ପରମଜିତ ଓ ଦୁର୍ଘଟଣା ସ୍ଥଳ ପାଖରେ ଥିବା ଚିନି କାରଖାନାରେ କାମ କରୁଥିବା ରଜତ ଓ ନିଶୁ ଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଙ୍ଘାମି ।
ସୁଶୀଲଙ୍କ ସ୍ଥାନରେ ତାଙ୍କ ସ୍ତ୍ରୀ ଓ ପରମଜିତ ଙ୍କ ସ୍ଥାନରେ ତାଙ୍କ ବାପା ସମାରୋହରେ ପହଞ୍ଚି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ସମାରୋହରେ ଉତ୍ତ୍ରାଖଣ୍ଡ ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଙ୍ଘାମି ଓ ପୋଲିସ ଡିଜି ଅଶୋକ କୁମାର ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନିଜ ହାତରେ ସେମାନଙ୍କୁ ପୁରସ୍କାର ଦେବା ସହ ସମ୍ବର୍ଦ୍ଧନା ଦେଇଥିଲେ ।
ଡିସେମ୍ବରର 30 ରାତିରେ ଉତ୍ତରଖଣ୍ଡ ର ଗୁରୁକୁଳ ନାର୍ସନ ଏରେଜେ-58 ରେ ଋଷଭ ଙ୍କ ଦୁ-ର୍ଘ-ଟ-ଣା ହୋଇଥିଲା । ସେ ତାଙ୍କ ମା ଙ୍କୁ ଭେଟିବାକୁ ରୁଡକି ଯାଉଥିବା ବେଳେ ଏହି ଦୁ-ର୍ଘ-ଟ-ଣାର ଶିକାର ହୋଇଥିଲେ । ତାଙ୍କ ମର୍ଷିଡିଜ କାର ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଛାଡି ଓଲଟି ପଡିଥିଲା । ଆଉ ଗାଡି ରେ ଭୟଙ୍କର ନି-ଆଁ ଲାଗି ଯାଇଥିଲା । ଋଷଭ ସଂଘର୍ଷ କରି ଗାଡି ଭିତରୁ ବାହାରି ଆସିଥିଲେ ।
ଏହି ସମୟରେ ରାସ୍ତା ରେ ଯାଉଥିବା ଡ୍ରାଇଭର ସୁଶୀଲ କୁମାର, କଣ୍ଡକ୍ଟର ପରମଜିତ, ରଜତ ଓ ନିଶୁ ଋଷଭ ଙ୍କୁ ସେଠାରୁ ଉଧାର କରି ମେଡିକାଲ ରେ ଭର୍ତ୍ତି କରିଥିଲେ । ନି-ଆଁ ରେ କପଡା ଜଳି ଯାଇଥିବାରୁ ନିଶୁ ଓ ରଜତ ଋଷଭ ଙ୍କୁ କମ୍ବଳ ଘୋଡାଇବା ସହ ଜ୍ୟାକେଟ ଦେଇଥିଲେ । ଏହି ଦୁ-ର୍ଘ-ଟ-ଣାରେ ପନ୍ଥ ଙ୍କ ମୁଣ୍ଡ ଓ ଗୋଡରେ ଆ-ଘା-ତ ଲାଗିଥିଲା ।
ତାଙ୍କ ଲିଗାମେଣ୍ଟ ଫାଟି ଯାଇଥିଲା, ଡାହାଣ ହାତର ଋଷ୍ଟ ଫ୍ୟାକଚର ହେବା ସହ ଶରୀରର ଅନେକ ସ୍ଥାନରେ ଗଭୀର କ୍ଷତ ହୋଇଥିଲା । ତେଣୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଡେରାଡୁମରୁ ମୁମ୍ବାଇର କୋକିଳାବେଲ ମେଡିକାଲକୁ ସ୍ତାନାନ୍ତର କରା ଯାଇଥିଲା । ସେଠାରେ ତାଙ୍କର ଲିଗାମେଣ୍ଟର ସଫଳ ଅସ୍ତ୍ରୋପୋଚାର କରା ଯାଇଥିଲା ।
ଆଉ ଏବେ ସେ ସୁସ୍ଥ ଥିବା ଜଣା ପଡିଛି । ଏହି ଦୁ-ର୍ଘ-ଟ-ଣା ପରେ ପନ୍ଥ ଏବେ କ୍ରିକେଟ ଠାରୁ ଦୂରେଇ ରହିଛନ୍ତି । ତାଙ୍କୁ ସଂପୂର୍ଣ୍ଣ ସୁସ୍ଥ ହେବାକୁ 6 ରୁ 7 ମାସ ସମୟ ଲାଗିବ ବୋଲି ସୂଚନା ମିଳିଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବାରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।